ଆଖି ତଳର କଳାଦାଗକୁ ଦୂର କରିବାର ଉପାୟ

0 79

ସ୍ୱାସ୍ଥ୍ୟ ହିଁ ସଂପଦ । ମଣିଷର ଶରୀର ସୁସ୍ଥ ରହିଲେ ସବୁ ଠିକ୍ ରହିଥାଏ । ଶରୀର ମଧ୍ୟରେ ଆଖି ହେଉଛି ଆମର ସବୁଠାରୁ ସୌନ୍ଦର୍ଯ୍ୟମୟ ଅଙ୍ଗ । ତେବେ ଆଖିର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବହୁବାର ଆମେ ଡାକ୍‌ତରଙ୍କୁ ପରାମର୍ଶ ନେଇଥାଉ । ତେବେ ଘରୋଇ ଉପଚାର ଦ୍ୱାରା ଆମେ ଆଖିର ଯତ୍ନ ନେଇପାରିବା । କାମର ଚାପ, ମାନସିକ ଅଶାନ୍ତି ବଢ଼ିଲେ ହିଁ ଆଖିତଳ କଳାଦାଗ ପଡିବା ସହିତ ଦୃଷ୍ଟିଶକ୍ତି ମଧ୍ୟ କମ୍ ହୋଇଥାଏ । ତେବେ ସହଜ ଘରୋଇ ଉପାୟରେ ଆମେ ଏହାର ଉପଚାର କରିପାରିବା । ଯଦି ଆପଣ ବାହାରକୁ ଯାଉଛନ୍ତି, ଯିବା ପୂର୍ବରୁ ସନ୍ ଗ୍ଲାସ୍ ଲଗାଇବା ଜରୁରୀ । ବାହାରୁ ଆସିବା ପରେ ଆଖିରେ ଥଣ୍ଡା ପାଣିରେ ଛିଟା ମାରନ୍ତୁ । ଏହାଦ୍ୱାରା ଆଖି ଭିତରେ ଥିବା, ମଇଳା ସଫା ହୋଇଥାଏ । ନିୟମିତ ପର୍ଯ୍ୟାପ୍ତ ପରିମାଣରେ ଶୋଇଲେ ଆଖି ତଳ କଳାଦାଗର ସମସ୍ୟା ଉପୁଜିନଥାଏ । ବାହାରକୁ ଯିବା ପୂର୍ବରୁ ଆଖି ତଳେ ସନ୍‌ସ୍କ୍ରିନ୍ ଲଗାଇ ତାହାକୁ ଭଲଭାବେ ମାଲିସ୍ କରିବା ଉଚିତ । ଏହାଦ୍ୱାରା ଆଖି ଫୁଲିବା ଓ କଳା ଦାଗର ସମସ୍ୟା ଦେଖା ଦେଇନଥାଏ । ନିୟମିତ ଆଖି ତଳେ ବାଦାମ ତେଲ ଲଗାଇଲେ ଆଖି ତଳ କଳାଦାଗ ଦୂର ହୋଇଥାଏ । ଆଖି ତଳ କଳାଦାଗ ହେଉଥିଲେ କାଜଲ ନ ଲଗାଇବା ଉଚିତ, ତାହା ମଧ୍ୟ କଳାଦାଗକୁ ଅଧିକ ଗାଢ଼ କରେ । ନିୟମିତ ଭାବେ ଦିନକୁ ୫ରୁ ୬ ଥର ଥଣ୍ଡା ପାଣିରେ ଆଖି ଓ ଚାରିପାଖରେ ଛିଟା ମାରନ୍ତୁ । ଖରାରୁ ଆସିବା ପରେ ବରଫ ଘଷିଲେ ଏହା ଆଖି ପାଇଁ ଭଲ ଅଟେ । ପୁଦିନାରେ ଥିବା ପୋଷକ ତତ୍ତ୍‌ୱ ଆଖି ତଳର କଳା ଦାଗକୁ ଦୂର କରିଥାଏ । ପୁଦିନାରେ ଥିବା ଆଣ୍ଟିସେଫ୍ଟିକ, ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ଆଖିତଳକୁ କଳା ହେବାରୁ ରକ୍ଷା କରିଥାଏ । ପୁଦିନା ଓ ଟମାଟୋ ଓ ଲେମ୍ୱୁରସ ମିଶ୍ରଣରେ ଏକ ପେଷ୍ଟ ପ୍ରସ୍ତୁତ କରି ଆଖି ଥଲେ ଲଗାନ୍ତୁ । ଏପରି ସପ୍ତାହକୁ ୩ ରୁ ୪ ଥର ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ଦହିରେ ବେସନ ଅଳ୍ପ ମିଶାଇ ଆଖି ଚାରିପାଖରେ ଲଗାଇ ୫ ମିନିଟ୍ ପରେ ଧୋଇନେବେ । ଏହି ଭଳି ପ୍ରତିଦିନ କରିବା ସ୍ୱାରା କଳା ଦାଗ ଦୂର ହୋଇଥାଏ । ଆଳୁ ରସକୁ ଦିନକୁ ୨ ଥର ଆଖି ତଳେ ଲଗାଇଲେ କଳା ଦାଗ ଦୂର ହୋଇଥାଏ ।

Leave A Reply

Your email address will not be published.