ଉଦୟପୁର ହତ୍ୟା ଘଟଣାରେ ପାକିସ୍ତାନ ଲିଙ୍କ୍‌, ଜିହାଦି ହେବା ପାଇଁ ଅନଲାଇନ କୋର୍ସି

0 70

ଉଦୟପୁର ୩୦/୬ : ଉଦୟପୁର କହ୍ନେୟା ଲାଲ୍ ହତ୍ୟା ଘଟଣାରେ ପାକିସ୍ତାନ ଲିଙ୍କ୍ ଥିବା ଜଣାଯାଇଛି । ଜିହାଦି ହେବା ପାଇଁ ଅନଲାଇନ କୋର୍ସରେ ତାଲିମ ଦିଆଯାଇଛି । ଦାୱତ ଏ ଇସଲାମି ସଂଗଠନ ପକ୍ଷରୁ ଏକ ୱେବସାଇଟରେ ୩୨ ପ୍ରକାରର ତାଲିମ ଦିଆଯାଇଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ଏହି ଘଟଣାକୁ ବିରୋଧ କରି ସ୍ଥାନୀୟ ଲୋକମାନେ ଟେକାପଥରମାଡ଼ କରିବା ଆରମ୍ଭ କରିଦେଇଛନ୍ତି । ରାଜସ୍ଥାନ ରାଜସମନ୍ଦ ଜିଲ୍ଲା ଭୀମ ଟାଉନ୍‌ରେ ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି । ବିକ୍ଷୋଭକାରୀଙ୍କ ସହ ପୋଲିସର ମୁହାଁମୁହିଁରେ ଜଣେ ପୋଲିସକର୍ମୀ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଟିମ୍ ବିକ୍ଷୋଭକାରୀମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲା ବେଳେ ସେମାନଙ୍କ ଉପରେ ପଥରମାଡ଼ କରିବା ସହ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ସନ୍ଦୀପ ଚୌଧୁରୀ ନାମକ ଜଣେ ପୁଲିସ କନଷ୍ଟେବଲ ଗୁରୁତର ଭାବେ ଆହତ ହୋଇଛନ୍ତି । ବହୁ ସଂଖ୍ୟାରେ ପୁଲିସ ଜେଏନ୍‌ଏନ୍ ହସ୍‌ପିଟାଲ୍‌ରେ ମୁତୟନ ହୋଇଛନ୍ତି । ସନ୍ଦୀପଙ୍କୁ ତୁରନ୍ତ ଅଜମେରର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସୋଚନାୟୀ ସୂଚନା ମିଳିଛି । ବିକ୍ଷୋଭ ଆରମ୍ଭ ହୋଇଥିବା ଖବର ମିଳିବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏସ୍‌ଡିଏମ୍ ରାହୁଲ ଜୈନ । ତାଙ୍କ ସହ ସିଟି ଷ୍ଟେସନ ଅଫିସର ସୁରେନ୍ଦ୍ର ସିଂହ ଯୋଦ୍ଧା ଏବଂ ଅନ୍ୟ ପୁଲିସ କର୍ମୀମାନେ ବି ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ । ଏସ୍‌ପି ବିକାଶ ଶର୍ମା ଓ ଜିଲ୍ଲାପାଳ ଅଂଶଦୀପ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଭିମ୍‌ରେ ବର୍ତ୍ତମାନ ସ୍ଥିତି ଗମ୍ଭୀର ରହିଛି । ପୁଲିସ ଲାଠି
ଚାର୍ଜ କରିବାରୁ ଅନେକ ଲୋକ ଏଥିରେ ଆହତ ହୋଇଛନ୍ତି । ଶାନ୍ତି ବଜାଇ ରଖିବା ପାଇଁ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି । ବର୍ବରତାର ଶିକାର କହ୍ନେୟାଙ୍କ ଅନ୍ତିମ ବିଦାୟ

ଉଦୟପୁର: କଟ୍ଟରତାର ସମସ୍ତ ସୀମା ଲଙ୍ଘିଲା ରାଜସ୍ଥାନର ଉଦୟପୁର ଘଟଣା । ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନ କରିବାରୁ ସଂଖ୍ୟାଲଘୁ ସଂପ୍ରଦାୟର ଦୁର୍ବୃତ୍ତ ଏତେ ବର୍ବର ହୋଇ ପାରନ୍ତି ତାର କଳନା କରାଯାଇନପାରେ । ନିର୍ମମ ହତ୍ୟାର ଶିକାର କହ୍ନେୟାଲାଲ
ବୁଧବାର ପତ୍ତଭୂତରେ ବିଲୀନ ହୋଇଛନ୍ତି । ଦୁଃଖ ଏବଂ କ୍ରୋଧର ସହିତ ଲୋକେ ତାଙ୍କୁ ଅଶ୍ରୁ ନୟନରେ କହ୍ନେୟାଲାଲଙ୍କୁ ବିଦାୟ ଦେଇଛନ୍ତି । ଅଶୋକନଗର ସ୍ଥିତ ଶ୍ମଶାନ ଘାଟରେ କହ୍ନେୟାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏହି ସମୟରେ ଲୋକେ କହ୍ନେୟା ଅମର ରୁହନ୍ତୁ, ହତ୍ୟାକାରୀଙ୍କୁ ଫାଶି ଦିଆଯାଉ ନାରା ଦେଇଛନ୍ତି । କହ୍ନେୟାଙ୍କ ବଡ ପୁଅ ପିତାଙ୍କ ମୁଖାଗ୍ନି ଦେଇଛନ୍ତି । ଉଦୟପୁରର ସାତ ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି ରହିଥିଲେ ମଧ୍ୟ କହ୍ନେୟାଙ୍କ ଅନ୍ତିମ ଯାତ୍ରାରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା ।ଏହା ପୂର୍ବରୁ ଏମବି ହସ୍ପିଟାଲରେ କହ୍ନେୟାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଘରେ ମରଶରୀର ପହଞ୍ଚିବା ପରେ ଶୋକାକୂଳ ମାହୋଲ ସୃଷ୍ଟି ହେବା ସହ ଲୋକଙ୍କ ମନରେ କ୍ରୋଧ ଦେଖିବାକୁ ମିଳିଥିଲା । ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି । ତାଙ୍କ ପ˜ୀ ହତ୍ୟାକାରୀଙ୍କୁ ଫାଶି ଦେବାକୁ ଦାବି କରିଛନ୍ତି । ମୃତ୍ୟୁର ବଦଳରେ ମୃତ୍ୟୁ ଦରକାର ବୋଲି କହିଛନ୍ତି କହ୍ନେୟାଙ୍କ ଭଉଣୀ । ସୂଚନାଯୋଗ୍ୟ, ଗତକାଲି ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଦୁର୍ବୃତ୍ତ କହ୍ନେୟା କୁମାରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି । ଶବ ବ୍ୟବଚ୍ଛେଦର ରିପୋର୍ଟ ଅନୁଯାୟୀ, ତାଙ୍କ ଉପରେ ୨୬ ଥର ପ୍ରହାରକରାଯାଇଛି । ଶରୀରର ୧୩ଟି ସ୍ଥାନରେ ଗଭୀର କ୍ଷତ ରହିଛି ।

Leave A Reply

Your email address will not be published.