ବର୍ଷା ଋତୁରେ କେଶ ସମସ୍ୟାରୁ ମୁକ୍ତି ପାଇବାର ଉପାୟ

0 60

ଏବେ ମୌସୁମି ପ୍ରଭାବରେ ବର୍ଷା ହେଉଛି । ଏହି ଋତୁରେ ଲୋକମାଙ୍କର ଅଧିକ ଚୁଟି ଝଡ଼ିବା ସସସ୍ୟା ଦେଖାଯାଏ । ପ୍ରକୃତରେ ଏହି ପାଗରେ ପରିବେଶରେ ଆର୍ଦ୍ରତା ବଢୁଥିବାରୁ ଚୁଟିର ଲୋମକୂପ ବନ୍ଦ ହୋଇଯାଏ । ଏହି କାରଣରୁ ଚୁଟି ଫାଟିବା, ଶୁସ୍କ ହେବା, ଚୁଟି କୁଣ୍ଢାଇ ହେବା ଓ ସ୍କାଲ୍ପ ଇନଫେକସନ (ଚୁଟିରେ ହେଉଥିବା ଏକ ସଂକ୍ରମଣ) ସାମାନ୍ୟ ବଢିଥାଏ । ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ମୌସୁମି ସମୟରେ ଏହି ୩ଟି ତେଲକୁ ବ୍ୟବହାର କରିପାରିବେ । ଯାହାକି ଆପଣଙ୍କକେଶ ସମସ୍ୟା ଦୂର କରିବ ।ନଡ଼ିଆ ତେଲ: ନଡ଼ିଆ ତେଲରେ ଏପରି କିଛି ଫେଟି
ଏସିଡ ଓ ପ୍ରୋଟିନ୍ ଥାଏ ଯାହାକି ଚୁଟିକୁ ମଜଭୁତ କରିଥାଏ । ଏହା ଚୁଟି ଝଡ଼ିବାକୁ ମଧ୍ୟ ବନ୍ଦ କରେ । ଟି ଟ୍ରି ତେଲ: ମୌସୁମି ସମୟରେ ଆପଣ ଟି ଟ୍ରି ତେଲ ମଧ୍ୟ ବ୍ୟବହାର କରିପାରିବେ । ଟି ଟ୍ରି ତେଲରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନଫ୍ଲାମେଟୋରି ଗୁଣ ଚୁଟି ଝଡ଼ିବାକୁ ବନ୍ଦ କରିବାରେ ସହାୟକ ହୋଇଥାଏ । ଏହା ଦ୍ୱାରା ଶୁସ୍କ ଚୁଟି ସମସ୍ୟା (ହେୟାର ଡ୍ରାଏନେସ) ମଧ୍ୟ ଦୂର ହୋଇଥାଏ । ମନେ ରଖନ୍ତୁ ଏହି ତେଲକୁ ସିଧା ସଳଖ ମୁଣ୍ଡରେ ଲଗାନ୍ତୁ ନାହିଁ ଅନ୍ୟ କୌଣସି ତେଲ ସହ ମିଶାଇ ଏହି ତେଲକୁ ମୁଣ୍ଡରେ ଲଗାନ୍ତୁ । ବାଦାମ ତେଲ: ମୌସୁମି ସମୟରେ ଚୁଟିରେ ବାଦାମ ତେଲ ଲଗାଇବା ମଧ୍ୟ ବହୁତ ଉପକାରୀ ହୋଇଥାଏ । ବାଦାମ ତେଲରେ ଭିଟାମିନ୍‌-ଇ ଥାଏ । ଶୁସ୍କ ଚୁଟି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏହି ତେଲକୁ ବ୍ୟବହାର କରିବା ପାରିବେ ।

Leave A Reply

Your email address will not be published.