ମଳ ପରିଚାଳନା: ଜାତୀୟସ୍ତରରେ ବିଏମ୍‌ସି ପ୍ରଥମ ସ୍ୱେରେଜ୍ ଲାଇନରେ ଯୋଡ଼ି ହେବ ରାଜଧାନୀର ସବୁ ଘର

0 93

ଭୁବନେଶ୍ୱର, ୨ା୮(ଡିକେ ନ୍ୟୁଜ): ମଳ ପରିଚାଳନା କ୍ଷେତ୍ରରେ ଜାତୀୟସ୍ତରରେ ପ୍ରଶଂସିତ ହୋଇଛି ଭୁବନେଶ୍ୱର । ସହରରେ ମଳ ପରିଚାଳନା କ୍ଷେତ୍ରରେ ଆସିଥିବା ସଂସ୍କାର ପାଇଁ ଜାତୀୟସ୍ତରରେ ବିଏମସି ପୁରସ୍କୃତ ହୋଇଛି । ସାରାଦେଶରେ ଭୁବନେଶ୍ୱର ସବୁଠୁ ଉନ୍ନତ ପ୍ରଦର୍ଶନ କରିଥିବା ବେଳେ ଏଥିପାଇଁ ବିଏମସିକୁ ପୁରସ୍କୃତ କରାଯାଇଛି । ଫେଡେରେସନ ଅଫ୍ ଚ୍ୟାମ୍ବର ଅଫ କମର୍ସ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ବିଏମସି ଦେଶର ପ୍ରଥମ ସ୍ଥାନ ଅଧିକାର କରିଥିବା ବିଏମସି ପକ୍ଷରୁ କୁହାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ ମଳ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପକୁ ଉପସ୍ଥାପନ କରାଯାଇଥିଲା । ଏଥିରେ ଥିବା ୨୫ରୁ ଊର୍ଦ୍ଧ୍ୱ ବିଚାରକ ମଣ୍ଡଳୀ ବିଭିନ୍ନ ମାନଦଣ୍ଡକୁ ଦୃଷ୍ଟିରେ ରଖି ବିଏମ୍‌ସିକୁ ପ୍ରଥମ ସ୍ଥାନ ଦେଇଛନ୍ତି । ସହରରେ ବର୍ତ୍ତମାନ ବାସୁଆ ଘାଇ ଓ ରକୋଟଠାରେ ଫିକଲ ସ୍ଲଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଇଛି । ଏଠାକୁ ରାଜଧାନୀରୁ ସ୍ୱେରେଜ୍ ଲାଇନ୍‌ ସଂଯୋଗ କରି ବର୍ଜ୍ୟଜଳକୁ ବିଶୁଦ୍ଧ କରାଯାଉଛି । ଏହା ସହିତ ଯେଉଁଠାରେ ସ୍ୱେରେଜ୍ ଲାଇନ୍ କରାଯାଇ ନାହିଁ ସେଠାରୁ ସେସପୁଲ୍ ଗାଡ଼ି ଯୋଗେ ବର୍ଜ୍ୟ ଜଳ ଅଣାଯାଇ ଏଠାରେ ଟ୍ରିଟମେଣ୍ଟ କରାଯାଉଛି । ୱାଟକୋ ଏହାର ପରିଚାଳନା କରୁଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ସହରର କିନ୍ନରଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଧାନୀରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସ୍ୱେରେଜ୍‌ କାମ ଜାରି ରହିଥିବା ବେଳେ ଏହାକୁ ତୁରନ୍ତ ଶେଷ କରି ଲୋକଙ୍କୁ ଉନ୍ନତ ସେବା ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ବାସୁଆ ଘାଇରେ ଦୈନିକ ୨୮ ମିଲିୟନ ଲିଟର ମଳ ପରିଚାଳନା କ୍ଷମତା ରହିଥିବା ବେଳେ ୬ଟି ପମ୍ପିଂ ଷ୍ଟେସନ ରହିଛି । ଆଉ ୬ଟି ପମ୍ପିଂ ଷ୍ଟେସନ ନିର୍ମାଣ କାମ ଜାରି ରହିଥିବା ବେଳେ ଆସନ୍ତା ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ବର୍ତ୍ତମାନ ସୁଦ୍ଧା ୬୦ ହଜାର ଘର ସହିତ ସଂଯୋଗ ହୋଇପାରିଛି । ରାଜଧାନୀରେ ୩ ଲକ୍ଷ ଘରକୁ ଏହା ସଂଯୋଗ ଲକ୍ଷ୍ୟ ଥିବା ବେଳେ ତୁରନ୍ତ ସମସ୍ତ ଘରକୁ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି । ସ୍ୱେରେଜ୍ ଲାଇନ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ରାଜଧାନୀ ପରିମଳ କ୍ଷେତ୍ରରେ ଯଥେଷ୍ଟ ଆଗକୁ ବଢ଼ିବ । ସ୍ୱେରେଜ୍ ଲାଇନ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଲୋକଙ୍କ ଘରୁ ମଳ ସିଧାସଳଖ ଏହି ପ୍ଲାଣ୍ଟରେ ପହଞ୍ଚିବ ଓ ଏହାକୁ ବିଶୁଦ୍ଧ କରି ଏଥିରୁ ନିଷ୍କାସନ ଜଳକୁ ବିଭିନ୍ନ କାର୍ଯ୍ୟରେ ଲଗାଯିବ । ସେହିପରି

Leave A Reply

Your email address will not be published.