“ହମ୍ ଦୋ ହମାରେ ବାରା’: ଫିଲ୍ମର ପୋଷ୍ଟରକୁ ନେଇ ବିବାଦ

0 71

ମୁମ୍ୱାଇ: ରିଲିଜ ପୂର୍ବରୁ ଅଡୁଆ ଫିଲ୍ମ “ହମ୍ ଦୋ ହମାରେ ବାରା’ । ଫିଲ୍ମର ପୋଷ୍ଟରକୁ ନେଇ ଉଠିଛି ବିବାଦ । ଏହି ଫିଲ୍ମର କାହାଣୀ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ସହିତ ଜଡିତ ବୋଲି କୁହାଯାଉଛି । ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶାକ ସଂଖ୍ୟା ଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିଥିବା ଅଭିଯୋଗ ଉଠିଛି । ସାମ୍ନାକୁ ଆସିଥିବା ପୋଷ୍ଟରରେ ଜଣେ ମୁସଲମାନ ମହିଳା ବୁର୍ଖା ପିନ୍ଧିଥିବାର ନଜର ଆସିଛନ୍ତି । ତାଙ୍କ କୋଳରେ ଏକ ଛୋଟ ପିଲା ଅଛି ଏବଂ ସେ ଗର୍ଭବତୀ ମଧ୍ୟ ଅଛନ୍ତି । ଟୋପି ପିନ୍ଧିଥିବା ବ୍ୟକ୍ତିଙ୍କୁ ପୋଷ୍ଟରରେ ଦେଖିବାକୁ ମିଳେ । ଫିଲ୍ମର ନାମ “ହମ୍ଦୋ ହାମାରେ ବାରା’ ସହିତ ପୋଷ୍ଟରରେ ବଡ ଅକ୍ଷରରେ “ଖୁବ୍ଶୀ ଘ୍ର ଚୀନ୍କୁ ପଛରେ ପାକାଇଦେବୁ’ ଲେଖାଯାଇଛି । ଯଦି ପୋଷ୍ଟରକୁ ଭଲଭାବେ ଦେଖନ୍ତି, ତେବେ ଏଥିରେ ଗୋଟିଏ ସମ୍ପ୍ରଦାୟକୁ ଦେଖାଯାଇଛି, ସେମାନଙ୍କୁ ଦେଶର ଜନସଂଖ୍ୟା ବୃଦ୍ଧି ହେବାର କାରଣ ବୋଲି କୁହାଯାଇଛି । ପୋଷ୍ଟର ସାମ୍ନାକୁ ଆସିବା ପରେ ଅନେକ ଲୋକେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ଫିଲ୍ମ ନିର୍ଦ୍ଦେଶକଙ୍କୁ ଏହି ଫିଲ୍ମ ତିଆରି କରିବା ପଛର କାରଣ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ସୋଶିଆଲ ମିଡିଆରେ ମଧ୍ୟ ଏହି ଫିଲ୍ମକୁ ନେଇ ଲୋକେ ନିଜ କ୍ରୋଧ ବ୍ୟକ୍ତ କରିଛନ୍ତି । ସେପଟେ ବିବାଦ ବଢ଼ିବା ପରେ ଫିଲ୍ମର ପୋଷ୍ଟରକୁ ନେଇ ସଫେଇ ରଖିଛନ୍ତି ନିର୍ଦ୍ଦେଶକ କମଲ ଚାନ୍ଦ ଓ ଅଭିନେତା ଅନୁ କପୁର । ଇଟାଇମ୍ସକୁ ଦେଇଥିବା ସାକ୍ଷାତକାର୍ରେ ନିର୍ଦ୍ଦେଶକ କହିଛନ୍ତି, “ଆମର ଫିଲ୍ମ “ହମ୍ ଦୋ ହାମାରେ ବାରା’ର ପୋଷ୍ଟର ଆଦୌ ବିବାଦୀୟ ନୁହେଁ । ଏହାକୁ ସଠିକ୍ ଦୃଷ୍ଟିକୋଣ ସହିତ ଦେଖିବା ଉଚିତ୍ । ବିଶ୍ୱାସ କରନ୍ତୁ, ଏହି ଚଳଚ୍ଚିତ୍ର ମାଧ୍ୟମରେ ଆମେ କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରୁନାହୁଁ । ମୁଁ ନିଶ୍ଚିତ ଯେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିର୍ମିତ ଏହି ଫିଲ୍ମ ଦେଖି ଲୋକମାନେ ଖୁସି ହେବେ । ଏହି ଚଳଚ୍ଚିତ୍ର ଜନସଂଖ୍ୟା ବୃଦ୍ଧି ପ୍ରସଙ୍ଗ ଉପରେ ଆଧାରିତ । ଏହି ଫିଲ୍ମ ମାଧ୍ୟମରେ ଆମେ କାହାର ଭାବନାକୁ ଆଘାତ କରିବାକୁ ଚାହୁଁନୁ କିମ୍ବା ଏହି ଫିଲ୍ମରେ ଆମେ କାହା ପ୍ରତି ପକ୍ଷପାତ କରିନୁ ।

Leave A Reply

Your email address will not be published.