ନୂଆଦିଲ୍ଲୀ : ମଧୁମେହ, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡିତ ରୋଗୀଙ୍କ ପାଇଁ ଖଲ ଖବର । କାରଣ କେନ୍ଦ୍ର ସରକାର ମଧୁମେହ, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ଆଦି ରୋଗରର ଚିକିତ୍ସା ସହ ଜଡିତ ୮୪ଟି ଔଷଧର ଖୁଚୁରା ମୂଲ୍ୟ ନିୟନ୍ତ୍ରକ ସ୍ଥିର କରିଛନ୍ତି । କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନ୍ପିପିଏ)
ଦ୍ୱାରା ଏହି ସବୁ ଔଷଧର ମୂଲ୍ୟ ସ୍ଥିର କରାଯାଇଛି । ଏହା ଦ୍ୱାରା ଔଷଧ ଦୋକାନୀ ନିଜ ଇଚ୍ଛା ମୁତାବକ ଉପରୋକ୍ତ ସମସ୍ତ ରୋଗ ନିମନ୍ତେ ବ୍ୟବହାର କରାଯାଉଥିବା ଔଷଧ ଉପରେ ଅଧିକ ମୂଲ୍ୟ ନେଇପାରିବେ ନାହିଁ । ଔଷଧ
(ମୂଲ୍ୟ ନିୟନ୍ତ୍ରଣ) ନିର୍ଦେଶନାମା ୨୦୧୩ ଅନ୍ତର୍ଗତ ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରି, ଏନ୍ପିପିଏ ଔଷଧ ଗୁଡିକର ଖୁଚୁରା ମୂଲ୍ୟ ସ୍ଥିର କରିଥିବା ନିୟାମକଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ କହୁହାଯାଇଛି । ନିର୍ଦେଶନାମା ଅନୁଯାୟୀ, ମଧୁମେହ ରୋଗ ପାଇଁ ବହୁଳ ଭାବେ ବ୍ୟବହୃତ ଭୋଗଲିବୋଜ୍ ଏବଂ ଏସ୍ଆର୍ମେ ଟଫର୍ମିନ୍ ହାଇଡ୍ରୋକ୍ଲୋରିଡ୍ର ଖୁଚୁରା ବଜାରରେ ଗୋଟିଏ ଟାବଲେଟର ମୂଲ୍ୟ (ଜିଏସ୍ଟିକୁ ବାଦ ଦେଇ ) ୧୦.୪୭ ଟଙ୍କା ରହିବ । ସେହିଭଳି ପାରାସିଟାମଲ ଏବଂ କ୍ୟାଫିନ୍ ପ୍ରତି ଟ୍ୟାବଲେଟ୍ର ମୂଲ୍ୟ ୨.୮୮ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ବ୍ୟତୀତ ଗୋଟିଏ ରୋସୁଭାଷ୍ଟାଟିନ୍ ଆସ୍ପିରିନ୍ ଏବଂ କ୍ଲୋପିଡୋଗ୍ରେଲ୍ କ୍ୟାପସୁଲର ମୂଲ୍ୟ ନିୟାମକ ୧୩.୯୧ ଟଙ୍କା ସ୍ଥିର କରିଛନ୍ତି । ଏକ ପୃଥକ ବିଜ୍ଞପ୍ତିରେ, ଏନପିପିଏ କହିଛି ଯେ, ଏହା ତରଳ ମେଡିକାଲ ଅକ୍ସିଜେନ୍ ଏବଂ ଅକ୍ସିଜେନ୍ ଇନ୍ହଲର (ଔଷଧୀୟ ଗ୍ୟାସ)ର ସଂଶୋଧିତ ଅଧିକତମ ମୂଲ୍ୟକୁ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
୮୪ଟି ଔଷଧର ମୂଲ୍ୟ ସ୍ଥିର କଲା ଏନ୍ପିପିଏ
Prev Post
Next Post