ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ

0 66

ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ଏଥିପାଇଁ ଆଜି ତାଙ୍କୁ ମୁମ୍ବାଇର ଗୋଟିଏ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏହି ଜମି ଦୁର୍ନୀତି ଘଟଣାରେ ଇଡି ସଞ୍ଜୟ ରାଉତଙ୍କୁ ଗିରଫ କରିଛି । ଏହାପରେ ଦୁଇ ପର୍ଯ୍ୟାୟରେ ରିମାଣ୍ଡରେ ତାଙ୍କୁ ଘନଘନ ଜେରା କରିଥିଲା । ଆଜି କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ବେଳେ ଘରର ରନ୍ଧାଖାଦ୍ୟ ଓ ମେଡିସିନ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ହେଲେ ସେ ବେଡ ବ୍ୟବସ୍ଥା ପାଇଁ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି । ବିଚାରପତି ଆବେଦନକୁ ଖାରଜ କରି କହିଛନ୍ତି ଯେ
ଜେଲ୍ର ବ୍ୟବସ୍ଥା ଅନୁଯାୟୀ ଅଧିକାରୀମାନେ ପର୍ଯ୍ୟାପ୍ତ ପରିମାଣର ବେଡ ବ୍ୟବସ୍ଥା କରିଛନ୍ତି । ତେଣୁ ବେଡ ପାଇଁ ଅନୁମତି ମିଳିବ ନାହିଁ । ଅଗଷ୍ଟ ୧ରେ ଇଡି ତାଙ୍କୁ ଗିରଫ କରିଥିଲା । ଏହାପରେ ଦୁଇ ପର୍ଯ୍ୟାୟରେ ୮ ତାରିଖ ଯାଏ ରିମାଣ୍ଡରେ ଆଣି ଜେରା କରିଥିଲା । ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଇଡି ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର
ପିଏମଏଲଏ କୋର୍ଟର ବିଚାରପତି ଏମଜି ଦେଶପାଣ୍ଡେଙ୍କ ଆଗରେ ହାଜର କରାଯାଇଥିଲା । ଆଜି ଇଡି ପକ୍ଷରୁ ଆଉ ଅଧିକ ଦିନର ରିମାଣ୍ଡ ମଗା ଯାଇ ନଥିଲା । ତେଣୁ ସଞ୍ଜୟ ରାଉତଙ୍କୁ ଜଜ୍ଦେ ଶପାଣ୍ଡେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

Leave A Reply

Your email address will not be published.