ପିଲାଙ୍କ ଦ୍ୱାରା ଘର ଓଳାଇ ହରଡ଼ଘଣାରେ ପ୍ରଧାନଶିକ୍ଷକ

0 51

ବାଙ୍କୀ,୨୯ା୮(ଡିକେ ନ୍ୟୁଜ): ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ ହାର ବଢାଇବା ପାଇଁ ସରକାର ବିଦ୍ୟାଳୟ ପରିବେଶକୁ ସ୍ୱଛ, ସୁନ୍ଦର, ସୌନ୍ଦର୍ଯ୍ୟମୟ, ଭୟଶୂନ୍ୟ ବାତାବରଣ ସୃଷ୍ଟି ପାଇଁ ବିଭିନ୍ନ ନିତିନିୟମ କରୁଛନ୍ତି । ପିଲାମାନଙ୍କୁ ବିଦ୍ୟାଳୟର କୌଣସି କାମରେ ନଲଗାଇବା ପାଇଁ କଡା ସରକାରୀ ନିର୍ଦ୍ଦେଶ ମଧ୍ୟ ରହିଛି । ହେଲେ ଏସବୁ ଫୁ କରି ଉଡାଇ ଦେଇଛନ୍ତି କଟକ ଜିଲ୍ଲାର ଡମପଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାମୁଡିହରେ । ପ୍ରଧାନଶିକ୍ଷକ ବିଶ୍ୱଜିତ ବେହେରା ଓରଫ କାର୍ତ୍ତିକ ସାର୍ ବିଦ୍ୟାଳୟ ଗୃହ ଓ ସମ୍ମୁଖ ରାସ୍ତାକୁ ପିଲାମାନଙ୍କ ଦ୍ୱାରା ଓଳାଇଛନ୍ତି । ନ ଓଳାଇଲେ ମାଡ ଦେବାର ଧମକ ମଧ୍ୟ ଦେଇଛନ୍ତି । ଏହା ଫଳରେ ପିଲାମାନେ ସ୍କୁଲକୁ ଯିବା ପାଇଁ ଅନିଛା ପ୍ରକାଶ କରିଛନ୍ତି । ଅଭିଭାବକ ମାନେ ଏ ବିଷୟରେ ଜାଣିବା ପରେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଅଭିଭାବକ ତଥା ୱାର୍ଡ ସଭ୍ୟାଙ୍କ ସ୍ୱାମୀ ଫକୀର ଦାସ ଆଜି ବାଙ୍କୀ ଥାନାରେ ଓ ଡମପଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ୭ମ ଶ୍ରେଣୀରେ ପଢ଼ୁଥିବା ତାଙ୍କର ଝିଅ ଗାୟତ୍ରୀ ଦାସକୁ ପ୍ରଧାନଶିକ୍ଷକ ବିଦ୍ୟାଳୟ ଶ୍ରେଣୀ ଗୃହ ଓ ରାସ୍ତା ଓଳାଇବା ପାଇଁ ବାଧ୍ୟ କରିଛନ୍ତି । ଯାହା ଫଳରେ ସେ ବିଦ୍ୟାଳୟକୁ ପଢିବା ପାଇଁ ଯିବନାହି ବୋଲି କହିବାରୁ ଏ ସମସ୍ତ ଘଟଣା ପଦାକୁ ଆସିଲା । ଏହି ଖବର ପ୍ରସାରଣ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି ।
ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଘଂନ କରି ଏପରି କାର୍ଯ୍ୟ କରିଥିବା ପ୍ରଧାନ ଶିକ୍ଷକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଓ ଶିକ୍ଷାବିତ୍‌ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.