ବିଳମ୍ୱିତ ରାତିରେ ଖାଇବା କ୍ଷତିକାରକ

0 80

ବିଳମ୍ୱିତ ରାତି ଯାଏ ଟିଭି ଦେଖିବା ବା ସୋସିଆଲ ମିଡ଼ିଆରେ ବନ୍ଧୁଙ୍କ ସହ ଗପସପ କରିବାର ଅଭ୍ୟାସ ଅଛି କି ? ଆପଣ କଣ ଏହି ସମୟରେ ଭୋକ ଲାଗିଲେ ଅନେକ ସମୟରେ ଫାଷ୍ଟାଫୁଡ୍ ବା ସ୍ନାକ୍ସ ଖାଇ ଦିଅନ୍ତି ? ଯଦି ହଁ ତ ସୁଧୁରି ଯାଆନ୍ତୁ । ଆମେରିକା ସ୍ଥିତ,ବ୍ରିଘମ ଆଣ୍ଡ ୱିମେନ୍ସ ହସ୍ପିଟାଲର ସଦ୍ୟ ଅଧ୍ୟୟନରେ ଏହି ପରାମର୍ଶ ଦିଆଯାଇଛି । ଗବେଷକଙ୍କ ଅନୁସାରେ ବିଳମ୍ୱିତ ରାତି ଯାଏ ଖାଇବା ପିଇବାର ଅଭ୍ୟାସ କମ୍ ନିଦ୍ରା ଯିବା ଠାରୁ ବହୁତ ଘାତକ । ଏଥିରେ ରକ୍ତରେ ଥିବା ଗ୍ଲୁକୋଜର ବ୍ୟବହାର କରିବା ଟିସୁର କ୍ଷମତାକୁ ହ୍ରାସ କରିଥାଏ । ଏହାର ଫଳ ସ୍ୱରୂପ ବ୍ୟକ୍ତିକୁ ହାଇପରଗ୍ଲାଇସିମିଆର ଶିକାର ହୋଇଯାଏ, ଯେଉଁଥିରେ ରକ୍ତରେ ଗ୍ଲକୋଜର ସ୍ତର ସାଧାରଣ ଭାବେ ବହୁତ ଅଧିକ ରହିଥାଏ । ଏହି ସ୍ଥିତି ଆଗକୁ ଟାଇପ୍‌୨ ଡାଇବେଟିସ୍ ଓ ହାର୍ଟରୋଗର ରୂପ ନେଇଥାଏ । ଖାଲି ପେଟରେ ତୁଳସୀ ପତ୍ର ସେବନ ଶରୀର ପାଇଁ ଖୁବ୍‌ ଫଳପ୍ରଦ, ଥଣ୍ଡା ସମୟରେ ବି ରହିବେ ପୂରା ସୁସ୍ଥ । ମୁଖ୍ୟ ଗବେଷକ ଫ୍ରେଙ୍କ୍ ଏଜେଏଲ୍‌ ଶିୟରଙ୍କ ମୁତାବିକ , ବିଳମ୍ୱିତ ରାତିରେ ଭୋଜନ ବା ସ୍ନାକ୍ସର ସେବନ କଲେ ଶରୀରର କେନ୍ଦ୍ରୀୟ ଓ ପେରିଫେରଲ ଜୈବିକ ଘଡ଼ି ( ସର୍କାଡିଆନ କ୍ଲକ୍‌) ମଧ୍ୟରେ ସନ୍ତୁଳନ ବ୍ୟାଘାତ ଘଟେ । ଏହି ଦୁଇ
ଘଡ଼ି ଚବିଶ ଘଣ୍ଟାର ଅନ୍ତରାଳରେ ଯେକୌଣସି ବ୍ୟକ୍ତିଙ୍କ ଠାରେ ହେବାକୁ ଥିବା ଶାରୀରିକ, ମାନସିକ ଓ ବ୍ୟାବହାରିକ ପରିବର୍ତ୍ତନକୁ ନିୟନ୍ତ୍ରିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଖାଇବା ପାଇଁ ସକାଳର ଅପେକ୍ଷା କରିବା ଭଲ – ଅଧ୍ୟୟନରେ ଗବେଷକମାନେ ଏକ ପରୀକ୍ଷା କରିଥିଲେ । କେତେକ ବ୍ୟକ୍ତିଙ୍କୁ ନେଇ ଏକ ପରୀକ୍ଷା କରିଥିଲେ । ରାତିରେ କାମ କରୁଥିବା କର୍ମଚାରୀ ଖାଇବା ପାଇଁ ସକାଳକୁ ଅପେକ୍ଷା କରିବା ଭଲ । ଏହି ସମୟରେ ରାତି ସାରା ଅନିଦ୍ରା ସତ୍ତ୍ୱେ ସକାଳ ହେଲେ କିଛି ଖାଉଥିବା ବ୍ୟକ୍ତିଙ୍କ ରକ୍ତରେ ଗ୍ଲୁରୋଜ ସ୍ତର ଭଲ ମିଳିଥାଏ । ସେପଟେ ରାତିରେ ଖାଇଥିବା ବ୍ୟକ୍ତିଙ୍କର ବ୍ଲଡ୍‌ ସୁଗାର ବହୁତ ଅଧିକ ମିଳିଥିଲା । ଏଥିରୁ ସ୍ପଷ୍ଟ ଯେ ରାତିରେ ଅନିଦ୍ରା ତୁଳନାରେ ଏହି ସମୟରେ ଖାଇବା ଅଧିକ ଘାତକ ସାବ୍ୟସ୍ତ ହୋଇଥାଏ । ରାତି ସିଫ୍ଟରେ କାମ କରୁଥିବା ବ୍ୟକ୍ତି ସାବଧାନ ରୁହନ୍ତୁ । ଫ୍ରେଙ୍କ ଓ ତାଙ୍କର ସାଥିମାନେ ରାତି ସିଫ୍ଟରେ କାମ କରୁଥିବା ଲୋକଙ୍କୁ ଟାଇପ୍‌-୨ ଡାଇବେଟିସର ବିପଦ ପ୍ରତି ଅଧିକ ସତର୍କ ରହିବାକୁ କହିଛନ୍ତି ।

Leave A Reply

Your email address will not be published.