୨୦ ଟଙ୍କା ଶସ୍ତା ହୋଇପାରେ ଖାଇବା ତେଲ

0 70

ନୂଆଦିଲ୍ଲୀ : ଘରୋଇ ଗ୍ୟାସ୍‌ ସିଲିଣ୍ଡରର ଦାମ୍ ବଢିବା ପରେ ଏବେ ସାଧାରଣ ନାଗରିକଙ୍କୁ ଏକ ବଡ ଖୁସି ଖବର ମିଳିବାକୁ ଯାଉଛି । ଖାଦ୍ୟ ମନ୍ତ୍ରାଳୟ ତରଫରୁ ବୁଧବାର ଖାଦ୍ୟ ତେଲ କମ୍ପାନୀମାନଙ୍କ ଡକାଯାଇଥିବା ବୈଠକ ପରେ ଖାଇବା ତେଲ ଶସ୍ତା ହେବା ରାସ୍ତା ସଫା ହୋଇଯାଇଛି । ବୈଠକରେ ସମସ୍ତ ତେଲ କମ୍ପାନୀମାନେ ସାମିଲ ହୋଇଥିଲେ । ଏହି ସମୟରେ ଖାଇବା ତେଲର ଦାମରେ ହ୍ରାସ ନେଇ ଚର୍ଚ୍ଚା ହୋଇଥିଲା । ସରକାରଙ୍କ ତରଫରୁ କମ୍ପାନୀମାନଙ୍କୁ ଏମଆରପିରେ ପରିବର୍ତ୍ତନ କରିବାର ନିର୍ଦ୍ଦେଶ ଦିଆଯାଇଛି । ଫୁଡ୍ ଏଣ୍ଡ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ ବିଭାଗ ଅନୁସାରେ ଆଗାମୀ ସମୟରେ ତେଲ ଦାମରେ ହ୍ରାସ କରାଯାଇପାରେ । ସରକାରଙ୍କ ତରଫରୁ ଡକାଯାଇଥିବା ବୈଠକରେ କିଛି ତେଲ କମ୍ପାନୀମାନେ ଦାମରେ ଆହୁରି ହ୍ରାସ କରିବା ପାଇଁ ରାଜି ମଧ୍ୟ ହୋଇଛନ୍ତି । ଆପଣଙ୍କୁ କହିରଖୁଛୁ ଅନ୍ତର୍ଜାତୀୟ ବଜାରରେ ଖାଦ୍ୟ ତେଲର ଦାମ ହ୍ରାସ ପାଇବା ପରେ ଘରୋଇ ବଜାରରେ ମଧ୍ୟ ଦାମ୍ କମ୍ ହେବା ଆଶା କରାଯାଉଛି । ସରକାର ତେଲ କମ୍ପାନୀମାନଙ୍କୁ ହ୍ରାସ ହୋଇଥିବା ଦାମକୁ ଏମଆରପିରେ ମଧ୍ୟ ରିଫ୍ଲେକ୍ଟ କରିବା ପାଇଁ କହିଛନ୍ତି । କମ୍ପାନୀମାନଙ୍କ ତରଫରୁ ଏଥିପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ଉଠାଯିବା ପାଇଁ ଆଶ୍‌ୱାସନା ଦିଆଯାଇଛି । ବୈଠକରେ ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ । କହିରଖୁଛୁ ଗତ କିଛି ଦିନରେ ଅନ୍ତର୍ଜାତୀୟ ମାର୍କେଟରେ ତେଲ ଦାମରେ ହ୍ରାସ ଦେଖିବାକୁ ମିଳିଛି । ଏଭଳି କ୍ଷେତ୍ରରେ ସରକାର ଜନତାଙ୍କ ପର୍ଯ୍ୟନ୍ତ ଏହି ଫାଇଦାକୁ ପହଞ୍ଚାଇବାକୁ ଚାହୁଁଛନ୍ତି । ତେଲ ଦାମ୍ ୨୦ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ କମ୍‌ ହେବା ଫଳରେ ସାଧାରଣ ନାଗରିକଙ୍କୁ ବଡ ଆଶ୍ୱସ୍ତି ମିଳିବ ।

Leave A Reply

Your email address will not be published.