ଜନ୍‌ଙ୍କ ସହ ଡେବ୍ୟୁ କରିବେ ଶେହନାଜ!

0 61

ମୁମ୍ବାଇ,୨୯ା୮: ପଞ୍ଜାବର କ୍ୟାଟ୍ରିନା କୈଫ ଓରଫ୍‌ ଶେହନାଜ ଗିଲ୍ । ଟେଲିଭିଜନ ଜଗତରେ ରାଜ୍‌ କରିବା ପରେ ଏବେ ବଡ଼ ପରଦାରେ ଦେଖାଇବେ ନିଜର ଜଲୱା । ଆସନ୍ତା ବର୍ଷ ଦୀପାବଳିରେ ନିଜ ଫ୍ୟାନ୍‌ମାନଙ୍କୁ ଦେବେ ବଡ଼ ଗିଫ୍ଟ । ନିଜର ବଡ ବଲିଉଡ ପ୍ରୋଜେକ୍ଟକୁ ନେଇ ସେ ଘୋଷଣା କରିଛନ୍ତି । ୨୦୨୩ରେ ଶେହନାଜଙ୍କ ଫୁଲ୍‌ ଏଣ୍ଟରଟେନମେଣ୍ଟ ଫିଲ୍ମ ପରଦାକୁ ଆସିବ । ବଲିଉଡର ଭାଇଜାନ ସଲମାନ ଖାନ୍ ନୁହେଁ, ଜନ୍ ଅବ୍ରାହମଙ୍କ ସହ ଶେହନାଜ ନିଜର ବଲିଉଡ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି । ଶେହନାଜ ସଲମାନଙ୍କ ଅପ୍‌କମିଂ ଫିଲ୍ମ “ଭାଇଜାନ\’ରେ ନଜର ଆସିବେ, ଏକଥା ସମସ୍ତେ ଜାଣନ୍ତି । ଏହା ତାଙ୍କର ଡେବ୍ୟୁ ଫିଲ୍ମ ହେବ ବୋଲି କୁହାଯାଉଥିଲା । କିନ୍ତୁ ଜନ୍‌ଙ୍କ ସହ ଆସିବାକୁ ଯାଉଥିବା ଫିଲ୍ମର ସେ ବଲିଉଡରେ ଏଣ୍ଟ୍ରି କରିବେ ବୋଲି କୁହାଯାଉଛି । ତେବେ ଫିଲ୍ମ ରିଲିଜ ପରେ ହିଁ ପ୍ରକୃତ କଥା ଜଣାପଡ଼ିବ । ଶେହନାଜଙ୍କ ଆସିବାକୁ ଯାଉଥିବା ଫିଲ୍ମର ନାଁ \”୧୦୦%\’ । ଏହା ଏକ କମେଡି ଫିଲ୍ମ, ଯେଉଁରେ ଆକ୍ସନ, ରୋମାନ୍ସ, ମ୍ୟୁଜିକ ଓ ଜବରଦସ୍ତ କନଫ୍ୟୁଜନର ତଡକା ମଧ୍ୟ ରହିବ । ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେହନାଜ ଫିଲ୍ମର ଟିଜର ଶେଆର କରିଛନ୍ତି । ୨୦% କମେଡି, ୨୦% ରୋମାନ୍ସ, ୨୦% ମ୍ୟୁଜିକ, ୨୦% କନ୍‌ଫ୍ୟୁଜନ, ୨୦% ଆକ୍ସନକୁ ମିଶାଇ ଆମେ ପୂରା ୧୦୦% ବୋଲି ଟିଜରରେ ଲେଖା ହୋଇଥିବା ଦେଖିବାକୁ ମିଳିଛି । ଫିଲ୍ମରେ ଶେହନାଜଙ୍କ ବ୍ୟତୀତ ଜନ୍ ଅବ୍ରାହମ, ନୋରା ଫତେହି ଓ ରିତେଶ ଦେଶମୁଖ ଲିଡ୍ ରୋଲରେ ଅଛନ୍ତି । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସାଜିଦ ଖାନ୍ । ୨୦୧୮ରେ ମିଠୁ ଅଭିଯୋଗ ପରେ ସାଜି ଏହି ଫିଲ୍ମ ଜରିଆରେ ପରଦାକୁ କମ୍‌ବ୍ୟାକ୍ କରିବାକୁ ଯାଉଛନ୍ତି ।

Leave A Reply

Your email address will not be published.