ଆଜିର ରାଶିଫଳ

0 73

“ଅଦ୍ୟ ମିଥୁନ ଦି୨୩ନ,ଅଷ୍ଟମୀ ଦ୩୫ ।୪୭ ରାଘ୭ ।୩୬,ହସ୍ତା
ଦ୧୯ ।୩୩ ଦିଘ୧ ।୬,କନ୍ୟା ଚନ୍ଦ୍ର ଦ୪୯ ।୪୨ ରାଘ୧ ।୧୦.
“ମିଥୁନ ଦ୩/୪୩/୨୫ ଇଂଘ ୫/୧୬/୪୮ ଗତେ ଉଦୟ
“ଧନୁ ଦ୩/୩୬/୫୫ ଇଂଘ ୬/୨୫/୨୮ ଗତେ ଅସ୍ତ ।

“ଯୋଗିନୀ ଐଶାନ୍ୟେ । ରାତ୍ରି ଘ୭ ।୩୬ ଗତେ ପୂର୍ବେ । ଯାତ୍ରା ନାସ୍ତି । ଅଦ୍ୟ ବ୍ରତୋପନୟନ ଦିବା ଘ୧ ।୩୬ ଗତେ ପାରସ୍କର ମତେ ଚିତ୍ରା ନକ୍ଷତ୍ରେ ବିବାହ ଓ ପାଣିଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା
ଘ୧ ।୩୬ ଗତେ ସ୍ୱାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ୱିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୧ ।୧୦ ଗତେ ତୁଳା, ଧନୁ, ମକର,
କୁମ୍ଭ, ମେଷ, ବୃଷ, ମିଥୁନ, ସିଂହ, କନ୍ୟା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତବାର । ଦିବା ଘ୩୭ ଗତେ ଘ୬ ।୨୫ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧ ।୪୯ ଗତେ ଘ୧ ।୧୦ ମଧ୍ୟେ କାଳରାତ୍ରି । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ନାରିକେଳ (ନଡ଼ିଆ) ରାତ୍ରି ଘ୭ ।୩୬ ଗତେ ଅଲାବୁ (ଲାଉ) ଭକ୍ଷଣ ନିଷେଧ । “(ଅମୃତ) – ଦିବା ଘ୨ ।୫୩ ଗତେ ଘ୫ ।୧୭ ମଧ୍ୟେ ରାତ୍ରି ଘ୭ ।୧୩ ଗତେ ଘ୯ ।୩୭ ମଧ୍ୟେ ଘ୧୨ ।୪୯ ଗତେ
ଘ୩ ।୧୩ ମଧ୍ୟେ ଘ୪ ।୪୯ ଗତେ ଗ୫ ।୧୭ ମଧ୍ୟେ । “(ମାହେନ୍ଦ୍ର) – ପ୍ରାତଃ ଘ୬ ।୫ ମଧ୍ୟେ ଘ୯ ।୧୭ ଗତେ ଘ୧୦ ।୫୩ ମଧ୍ୟେ ।
ମେଷ: ନିଜ କାମରେ ଆପଣଙ୍କୁ ଲାଭ ମିଳିପାରେ । ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ । ଛାତ୍ରଛାତ୍ରୀଙ୍କ ଖୁସି ଲାଗି ନୂଆ ଅବସର ଆସିବ ।
ବୃଷ: ଅତୀତ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ । ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ଉନ୍ନତି ହେବ ।
ମିଥୁନ: ଆଧ୍ୟାତ୍ମିକ ଦିଗରେ ଆପଣଙ୍କର ଅଧିକ ଧ୍ୟାନ ରହିବ । ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହେବେ । ପୁରୁଣା ଜମି ବିବାଦ ସମାପ୍ତ ହୋଇଯିବ । ଶିକ୍ଷକଙ୍କ ଲାଗି ଦିନଟି ଭଲ ।
କର୍କଟ: ସାରାଦିନ କାମରେ ବ୍ୟସ୍ତ ରହିବେ । ଆପଣଙ୍କର ଉଦାର ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ନୂଆ କାରବାରରେ ପୁଞ୍ଜି ନିବେଶ ପୂର୍ବରୁ ପରିବାରରେ ବଡ଼ଲୋକଙ୍କ ପରାମର୍ଶ ନିଅନ୍ତୁ ।
ସିଂହ: ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ । ଅଫିସରେ ସହକର୍ମୀଙ୍କ ଉପରେ ବିରକ୍‌ତି ହୁଅନ୍ତୁ ନାହିଁ । ବିବାହିତା ମହିଳା ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ । ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ।
କନ୍ୟା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ । ବହୁଦିନ ପରେ ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଫୋନ୍‌ରେ କଥା ହେବେ । କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିପାରେ ।
ତୁଳା: ବ୍ୟବସାୟୀମାନଙ୍କ ଲାଗି ଦିନଟି ଭଲ । ବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ମିଳିପାରେ । ଆପଣଙ୍କ ଉତ୍ତମ ବ୍ୟବହାରରେ ଅଫିସ୍‌ର କର୍ମଚାରୀମାନେ ପ୍ରଭାବିତ ହେବେ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ।
ବିଛା: ଆପଣ ନିଜ କାମ ସଂପୂର୍ଣ୍ଣ କରିପାରିବେ । ଆର୍ଥିକ ସୁଧାର ଆସିପାରେ । ପୁଅଝିଅ ଆପଣଙ୍କୁ ଭଲ ଖବର ଶୁଣାଇବେ । ଜୀବନସାଥୀଙ୍କ ସ୍ନେହ ଓ ଆଦର ପାଇବା ହେତୁ ଆନନ୍ଦିତ ହେବେ ।
ଧନୁ: ଆପଣଙ୍କ ବିଚାର ସକାରାତ୍ମକ ରଖନ୍ତୁ । କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ । ଯାନବାହନ କିଣିବା ଲାଗି ଦିନଟି ଶୁଭ । ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁର ସଂପର୍କ ବଜାୟ ରହିବ ।
ମକର: ଶାନ୍ତି ଓ ଧୈର୍ଯ୍ୟ ଧରି କାମ କଲେ ସଫଳତାର ପାହଚ ଚଢ଼ିବେ । ନୂଆ ଯାନବାହନ କିଣିବାର ଆଶା ପୂରଣ ହୋଇପାରେ । ସଂନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀ ସହ ସମୟ ଅତିବାହିତ କରିବେ ।
କୁମ୍ଭ: ଅଫିସ୍‌ରେ କାମ କରିବାରେ ବାଧା ଆସିପାରେ । ହେଲେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ କାମ ସଂପନ୍ନ ହେବ । ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ । ଜମି ବେପାରୀଙ୍କ ଲାଗି ଦିନଟି ଶୁଭ ।
ମୀନ: ଚାକିରି ବୃତ୍ତିରେ ଅଧୁରା ସ୍ୱପ୍ନ ପୂର୍ଣ୍ଣ ହୋଇପାରେ । ଧନଲାଭର ନୂଆ ମାର୍ଗ ଖୋଲିବ । ମନୋରଂଜନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ । ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ ।
ଜ୍ୟୋତିଷ ଆଚାର୍ଯ୍ୟ -ରମେଶ ଚନ୍ଦ୍ର ପଣ୍ଡା
ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ
ଦୂରଭାଷ୯୯୩୭୦୬୭୦୫୦

Leave A Reply

Your email address will not be published.