ପଲଙ୍କ ତଳେ ରଖନ୍ତୁ ନାହିଁ ଘରକରଣା ସାମଗ୍ରୀ

0 113

ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ଜୀବନରେ ପଲଙ୍କର ବିଶେଷ ମହତ୍ତ୍ୱ ରହିଥାଏ । ଏହା ସ୍ୱାସ୍ଥ୍ୟ ଏବଂ ମନ ଉପରେ ପ୍ରଭାବ ପକାଇଥାଏ । ତେଣୁ ଏହା ସହ ଜଡିତ ବାସ୍ତୁ ନିୟମ ପାଳନ କରିବା ଆବଶ୍ୟକ । ବାସ୍ତୁ ଶାସ୍ତ୍ରରେ କିଛି ଜିନିଷ ପଲଙ୍କ ତଳେ ରଖିବାକୁ ବାରଣ କରାଯାଇଛି । କାରଣ ଏହା ଦ୍ୱାର ବାସ୍ତୁ ଦୋଷ ସୃଷ୍ଟି ହେବା ସହିତ ଘରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ଜିନିଷକୁ ପଲଙ୍କ ବା ଖଟ ତଳେ ରଖିବା ଉଚିତ୍‌ ନୁହେଁ । ଇଲେକ୍ଟ୍ରୋନିକ୍ ଜିନିଷ : ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଇଲେକ୍ଟ୍ରୋନିକ୍ ସାମଗ୍ରୀକୁ ପଲଙ୍କ ତଳେ ରଖିବା ଉଚିତ୍‌ ନୁହେଁ । ଏହା ବାସ୍ତୁ ତ୍ରୁଟି ସୃଷ୍ଟିm ସହିତ ମାନସିକ ସ୍ୱାସ୍ଥ୍ୟକୁ ଖରାପ କରିଥାଏ । ଏଥି ସହିତ, ନିଦ ନହେବା ସମସ୍ୟା ଦେଖା ଦେଇଥାଏ । କଳଙ୍କି ଲାଗିଥିବା ଲୁହା ବା ପ୍ଲାଷ୍ଟିକ୍ : ବାସ୍ତୁ ଶାସ୍ତ୍ର ଅନୁଯାୟୀ, କୌଣସି କଳଙ୍କିତ ଲୁହା ବା ପ୍ଲାଷ୍ଟିକ୍ ବସ୍ତୁକୁ ଖଟ ତଳେ ରଖିବା ଉଚିତ୍ ନୁହେଁ । ଏହାଦ୍ୱାରା ଘରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ । ଝାଡୁ : ଖଟ ତଳେ ଜାଡୁ ରଖିବା ଅଶୁଭ ହୋଇଥାଏ । ଏହା ମନ ଏବଂ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏଥି ସହିତ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ପରିବାରରେ ଅସୁସ୍ଥତା ଲାଗି ରହିଥାଏ । ସୁନା, ରୂପା, ଜୋତା-ଚପଲ ଏବଂ ତେଲ : ସୁନା, ରୂପା କିମ୍ବା ଅନ୍ୟାନ୍ୟ ଧାତୁର ଅଳଙ୍କାର, ଜୋତା-ଚପଲ କେବେ ପଲଙ୍କ ତଳେ ରଖିବା ଉଚିତ୍ ନୁହେଁ । ଏହା ଘରେ ନକାରାତ୍ମକ ଶକ୍ତି ଆଣିଥାଏ ।

Leave A Reply

Your email address will not be published.