ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଆଥିୟା-ରାହୁଲ

0 59

ମୁମ୍ବାଇ, ୧୨ା୭: ବଲିଉଡ୍ ନାୟିକା ଆଥିୟା ସେଟ୍ଟୀ ଓ କ୍ରିକେଟର୍ କେ ଏଲ୍ ରାହୁଲଙ୍କ ଲଭ୍ ଷ୍ଟୋରୀ ସଂପ୍ରତି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁଇ ଯୋଡି କେବେ ବିବାହ ବନ୍ଧନରେ ଆବଦ୍ଧ ହେବେ ତାକୁ ନେଇ ତାଙ୍କ ପ୍ରଶଂସକଙ୍କ ମହଲରେ ଅନେକ କଲ୍ପନା ଜଳ୍ପନା ଲାଗି
ରହିଛି । ତେବେ ଦୁଇ ସେଲିବ୍ରିଟିଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର । ଏହି ଦୁଇ ଚର୍ଚ୍ଚିତ ଯୋଡି ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସୁନିଲ୍ ସେଟ୍ଟୀଙ୍କ ଅଲିଅଳି କନ୍ୟା ଆଥିୟା ହେବେ ରାହୁଲଙ୍କ ଧର୍ମପତ୍ନୀ । ଦୀର୍ଘ ୩ ବର୍ଷରୁ ଦୁହେଁ ପରସ୍ପରଙ୍କୁ ଭଲ ପାଇ ଆସୁଛନ୍ତି । ବୟଫ୍ରେଣ୍ଡ୍ ରାହୁଲ୍‌ଙ୍କ ସଫଳ ସର୍ଜରୀ ପରେ ଏହି କପଲ ଏବେ ଜର୍ମାନୀରୁ ଇଣ୍ଡିଆ ଫେରିଛନ୍ତି । ସଦ୍ୟତମ ରିପୋର୍ଟ ଅନୁସାରେ ୩ ମାସ ମଧ୍ୟରେ ବିବାହ କରିବେ ଏହି ସେଲିବ୍ରିଟି ଯୋଡି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଅଥିୟା ଓ ରାହୁଲଙ୍କ ବିବାହ ଆଗାମୀ ତିନି ମାସରେ ମୁମ୍ବାଇରେ ହେବାକୁ ଯାଉଛି । ଆଥିୟା ନିଜେ ଏହି ବିବାହ ଆୟୋଜନର ସମସ୍ତ କଥା ବୁଝୁଛନ୍ତି । ଆଥିୟାଙ୍କ ଭାଇ ଆହାନ୍ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ତଡପର ସ୍କ୍ରିନିଂରେ ଦୁଇ ଲଭ୍‌ ବାର୍ଡସ୍‌ଙ୍କୁ ପ୍ରଥମଥର ଏକାଠି ଦେଖିବାକୁ ମିଳିଥିଲା । ବଲିଉଡ ସୁନ୍ଦରୀ ଓ କ୍ରିକେଟ୍‌ ତାରକାଙ୍କ ପ୍ରେମ କାହାଣୀ ଓ ବିବାହ କଥାଟି ନୂଆ ନୁହେଁ । ପୂର୍ବରୁ ହ୍ୟାଣ୍ଡସମ୍ କ୍ରିକେଟର ବିରାଟ କୋହଲି ଓ ବଲିଉଡ ବ୍ୟୁଟି କୁଇନ୍‌ ଅନୁଷ୍କା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୟୁବରାଜ ସିଂ ଓ ହେଜେଲ୍‌, ହରଭଜନ ସିଂ ଓ ଗୀତା ବାସ୍ରା, ଜାହିର ଖାନ୍ ଓ ସାଗରିକା, ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାସା ଷ୍ଟାନ୍ କୋଭିକ୍‌, ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା ଭଳି କପଲ୍ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି ।

Leave A Reply

Your email address will not be published.