ଆଜିର ରାଶିଫଳ

0 52

“ଅଦ୍ୟ ମିଥୁନ ଦି୩୦ନ , ପ୍ରତିପଦ ଦ୩୭ ।୫ ରାଘ୮ ।୧୦ ଉତ୍ତରାଷାଢ଼ା
ଦ୩୮ ।୩୭ ରାଘ୮ ।୪୭, ମକର ଚନ୍ଦ୍ର ଦ୬୦ନିଶାନ୍ତ.
“ମିଥୁନ ଦ୪/୫୫/୧୦ ଇଂଘ୫/୧୯/୩୨ ଗତେ ଉଦୟ
“ଧନୁ ଦ୪/୪୯/୪୦ ଇଂଘ ୬/୨୫/୧୩ ଗତେ ଅସ୍ତ ।

“ଯୋଗିନୀ ପୂର୍ବେ । ରାତ୍ରି ଘ୮ ।୧୦ ଗତେ ଉତ୍ତରେ । ଯାତ୍ରା ନାସ୍ତି । ଅଦ୍ୟ ଦେବତାଗଠନ, ନୌକାଗଠନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୮ ।୪୭
ଗତେ ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଅଶ୍ୱିନୀ କୃତ୍ତିକା ମୃଗଶିରା ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ସ୍ୱାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭ ରାଶିର ଘାତବାର । ଦିବା ଘ୩ ।୮ ଗତେ ଘ୬ ।୨୪ ମଧ୍ୟେ କାଳ ଓ
ବାରବେଳା । ରାତ୍ରି ଘ୧୧ ।୫୨ ଗତେ ଘ୧ ।୧୪ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ ।ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ରାତ୍ରି ଘ୮ ।୧୦ ଗତେ ଦ୍ୱିପାଦ ଦୋଷ । ଫଳଂ ପଶୁ ଓ ସନ୍ତାନ ହାନି । ଅନ୍ନ ଓ ତିଳକାଞ୍ଚନ ଦାନ । ରାତ୍ରି ଘ୮୪୭ ଗତେ ପାଦ ଦୋଷ । ଫଳଂ
ପଶୁ ହାନି ଓ ଅନ୍ନ ଦାନ । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କୁଷ୍ମାଣ୍ଡ (ପାଣି କଖାରୁ) ରାତ୍ରି ଘ୮ ।୧୦ ଗତେ ବୃହତୀ (ବୋଇତି କଖାରୁ) ଭକ୍ଷଣ ନିଷେଧ । ଶରଣଂ । “(ଅମୃତ) – ଦିବା ଘ୨ ।୫୫ ଗତେ ଘ୫ ।୧୯ ମଧ୍ୟେ ରାତ୍ରି ଘ୭ ।୧୩ ଗତେ ଘ୯ ।୩୭ ମଧ୍ୟେ ଘ୧୨ ।୪୯ ଗତେ ଘ୩ ।୧୩ ମଧ୍ୟେ ଘ୪ ।୪୯ ଗତେ ଘ୫ ।୧୯ ମଧ୍ୟେ । “(ମାହେନ୍ଦ୍ର) – ପ୍ରାତଃ ଘ୬ ।୫୨ ମଧ୍ୟେ ଘ୯ ।୯ ଗତେ ଘ୧୦ ।୫୫ ମଧ୍ୟେ ।
ମେଷ: ବାପା ମାଆଙ୍କର ପରାମର୍ଶ ନିଅନ୍ତୁ, ଭଲ ହେବ । ନୂଆ କାମ ଆରମ୍ଭ କଲେ ଭବିଷ୍ୟତରେ ଲାଭ ପାଇବେ । ଆପଣଙ୍କର ଆତ୍ମବିଶ୍ୱାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ ।
ବୃଷ: ଟ୍ରାଭେଲ ଏଜେନ୍ସି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ । ଅଚାନକ ଧନଲାଭ ହେବ । ରାଜନୀତିରେ ସଫଳତା ପାଇବେ । ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ ।
ମିଥୁନ: ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ । ଆପଣଙ୍କ ମନ ଅନ୍ତରଙ୍ଗ ବନ୍ଧୁ ସହ ମିଶିବାକୁ କହିବ । ଚାକିରିଆଙ୍କର ପଦୋନ୍ନତି ହୋଇପାରେ ।
କର୍କଟ: ପୂଜାପାଠରେ ସମୟ ବିତିବ । ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ୱ ଦିଆଯିବ । ନିଜ ସାମର୍ଥ୍ୟରେ କାମକୁ ସରଳତାପୂର୍ବକ ସମ୍ପାଦନ କରିବେ ।
ସିଂହ: ବ୍ୟବସାୟ ବିସ୍ତାର କରନ୍ତୁ ଲାଭ ହେବ । କୌଣସି ବି କାମ ତରବରିଆ ଭାବେ କରନ୍ତୁ ନାହିଁ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା: ଯୋଜନା ଅନୁସାରେ କାମ ପୂରା ହୋଇଯିବ । ଘରୋଇ କଂପାନିରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ।
ତୁଳା: ବହୁ ଦିନର ସ୍ୱପ୍ନ ସାକାର ହେବ । ଆପଣଙ୍କର ମନୋବଳ ଉଚ୍ଚ ରହିବ । ସମାଜସେବା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ ।
ବିଛା: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ପ୍ରିୟତମଙ୍କ ଠାରୁ ଉପହାର ମିଳିବ ।
ଧନୁ: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ । ପୂର୍ବରୁ କରିଆସୁଥିବା ଯୋଜନା ପୂରା ହୋଇଯିବ । ବିଲଡର୍ସଙ୍କୁ ଧନଲାଭ ହେବ । ପରିବାରରେ ଶାନ୍ତି ପରିବେଶ ରହିବ ।
ମକର: ଆପଣଙ୍କୁ ଭୁଲ୍ ରାସ୍ତାରେ ନେଇଯିବାକୁ ଚାହୁଥିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ । ଅଚାନକ ଧନଲାଭ ହେବ । ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ ।
କୁମ୍ଭ: ଜମିରେ ନିବେଶ ଲାଗି ଭଲ ଦିନଟିଏ । ଅଧିକ କ୍ରୋଧ କଲେ କାମରେ ଗତିରୋଧ ହେବ । ଧାର ଦେଇଥିବା ପଇସା ଫେରସ୍ତ ପାଇବେ । ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ ।
ମୀନ: ବ୍ୟବସାୟରେ ଭାବିଚିନ୍ତି ଭାଗୀଦାରି କରନ୍ତୁ । ଅନ୍ୟମାନଙ୍କୁ ଭରସା କରନ୍ତୁ ନାହିଁ । ପରିବାରରେ ଲାଗି ରହିଥିବା ସମସ୍ୟା ସମାପ୍ତ ହୋଇଯିବ ।

Leave A Reply

Your email address will not be published.