ଅଧିକ ଶୋଇବା ଦ୍ୱାରା ମୃତ୍ୟୁର ବିପଦ ବଢେ

0 85

ଡାକ୍ତରମାନେ ଶରୀରକୁ ଠିକ୍‌ ଭାବରେ କାମ କରିବା ପାଇଁ ପ୍ରତି ବ୍ୟକ୍ତିଙ୍କୁ ୭ ରୁ ୮ ଘଣ୍ଟା ଶୋଇବାର ପରାମର୍ଶ ଦେଇଛନ୍ତି । ବହୁଲୋକଙ୍କଠାରେ ନିଦର ଅଭାବ ଦେଖିବାକୁ ମିଳିଥାଏ, କିନ୍ତୁ ଓଭର ସ୍ଲିପିଂ ବା ଅଧିକ ଶୋଇବା ଦ୍ୱାରା ମୃତ୍ୟୁର ବିପଦ ବଢିଯାଏ । ଏହାଦ୍ୱାରା ଷ୍ଟ୍ରୋକର ବିପଦ ବଢିପାରେ । ଏମିତିବି ବହୁ ଲୋକ ୱିକେଣ୍ଡରେ ବହୁ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି, କିନ୍ତୁ ଯଦି ପ୍ରତିଦିନ ଆପଣ ଏତେ ବିଳମ୍ବ ପର୍ଯ୍ୟନ୍ତ ଶୁଅନ୍ତି ତେବେ ବଡ ସମସ୍ୟା ହୋଇପାରେ । ଅଧ୍ୟୟନରୁ ଜଣାପଡିଛି ଯେ, ଜଣେ ଲୋକ ପ୍ରତିଦିନ ୮ ଘଣ୍ଟାରୁ ଯଦି ଅଧିକ ଶୁଏ, ତାଙ୍କ ତୁଳନାରେ ୬ ରୁ ୮ ଘଣ୍ଟା ଭିତରେ ଶୋଉଥିବା ଲୋକଙ୍କ ତୁଳନାରେ ଷ୍ଟ୍ରୋକ୍ ହେବାର ସମ୍ଭାବନା ଅଧିକ ହୋଇଯାଇଥାଏ । ଷ୍ଟ୍ରୋକ୍‌ ସେତେବେଳେ ହୋଇଥାଏ ଯେବେ ମସ୍ତିଷ୍କର ଏକ ଭାଗରେ ରକ୍ତ ପ୍ରବାହ ନହୋଇ ଜମାଟ ବାନ୍ଧି ଯାଇଥାଏ । ଏହାଦ୍ୱାରା ବ୍ରେନ୍‌ ଟିସୁକୁ କ୍ଷତି ହୋଇଥାଏ । ବିଶେଷଜ୍ଞଙ୍କ ମତରେ ଖରାପ ଜୀବନଶୈଳୀ କାରଣରୁ ୨୫ ବର୍ଷରୁ କମ୍ ବୟସର ଲୋକଙ୍କର ହୃଦଗତି ରହିଯିବା କାରଣରୁ ଷ୍ଟ୍ରୋକ୍ କାରଣରୁ ମୃତ୍ୟୁ ହୋଇଥାଏ । ଆମେରିକାନ୍‌ ଏକାଡେମୀ ଅଫ୍‌ ନ୍ୟୁରୋଲୋଜିର ମେଡିକାଲ ଜର୍ନାଲ, ଜର୍ନାଲ ନ୍ୟୁରୋଲୋଜିର ଅନଲାଇନ୍ ସଂସ୍କରଣରେ ବୈଜ୍ଞାନିକମାନେ ୩୨୦୦୦ ଲୋକଙ୍କ ଭିତରେ ଷ୍ଟ୍ରୋକ୍‌ ସମସ୍ୟାକୁ ପରଖିଥିଲେ । ଏହା ସହିତ ଯେଉଁମାନଙ୍କୁ ରାତିରେ ଭଲରେ ନିଦ ହୁଏନି ତାଙ୍କ ପାଖରେ ୮୨% ରିସ୍କ ବଢିଯାଏ ।

Leave A Reply

Your email address will not be published.