ତ୍ୱଚାକୁ ସୁନ୍ଦର କରେ ମସୁର ଡାଲି

0 63

ସୁନ୍ଦର ଦେଖାଯିବା ପାଇଁ କିଏ ବା ନ ଚାହେଁ । ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ତ୍ୱଚାର ଚମକ ବଢ଼ାଇବା ପାଇଁ କିଏ କସମେଟିକର ସହାୟତା ନିଅନ୍ତି ତ ଆଉ କିଏ ଘରୋଇ ଉପଚାରର । ଏଭଳି ଏକ ଘରୋଇ ଉପଚାର ହେଉଛି ମସୁର ଡାଲି । ମସୁର ଡାଲିକୁ ମୁହଁରେ ଲଗାଇବା ଦ୍‌ୱାରା ତ୍ୱଚାର ଉଜ୍ଜଳତା ବଢ଼ିବା ସହ ସୁନ୍ଦରତା ଦ୍ୱିଗୁଣ ହୋଇଯିବ । ଏଥିସହ ତ୍ୱଚା ନରମ ମଧ୍ୟ କରିଥାଏ । ମସୁର ଡାଲିକୁ ବାଟି ଏଥିରେ ମହୁ ଏବଂ ଘିଅ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ମିଶ୍ରଣକୁ ୧୫ରୁ ୨୦ ମିନିଟ ଯାଏଁ ମୁହଁରେ ଲଗାନ୍ତୁ । ପରେ ଧୀରେ ଧୀରେ ମସାଜ କରନ୍ତୁ । ଏହାପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ ଏଥିରେ କ୍ଷୀର ମିଶାଇ ମଧ୍ୟ ଲଗାଇ ପାରିବ । ସପ୍ତାହରେ ୨ ଥର ଏହି ଫେସ ପ୍ୟାକକୁ ଲଗାଇଲେ ରିଙ୍କଲ୍ସ ଦୂର ହେବା ସହ ମୁହଁର ଉଜ୍ଜଳତା ବଢ଼ିଥାଏ । ଏକ ଚାମଚ ମସୁର ଡାଲି ଗୁଣ୍ଡରେ ଦୁଇ ଚାମଚ କ୍ଷୀର ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ । ଯଦି ଆପଣଙ୍କ ବ୍ରଣ ସମସ୍ୟା ଥାଏ ତେବେ ଏଥିରେ ଏକ ଚୁଟକି ହଳଦୀ ମିଶାଇ ପାରିବ । ଏହି ମିଶ୍ରଣକୁ ମୁହଁରେ ୧୦ରୁ ୧୫ ମିନିଟ ଯାଏ ଲଗାଇ ରଖନ୍ତୁ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଯଦି ମୁହଁରେ କିଛି କଳା ଦାଗ ଥାଏ ତେବେ ଏହାକୁ ଦୂର କରିବା ପାଇଁ ମସୁର ଡାଲିକୁ ବାଟି ସେଥିରେ ଦେଶୀ ଘିଅ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏଥିରେ ଆପଣ ଚାହିଁଲେ ମହୁ ମଧ୍ୟ ମିଶାଇ ପାରିବ । ଏହି ମଶ୍ରଣକୁ ମୁହଁ, ବେକ, ହାତ ଏବଂ ଗୋଡରେ ଥିବା କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରିପାରିବେ । ଏହି ପେଷ୍ଟକୁ ନିୟମିତ ବ୍ୟବହାର କଲେ ତ୍ୱଚାରେ ଥିବା ଦାଗ ଦୂର ହେବା ସହ ମୁହଁର ସୁନ୍ଦରତା ଧୀରେ ଧୀରେ ବଢ଼ିବ । ମସୁର ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି । ଏହାକୁ ଫେସ ପ୍ୟାକ ଭଳି ବ୍ୟବହାର କଲେ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ତ୍ୱଚା ନରମ ହେବା ସହ ଚିକ୍କଣ ମଧ୍ୟ ହୋଇଥାଏ ।

Leave A Reply

Your email address will not be published.