ଆଜିର ରାଶିଫଳ

0 86

“ଅଦ୍ୟ କର୍କଟ ଦି୪ନ, ସପ୍ତମୀ ଦ୫ ।୩୧ ଦିଘ୭ ।୩୨,ରେବତୀ
ଦ୨୦ ।୨୩ଦିଘ୧ ।୩୦, ମୀନ ଚନ୍ଦ୍ର ଦ୨୦ ।୨୩ ଦିଘ୧ ।୩୦.
“କର୍କଟ ଦ୦/ ୨୧/୨୦ ଇଂଘ ୫/୨୧/୩୫ ଗତେ ଉଦୟ
“ମକର ଦ୦/୨୮/୧୦ ଇଂଘ ୬/୨୩/୫୭ ଗତେ ଅସ୍ତ ।

“ଯୋଗିନୀ ବାୟବ୍ୟେ । ଦିବା ଘ୭ ।୩୨ ଗତେ ଐଶାନ୍ୟେ । ଦିବା ଘ୭ ।୩୨ ମଧ୍ୟେ ଯାତ୍ରା ଶୁଭ ଦେବତାଗଠନ, ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧକରଣ ଓ ଭକ୍ଷଣ, ନାମକରଣ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧ ।୩୦ ଗତେ ଦ୍ୱିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧ ।୩୦ ଗତେ ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର । ଦିବା ଘ୮ ।୩୭ ଗତେ ଘ୧୦ ।୧୫ ମଧ୍ୟେ କାଳବେଳା । ଘ୧୧ ।୫୩ ଗତେ ଘ୧ ।୩୧ ମଧ୍ୟେ ବାରବେଳା । ରାତ୍ରି ଘ୨ ।୩୮ ଗତେ ଘ୪ ।୦ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୭ ।୩୨ ମଧ୍ୟେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ତାଳ ଦିବା ଘ୭ ।୩୨ ଗତେ ନାରୀକେଳ (ନଡ଼ିଆ) ଭକ୍ଷଣ ନିଷେଧ । “(ଅମୃତ) – ଦିବା ଘ୬ ।୫୮ ମଧ୍ୟେ ଘ୧୧ ।୪୬ ଗତେ ଘ୧ ।୨୨ ମଧ୍ୟେ ରାତ୍ରି ଘ୭ ।୧୧ ଗତେ ଘ୯ ।୩୫ ମଧ୍ୟେ ଘ୨ ।୨୩ ଗତେ ଘ୫ ।୨୨ ମଧ୍ୟେ । “(ମାହେନ୍ଦ୍ର) – ଦିବା ଘ୩ ।୪୬ ଗତେ ଘ୫ ।୨୨ ମଧ୍ୟେ ରାତ୍ରି ଘ୯ ।୩୫ ଗତେ ଘ୧୧ ।୧୧ମଧ୍ୟେ ।
ମେଷ: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ । ଆର୍ଥିକ ସ୍ଥିତି ଭଲ ରହିବ । ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ନୂଆ ଜମି କିଣିବା ଲାଗି ଦିନଟି ଶୁଭ ।
ବୃଷ: ମହତ୍ୱପୂର୍ଣ୍ଣ ବିଷୟରେ ବନ୍ଧୁ ସହିତ କଥାବାର୍ତ୍ତା ହେବେ । ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ । ସନ୍ତାନଙ୍କ ଖୁସି ଖବରରେ ଗୌରବାନ୍ୱିତ ହେବେ ।
ମିଥୁନ: ଠିକ୍ ଫଇସଲା ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ । ବନ୍ଧୁଙ୍କର ପ୍ରଶଂସା ପ୍ରତି ସାବଧାନ ରୁହନ୍ତୁ । ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ । ଶିକ୍ଷକଙ୍କ ଲାଗି ଦିନଟି ଭଲ ।
କର୍କଟ: ଯେଉଁ କାମ ହାତକୁ ନେବେ ପୂରା ମନରେ କରିବେ । ଅଫିସରେ ଭଲ ଖବର ମିଳିବ । ଜୀବନସାଥୀଙ୍କ କଥା ମାନିନେଲେ ସମ୍ବନ୍ଧରେ ମଧୁରତା ଆସିବ ।
ସିଂହ: ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି । ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ । ଧନଲାଭ ଯୋଗ ରହିଛି । ଦୀର୍ଘଦିନର ବନ୍ଧୁତା ପ୍ରେମରେ ବଦଳି ପାରେ ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ଦୂର ହେବ । ସୁଖଦ ଖବର ଯୋଗୁଁ ମନ ପ୍ରସତ୍ତ ରହିବ । ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ପଥ ଖୋଲିବ । ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ ।
ତୁଳା: ସୁଯୋଗ ଆପଣଙ୍କ ଅପେକ୍ଷାରେ । କାର୍ଯ୍ୟକ୍ଷେତ୍ରରେ ମନୋଯୋଗରେ କାମ କରିବେ । ପ୍ରିୟଜନ ସହିତ ଭ୍ରମଣ ଯୋଜନା କରିବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।
ବିଛା: ବ୍ୟବସାୟରେ ବୃଦ୍ଧି ହେବ । ବେକାରଙ୍କୁ ରୋଜଗାର ମିଳିବ । ରାଜନୀତିରେ ଯୋଗାଯୋଗ ଭଲ ରହିବ । ବୈବାହିକ ଜୀବନରେ ମଧୁରତା ଆସିବ ।
ଧନୁ: ଭବିଷ୍ୟତ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ । ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ । ବେପାରୀବର୍ଗ ନୂଆ କାମରେ ପୁଞ୍ଜି ଲଗାନ୍ତୁ, ଲାଭ ହେବ ।
ମକର: ମନରେ ନୂତନ ଆଶା ଉତ୍ପନ୍ନ ହେବ । ଜୀବନସାଥୀଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ । ଅଫିସରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ । ଖେଳାଳିଙ୍କ ଲାଗି ଦିନଟି ଭଲ ।
କୁମ୍ଭ: ନୂଆ କାମ ନୂଆ କୌଶଳରେ କରିବେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବ୍ୟସ୍ତବହୁଳ ରହିବ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ ।
ମୀନ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ । ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ । ପ୍ରିୟଜନଙ୍କ ସହିତ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।

Leave A Reply

Your email address will not be published.