ଆଗାମୀ ଦିନରେ ଖାଇବା ତେଲ ଦର କମିବ

0 64

ନୂଆଦିଲ୍ଲୀ ୦୮ ।୦୮: ଦରବୃଦ୍ଧିରେ ହନ୍ତସନ୍ତ ହେଉଥିବା ଲୋକଙ୍କୁ ଆଗାମୀ ଦିନରେ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରେ । ଆସନ୍ତା କିଛି ଦିନରେ ଖାଇବା ତେଲର ଖୁଚୁରା ଦରରେ ହ୍ରାସ ଘଟିବ । ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରାଳୟ ସହ ବୈଠକ ପରେ ଖାଇବା ତେଲ ସଞ୍ଚାଳକ ଓ ଉତ୍ପାଦକମାନେ ତେଲର ଦାମ୍ରେ ରିହାତି ଦେବାକୁ ସହମତି ପ୍ରକାଶ କରିଛନ୍ତି । ବିଦେଶୀ ମାର୍କେଟ୍ରେ ଖାଇବା ତେଲର ମୂଲ୍ୟରେ ଆସିଥିବା ହ୍ରାସ ପରେ ଘରୋଇ ମୂଲ୍ୟରେ ରିହାତି ହୋଇ ପାରେ । ସରକାରଙ୍କର ଚେଷ୍ଟା କି ହ୍ରାସ ପାଇଥିବା ମୂଲ୍ୟର ଲାଭ ଘରୋଇ ଉପଭୋକ୍ତାଙ୍କୁ ମଧ୍ୟ ମିଳୁ । ଖବର ମୁତାବକ, ତେଲ ଉତ୍ପାଦନକାରୀ କମ୍ପାନୀମାନେ ବୈଶ୍ୱିକ ବଜାରରେ ଦର ଉପରେ ଆସିଥିବା ହ୍ରାସ ପରେ ଘରୋଇ ବଜାରରେ ଖାଇବା ତୈଳର ଦର କମ୍ କରିବାକୁ ସହମତି ଦେଇଛନ୍ତି । ଆଗାମୀ ଦିନରେ ଖାଇବା ତେଲର ଖୁଚୁରା ମୂଲ୍ୟରେ ୧୦-୧୨ ଟଙ୍କା ହ୍ରାସ ଘଟିପାରେ । ହେଲେ ଗତ ମାସରେ ମଧ୍ୟ ତେଲ ଉତ୍ପାଦନକାରୀ କମ୍ପାନୀମାନେ ଦାମ୍ରେ ରିହାତି କରିଥିଲେ । କିନ୍ତୁ ମନ୍ତ୍ରାଳୟର ବିଶ୍ୱାସ ଯେ, ବୈଶ୍ୱିକ ମୂଲ୍ୟରେ ହ୍ରାସ ପର ଏବେ ପୁଣି ଥରେ ରିହାତିର ସୁଯୋଗ ରହିଛି । ଜୁଲାଇରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ଅଦାନୀ ୱିଲମର ଖାଇବା ତେଲର ଦାମ୍ରେ ୩୦ ଟଙ୍କା ପ୍ରତି ଲିଟର ପିଛା ରିହାତି ଘୋଷଣା କରିଥିଲା । ସେତେବେଳେ ଅଦାନି ୱିଲମର ଏକ ବୟାନରେ କହିଥିଲା କି ବୈଶ୍ୱିକ ଦାମ୍ରେ ଆସିଥିବା ହ୍ରାସକୁ ଦେଖି କମ୍ ରେଟ୍ରେ ଉପଭୋକ୍ତାଙ୍କୁ ଖାଇବା ତେଲ ପହଞ୍ଚାଇବା କ୍ରମରେ କମ୍ପାନୀ ରିହାତି କରିଛି ।

Leave A Reply

Your email address will not be published.