ଆଜିର ରାଶିଫଳ

0 70

“ଅଦ୍ୟ ମିଥୁନ ଦି୨୧ନ, ଷଷ୍ଠୀ ଦ୩୫ ।୪୯ ରାଘ୭ ।୩୬, ପୂର୍ବାଫା
ଦ୧୫ ।୩ଦିଘ୧୧ ।୧୭, ସିଂହ ଚନ୍ଦ୍ର ଦ୩୦ ।୫୫ ଘ୫ ।୪୮.
“ମିଥୁନ ଦ୩/ ୨୨/୫୫ ଇଂଘ୫/୧୬/୦୨ ଗତେ ଉଦୟ
“ଧନୁ ଦ୩/୧୬/୦୫ ଇଂଘ ୬/୨୫/୨୬ ଗତେ ଅସ୍ତ ।

“ଯୋଗିନୀ ପଶ୍ଚିମେ । ରାତ୍ରି ଘ୭ ।୩୬ ଗତେ ବାୟବ୍ୟେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୧ ।୧୭ ଗତେ ହସ୍ତା ଚିତ୍ରା ବିଶାଖା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଅପରାହ୍ନ ଘ୫ ।୪୮ ଗତେ କନ୍ୟା, ବିଛା, ଧନୁ, ମକର, ମୀନ, ମେଷ, କର୍କଟ, ସିଂହ ଏ ରାଶିର ଚନ୍ଦ୍ରଶୁଦ୍ଧି । ବୃଷ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ଦିବା ଘ୬ ।୫୫ ଗତେ ଘ୮ ।୩୪ ମଧ୍ୟେ ବାରବେଳା । ଘ୧ ।୨୮ ଗତେ ଘ୩ ।୭ ମଧ୍ୟେ କାଳବେଳା । ରାତ୍ରି ଘ୭ ।୪୬ ଗତେ ଘ୯ ।୭ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ଦିବା ଘ୧୧ ।୧୭ ଗତେ ଦ୍ୱିପାଦ ଦୋଷ । ଫଳଂ କୃଷି, ସନ୍ତାନ ହାନି । ଭୂମି ଓ ତିଳକାଞ୍ଚନ ଦାନ । ରାତ୍ରି ଘ୭ ।୩୬ ଗତେ ତ୍ରିପାଦ ଦୋଷ । ଫଳ ସମ୍ପଦ ହାନି । ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୧୧ ।୧୭ ମଧେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ କୂଳଟା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ନିମ୍ବ ରାତ୍ରି ଘ୭ ।୩୬ ଗତେ ତାଳ ଭକ୍ଷଣ ନିଷେଧ । ଅଦ୍ୟ ହେରା ପଞ୍ଚମୀ । “(ଅମୃତ) – ଦିବା ଘ୭ ।୪୦ ମଧ୍ୟେ ଘ୯ ।୧୬ ଗତେ ଗ୧୧ ।୪୦ ମଧ୍ୟେ ଘ୨ ।୫୨ ଗତେ ଘ୩ ।୪୦ ମଧ୍ୟେ ରାତ୍ରି ଘ୭ ।୧୪ ମଧ୍ୟେ ଘ୧୨ ।୫୦ ଗତେ ଘ୩ ।୧୪ ମଧ୍ୟେ । “(ମାହେନ୍ଦ୍ର) – ଦିବା ଘ୨ ।୪ ଗତେ ଘ୨ ।୫୨ ମଧ୍ୟେ ଘ୩ ।୪୦ ଗତେ ଘ୪ ।୨୮ ମଧ୍ୟେ ରାତ୍ରି ଘ୮ ।୫୦ ଗତେ ଘ୧୦ ।୨୬ ମଧ୍ୟେ ।
ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ । ଆଖପାଖର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ । ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ ।
ବୃଷ: ପରିଶ୍ରମ ତୁଳନାରେ କମ୍ ଫଳ ମିଳିବ । ପୈତୃକ ସଂପତ୍ତିରୁ ଲାଭ ମିଳିପାରେ । ପାରିବାରିକ ଜୀବନ ସୁଖକର ହେବ । ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ।
ମିଥୁନ: ଆପଣଙ୍କ ଉପରେ ଘରର ମୁରବିଙ୍କ ଆଶୀର୍ବାଦ ରହିବ । ପୂର୍ବ ସମସ୍ୟାର ସମାଧାନ ହେବ । ଜୀବନସାଥୀଙ୍କ ସହ ଆନନ୍ଦମୟ ସମୟ କାଟିବେ ।
କର୍କଟ: ସ୍ୱାସ୍ଥ୍ୟ ନେଇ ସତର୍କ ରୁହନ୍ତୁ । ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ।
ସିଂହ: ନିଜ ଭାଷରେ ନିୟନ୍ତ୍ରଣ ରଖନ୍ତୁ । ବିବାଦଠୁଁ ଦୂରରେ ରୁହନ୍ତୁ । ବ୍ୟବସାୟରେ ପରିଶ୍ରମ ଅନୁସାର ସନ୍ତୋଷଜନକ ଫଳ ପାଇବେ ।
କନ୍ୟା: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ । ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ । ଅନ୍‌ଲାଇନ୍ ବ୍ୟବସାୟୀଙ୍କୁ ବଡ଼ ସୁଯୋଗ ମିଳିବ ।
ତୁଳା: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବ । ବେପାର ବୃଦ୍ଧି ଲାଗି ମନପ୍ରାଣ ଢାଳି କାମ କରିବେ । ଘରେ ଅବିବାହିତ ଲୋକଙ୍କର ବିବାହ ପ୍ରସଙ୍ଗ ଉଠିବ ।
ବିଛା: ଚାକିରିଆଙ୍କର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ । ଜୀବନସାଥୀ ସହ ସମ୍ବନ୍ଧରେ ସୁଖ ବଢ଼ିବ । ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ କମ୍ ଲାଗିବ ।
ଧନୁ: ବିବେକ ପ୍ରୟୋଗ କରି ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସଂପୂର୍ଣ୍ଣ କରିନେବେ । ବରିଷ୍ଠ ଆପଣଙ୍କ କାମକୁ ପ୍ରଶଂସା କରିବେ । ପ୍ରେମୀଯୁଗଳ ତର୍କ କରନ୍ତୁ ନାହିଁ ।
ମକର: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ । ଘର ସଫା କରିବାରେ ଗୃହଣୀଙ୍କର ସମୟ ବିତିବ । ବଡ଼ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇପାରନ୍ତି ।
କୁମ୍ଭ: କୌଣସି କାମ କରିବା ପୂର୍ବରୁ ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ । ଆପଣଙ୍କର ସୃଜନଶୀଳତା ବଢ଼ିବ । ସରକାରୀ ଚାକିରିଆଙ୍କର କାମ ବୋଝ ଅଧିକ ରହିବ ।
ମୀନ: ଘରୋଇ ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ ।
ଜ୍ୟୋତିଷ ଆଚାର୍ଯ୍ୟ -ରମେଶ ଚନ୍ଦ୍ର ପଣ୍ଡା
ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ
ଦୂରଭାଷ-୯୯୩୭୦୬୭୦୫୦

Leave A Reply

Your email address will not be published.