ଆଜିର ରାଶିଫଳ

0 62

“ଅଦ୍ୟ ମିଥୁନ ଦି୨୬ନ,ଏକାଦଶୀ ଦ୨୨ ।୨୧,ଦିଘ୨ ।୧୪,ବିଶାଖା
ଦ୧୩ ।୮ ଦିଘ୧୦ ।୩୩,ବିଛା ଚନ୍ଦ୍ର ଦ୬୦ ନିଶାନ୍ତ.
“ମିଥୁନ ଦ୪/୧୪/୧୦ ଇଂଘ ୫/୧୮/୦୨ ଗତେ ଉଦୟ
“ଧନୁ ଦ୪/୦୮/୦୦ ଇଂଘ୫/୨୫/୩୭ ଗତେ ଅସ୍ତ ।

“ଯୋଗିନୀ ଅଗ୍ନିକୋଣେ । ଦିବା ଘ୨ ।୧୪ ଗତେ ନୈରୃତେ । ଦିବା ଘ୨ ।୧୪ ଗତେ ଯାତ୍ରା ଶୁଭ ଦେବତାଗଠନ, ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ଔଷଧକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୦ ।୩୩ ଗତେ ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଅଶ୍ୱିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମେଷ ରାଶିର ଘାତବାର । ଦିବା ଘ୧୦ ।୧୨ ଗତେ ଘ୧ ।୨୮ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧ ।୧୨ ଗତେ ଘ୨ ।୩୪ ମଧ୍ୟେ କାଳରାତ୍ରି । ମୃତେ ଦ୍ୱିପାଦ ଦୋଷ । ଫଳଂ କୃଷି ସନ୍ତାନ ହାନି । ଭୂମି ଓ ତିଳକାଞ୍ଚନ ଦାନ । ଦିବା ଘ୧୦ ।୩୩ ଗତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଓ ଅନ୍ନ ଦାନ । ଦିବା ଘ୨ ।୧୪ ଗତେ ଦ୍ୱିପାଦ ଦୋଷ । ଫଳଂ କୃଷି ପଶୁ ହାନି ଓ ଭୂମି ଦାନ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ । ଶିମ୍ବିକା (ଶିମ୍ବ) ଦିବା ଘ୨ ।୧୪ ଗତେ ପୂତିକା (ପୋଇ) ଭକ୍ଷଣ ନିଷେଧ । ଅଦ୍ୟ ହରିଶୟନ ଏକାଦଶୀ । ଶ୍ରୀ ଜୀଉମାନଙ୍କର ରଥ ଉପରେ ସୁନାବେଶ । ହଳ ନିଷେଧ । ରବିନାରାୟଣ ବ୍ରତ ।“(ଅମୃତ) – ଦିବା ଘ୬ ।୫୪ ଗତେ ଘ୯ ।୮ ମଧ୍ୟେ ଘ୧୧ ।୪୨ ଗତେ ଘ୨ ।୬ ମଧ୍ୟେ ରାତ୍ରି ଘ୮ ।୧ ମଧ୍ୟେ ଘ୧୧ ।୧୩ ଗତେ ଘ୧ ।୩୭ ମଧ୍ୟେ । “(ମାହେନ୍ଦ୍ର) – ଦିବା ଘ୩ ।୪୨ ଗତେ ଘ୪ ।୩୦ ମଧ୍ୟେ ।
ମେଷ: ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ । ଅଭାବ ଅସୁବିଧା ନ ଥିଲେ ମଧ୍ୟ ବନ୍ଧୁ, ପରିଜନଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ । ବ୍ୟବସାୟରେ ଝଗଡ଼ା ଓ ଯାତ୍ରାରେ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ବୃଷ: ଆଜିର କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ । ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ । ତେବେ ମଧ୍ୟାନ୍ନ ପରେ ଅଯଥା ବ୍ୟୟ ହୋଇପାରେ ।
ମିଥୁନ: କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ । ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ । ଶତଭିଷା ନକ୍ଷତ୍ରର ଆରୋଗ୍ୟଲାଭ, ରାଜନୀତିରେ ନୈତିକ ସମର୍ଥନ ହାସଲ କରିପାରିବେ ।
କର୍କଟ: ଆଜି ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ । ଦୀର୍ଘ ଦିନରୁ ଅଟଳି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ । ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ ।
ସିଂହ: ଆଜି ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି ଆପଣଙ୍କ ଜୀବନଯାତ୍ରାକୁ ସରଳୀକୃତ କରିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ । ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହାକି ଅନ୍ତର୍ଦାହ ସୃଷ୍ଟି କରିପାରେ । ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ ।
କନ୍ୟା: ଆଜି ଅର୍ଥସଙ୍କଟ ମଧ୍ୟରେ ଗତି କଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି କାରଣରୁ ଖୁସି ରହିବେ । ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଏଜେନଶିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ ।
ତୁଳା: ଆଜି କର୍ମକ୍ଷେତ୍ରରେ ଅସୁବିଧା ଅନୁଭବରୁ ଟେନ୍‌ସନ ମଧ୍ୟରେ ରହିବାକୁ ପଡ଼ିପାରେ । ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ବ୍ୟସ୍ତତା ବଢ଼ିପାରେ । ଟଙ୍କା ପଇସା, ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ରହିବା ଭଲ ହେବ । ଅଶ୍ଳେଷା ନକ୍ଷତ୍ରର କୌଣସି ଆମତ୍ମିୟଙ୍କ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ ।
ବିଛା: ଆଜି ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣଜନିତ ମନସ୍ତାପର କାରଣ ହୋଇପାରେ । ନିଜ ଲୋକମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ହେତୁ ଚିନ୍ତିତ ରହିବାର ସୂଚନା ରହିଛି । ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ପାଇବେ ।ଜମିଜମା ସମ୍ପର୍କିତ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିବ ।
ଧନୁ: ଆଜି ବନ୍ଧୁଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବେ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଆଜିର ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ ଆଲୋଚନା ସକାଶେ ଦିନଟି ମନ୍ଦ ହେବ ନାହିଁ ।
ମକର: ଆଜି ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହି ନ ପାରେ । ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛ । କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତି ରେ
ପ୍ରଶଂସିତ ହେବେ ।
କୁମ୍ଭ: ଆଜି ଆପଣ ନିଜର କାର୍ଯ୍ୟପଦ୍ଧତି ପରିବର୍ତ୍ତନ କରିବେ । ଯୋଜନା ବଦଳିଯିବା ସାଙ୍ଗକୁ ଗସ୍ତ ମଧ୍ୟ ସ୍ଥଗିତ ରହିଯାଇପାରେ । ଯାନବାହନ, ଗୃହସୀମା, ସଭାସମିତି, ଜମିଜମା, ନିକଟ ସମ୍ପର୍କୀୟ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ । ଯାହାକୁ ବେଶି ବିଶ୍ୱାସ କରୁଛନ୍ତି ସେହି ବ୍ୟକ୍ତି ଦ୍ୱାରା ପ୍ରତାରିତ ହୋଇପାରନ୍ତି ।
ମୀନ: ଆଜି ଯାହା କରିବାକୁ ଚାହୁଁଛନ୍ତି, ତାହା ସମ୍ପନ୍ନ କରିବା ସହଜସାଧ୍ୟ ହେବନାହିଁ । କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ସକାଳର ଖୁସୀ ଅପରାହ୍ନକୁ ରହି ନ ପାରେ । ସଭାସମିତିରେ ସମ୍ମାନ୍‌ନୀୟ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇପାରିବେ ।

Leave A Reply

Your email address will not be published.