୨୦ରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

0 74

ଭୁବନେଶ୍ୱର, ୧୬ା୭(ଡିକେ ନ୍ୟୁଜ): ଆସନ୍ତା ଜୁଲାଇ ୨୦ରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆରମ୍ଭ ହେବ ଆବେଦନ । ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ ଆବେଦନ ପ୍ରକ୍ରିୟା । ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ୱେବସାଇଟ୍‌ରେ ଉପଲବ୍ଧ ହେବ ସମସ୍ତ ତଥ୍ୟ । ତେବେ ସିବିଏସସି ଓ ଆଇସିଏସ୍‌ଇ ରେଜଲ୍ଟ ବାହାରିନଥିବାରୁ ଆବେଦନ ତାରିଖ ବଢ଼ିପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଜୁଲାଇ ୬ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି । ଏ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍ କରିଥିଲେ ।

Leave A Reply

Your email address will not be published.