ସସ୍ମିତ କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟି ସଦସ୍ୟ

0 58

ନୂଆଦିଲ୍ଲୀ/ଭୁବନେଶ୍ୱର, ୯ା୮(ଡିକେ ନ୍ୟୁଜ): ସସ୍ମିତ ପାତ୍ରଙ୍କୁ ଆଉ ଏକ ବଡ଼ ଦାୟିତ୍ୱ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟିର ହେଲେ ସଦସ୍ୟ । ପୂର୍ବରୁ ଆଇନ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଛନ୍ତି । ଖବର ଅନୁଯାୟୀ, ବିଜୁ ଜନତା ଦଳ ପକ୍ଷରୁ ସସ୍ମିତ ପାତ୍ର ୨ୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୨୮ରେ ସସ୍ମତିଙ୍କ କାର୍ଯ୍ୟକାଳ ସରିବ । ତେବେ ଗତ କିଛି ଦିନ ତଳେ ସସ୍ମତି ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ତାଙ୍କୁ ମିଳିଥିଲା ଏକ ଗୁରୁଦାୟିତ୍ୱ । ସେ ଆଇନ୍ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଥିଲେ । ଆଉ ଏବେ କୋଇଲା ଓ ଖଣି ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଚୟନ ହୋଇଛନ୍ତି ।

Leave A Reply

Your email address will not be published.