ଆମାଜନ ଗ୍ରେଟ୍ ଫ୍ରିଡମ୍ ଫେଷ୍ଟିଭାଲ ୬ରୁ

0 67

ନୂଆଦିଲ୍ଲୀ : ଆଜିକାଲି ଅନଲାଇନ୍ ସପିଂର ପ୍ରଚଳନ ବହୁତ ବଢିଯାଇଛି । ତେବେ ଅନଲାଇନ୍ ସପିଂ ପ୍ଲାଟଫର୍ମ ମଧ୍ୟରେ ସବୁଠୁ ଅଧିକ ଯଦି ଆମେ କାହାକୁ ବିଶ୍ୱାସଯୋଗ୍ୟ ବୋଲି କହିପାରିବା ତେବେ ତା ହେଉଛି ଆମାଜନ । ଯଦି ଆପଣ ମଧ୍ୟ ଅନଲାଇନ୍ ସପିଂ କରନ୍ତି ଏବଂ ଆମାଜନକୁ ପସନ୍ଦ କରନ୍ତି ତେବେ ଆପଣଙ୍କୁ କହିରଖୁଛୁ କିଛି ଦିନରେ ଆମାଜନରେ ଏକ ନୂଆ ସେଲ୍‌, ଆମାଜନ ଗ୍ରେଟ୍ ଫ୍ରିଡମ୍‌ ଫେଷ୍ଟିଭାଲ୍ ସେଲ୍ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ଆପଣଙ୍କୁ ଅନେକ ପ୍ରଡକ୍ଟ୍ସ ଉପରେ ଭାରୀ ଡିସ୍କାଉଣ୍ଟ ଦିଆଯିବ । ଆସନ୍ତୁ ଜାଣିବା ଏହି ସେଲକୁ କେବେ ଆୟୋଜିତ କରାଯାଉଛି ଏବଂ ଏଥିରେ କେଉଁ ଭଳି ଡିଲ୍ସ ଦିଆଯାଉଛି । ଆପଣଙ୍କ ସୂଚନା ପାଇଁ କହିରଖୁଛୁ ନିକଟରେ ଆମାଜନ ଏହି ଘୋଷଣା କରିଦେଇଛି କି କମ୍ପାନୀର ନୂଆ ସେଲ୍ କେଉଁ ତାରିଖରେ ଲାଇଭ୍ ହେବ । ୬ ଅଗଷ୍ଟରୁ ଆମାଜନ ଗ୍ରେଟ୍ ଫ୍ରିଡମ୍‌ ଫେଷ୍ଟିଭାଲ୍ ସେଲ୍ ଜାରି କରାଯିବ । ଏହି ସେଲ୍ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ଆପଣଙ୍କୁ ଅନେକ ଦମଦାର ଅଫର୍ସ ଏବଂ ଡିଲ୍ସର ଫାଇଦା ଉଠାଇବାର ସୁଯୋଗ ମିଳିବ । ଏହି ସେଲରେ ଅନେକ ପ୍ରକାର ଡିଲ୍ସ ଦିଆଯାଉଛି । ଫର୍ଷ୍ଟ-ଟାଇମ୍‌ ବାୟର୍ସଙ୍କୁ ଆମାଜନ ୧୦ ପ୍ରତିଶତ କ୍ୟାଶବ୍ୟାକ୍ ଦେଉଛି ଏବଂ ଅନେକ ଆଇଟମ୍ କିଣିବା ପାଇଁ ଯଦି ୟୁଜର୍ସ ଏସବିଆଇ କ୍ରେଡିଟ୍‌ କାର୍ଡ ବ୍ୟବହାର କରିବେ ତେବେ ସେମାନଙ୍କୁ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସ୍କାଉଣ୍ଟ ମିଳିଯିବ । ସେଲରେ ଆପଣ ସ୍ମାର୍ଟଫୋନ୍ସ ଏବଂ ଆକ୍ସସରିଜ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସ୍କାଉଣ୍ଟ ପାଇପାରିବେ । କିଛି ନୂଆ ସ୍ମାର୍ଟଫୋନ୍ସକୁ ଆପଣ ୬୫୯୯ ଟଙ୍କା ବା ତାଠୁ କମରେ ମଧ୍ୟ କିଣିପାରିବେ । ଏହି ସେଲରେ ଙଦ୍ଭରଚକ୍ଷଙ୍କଗ୍ଦ ୧୦ଞ ୫ଏ ଏବଂ ସଛଙଙ ୯ଞ ଲଞ୍ଚ୍ କରାଯିବ ଏବଂ ଜରୟଜ୍ଞସ କ୫୦ସ ୫ଏ ଉପରେ ମଧ୍ୟ ରିହାତି ଦିଆଯିବ । ଅନ୍ୟ ସ୍ମାର୍ଟଫୋନ୍ସ ମଧ୍ୟ ସେଲ୍ ପାଇଁ ଉପଲବ୍ଧ ହେବ । ସ୍ମାର୍ଟ ହୋମ୍‌ ଡିଭାଇସେଜ୍ ୪୫ ପ୍ରତିଶତ ପର୍ଯ୍ୟନ୍ତ ଡିସ୍କାଉଣ୍ଟରେ ମିଳିବ ଏବଂ କିଛି ଲାପଟପ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତିରେ ମଧ୍ୟ କିଣିପାରିବେ ଗ୍ରାହକ ।

Leave A Reply

Your email address will not be published.