ମହିଳା ଅଗ୍ନିବୀରଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

0 76

ନୂଆଦିଲ୍ଲୀ, ୨୦ା୮: ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଆଗ୍ରହୀ ଥିବା ମହିଳାଙ୍କ ସକାଶେ ଏକ ବଡ଼ ଖବର । ଅଗ୍ନିପଥ ଯୋଜନା ମାଧ୍ୟମରେ ମହିଳା ଅଗ୍ନିବୀରମାନଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭାରତୀୟ ସେନାରେ ସାମିଲ୍ ହେବା ପାଇଁ ଆଗ୍ରହୀ ଥିବା ସମସ୍ତ ମହିଳା ଆଶାୟୀ ଭାରତୀୟ ସେନା ରାଲିରେ ଭାଗ ନେବା ପାଇଁ ଅଫିସିଆଲ୍ ୱେବ୍‌ସାଇଟ୍‌ ଙ୍ଗଙ୍ଗଙ୍ଗ.ହକ୍ଟସଦ୍ଭସଦ୍ଭୟସବଦ୍ଭବକ୍ସଜ୍ଞଚ୍ଚ.ଦ୍ଭସମ.ସଦ୍ଭରେ ଯାଇ ଆବେଦନ ଫର୍ମ ଭରିପାରିବେ । ସେନାରେ ଯେଉଁ ମହିଳା ଭର୍ତ୍ତି ହେବାକୁ ଚାହାନ୍ତି ସେମାନଙ୍କ ସକାଶେ ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୭ । ଭାରତୀୟ ସେନାର ଭର୍ତ୍ତି ପାଇଁ ରାଲିର ଆୟୋଜନ ୨୦୨୨ ମସିହା ନଭେମ୍ବର ୩୦ରୁ ଡିସେମ୍ବର ୧୦ ମଧ୍ୟରେ ହେବ । ସେନାରେ ଭର୍ତ୍ତି କରୁଥିବା ବୋର୍ଡ ଦ୍ୱାରା ଲକ୍ଷ୍ନୌରେ ମହିଳାମାନଙ୍କ ପାଇଁ ଅଗ୍ନିବୀରରେ ଭର୍ତ୍ତି ରାଲି ପାଇଁ ନୋଟିଫିକେସନ୍ ଜାରି କରାଯାଇଛି । ଭାରତୀୟ ସେନା ଅଗ୍ନିବୀର ଜେନେରାଲ୍‌ ଡ୍ୟୁଟି ପଦବୀ ପାଇଁ ଆବେଦନ କରିବାକୁ ଆବେଦନକାରୀଙ୍କର ଶିକ୍ଷାଗତ ଯୋଗ୍ୟତା କୌଣସି ବି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ୪୫ ପ୍ରତିଶତ ମାର୍କ ରଖି ମାଟ୍ରିକ୍ ପାସ୍ କରିଥିବା ଜରୁରୀ । ଏଥିପାଇଁ ଆବେଦନକାରୀଙ୍କ ବୟସ ସୀମା ୧୭.୫ରୁ ୨୩ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ରାଲି ଜରିଆରେ ଆଶାୟୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ୧.୬ କିଲୋମିର୍ଟ ଦୌଡ଼ିବାକୁ ପଡ଼ିବ । ୧୦ ଫୁଟ୍ ଲଙ୍ଗ୍ ଜମ୍ପ୍ ଓ ୩ ଫୁଟ୍ ହାଇ ଜମ୍ପ୍‌ କରିବାକୁ ହେବ । ଏହି ସବୁ ଥିରେ ଉତ୍ତୀର୍ଣ୍ଣ ହେବା ପରେ ଯାଇ ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିବ ।

Leave A Reply

Your email address will not be published.