ଆଦାନୀ ବିଶ୍ୱର ସବୁଠୁ ତୃତୀୟ ଧନୀ ବ୍ୟକ୍ତି

0 59

ନୂଆଦିଲ୍ଲୀ ୩୦ ।୦୮: ଆଦାନୀ ଗ୍ରୁପର ମୁଖ୍ୟ ଗୈତମ ଆଦାନୀ ଭାରତ ସହ ଏସିଆର ମଧ୍ୟ ସବୁଠୁ ବଡ ଧନି ଅଟନ୍ତି । ଆଜକୁ କିଛି ମାସ ତଳେ ତାଙ୍କ ନାଁ ସେତେ ପରିଚିତ ନଥିଲା । ଏବେ କିନ୍ତୁ ତାଙ୍କର ମୋଟ୍ ସମ୍ପତ୍ତି ଏକ ନୂଆ ରେକର୍ଡ ହାସଲ କରିଛି । ବ୍ଲୁମବର୍ଗ ଇଣ୍ଡେକ୍ସ ଅନୁସାରେ, ଗୌତମ ଆଦାନୀ ଏବେ ବିଶ୍ୱର ତୃତୀୟ ସବୁଠୁ ଧନି ଅଟନ୍ତି । ଏପରି ରେକର୍ଡ କରିବାରେ ଆଦାନୀ ଏସିଆର ପ୍ରଥମ ବ୍ୟବସାୟୀ ହୋଇପାରିଛନ୍ତି । ରିପୋର୍ଟ ଅନୁସାରେ, ଆଦାନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୩୭.୪ ବିଲିୟନ ଡଲାର ହୋଇଯାଇଛି । ଏବେ ତାଙ୍କ ଆଗରେ କେବଳ ଏଲନ ମସ୍କ ଓ ଆମାଜନର ଫାଉଣ୍ଡର ଜେଫ୍‌ ବୋଜେସ ରହିଛନ୍ତି । ମସ୍କଙ୍କର ନେଟୱର୍ଥ ୨୫୧ ବିଲିୟନ ଡଲାର ଅଟେ । ଜେଫ୍ ବେଜୋସଙ୍କ ପାଖରେ ମୋଟ୍ ୧୫୪ ବିଲିୟନ ଡଲାରର ସମ୍ପତ୍ତି ରହିଛି । ଗତ କିଛିଦିନ ଧରି ଆଦାନୀଙ୍କ ନେଟୱର୍ଥ ଦ୍ରୁତ ଗତିରେ ବଢୁଛି । ସେୟାର ବଜାରରେ ନେଣଦେଣ ପାଇଁ ତାଙ୍କର ସମ୍ପତ୍ତି ଲଗାତର ବଢୁଛି । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଆଦାନୀ ଟପ୍ ୧୦ ଧନିଙ୍କ ତାଲିକାରେ ଏକମାତ୍ର ବ୍ୟକ୍ତି ଯାହାର ସମ୍ପତ୍ତି ଗତ ୨୪ ଘଣ୍ଟାରେ ହିଁ ବଢିଛି । ଏହି ସମୟରେ ତାଙ୍କର ୧.୨ ବିଲିୟନ ଡଲାର ସମ୍ପତ୍ତି ବୃଦ୍ଧି ଘଟିଛି । ଜାନୁଆରୀରୁ ଏବେ ସୁଦ୍ଧା ତାଙ୍କର ସମ୍ପତ୍ତି ୬୦.୯ ବିଲିୟନ ଡଲାର ବଢିଛି । ଗୌତମ ଆଦାନୀ ବନାର୍ଡ ଅର୍ଣ୍ଣାଲ୍ଟଙ୍କ ପଛରେ ପକାଇବା ପରେ ମାଇକ୍ରୋସଫ୍ଟର କୋ- ଫାଉଣ୍ଡର ବିଲ୍ ଗେଟସଙ୍କୁ ମଧ୍ୟ ପଛରେ ପକାଇଥିଲେ । କାରଣ ଗେଟ୍ସ ଗତ ମାସରେ ନିଜ ସମ୍ପତ୍ତିର ଅଧା ଦାନ କରିଦେଇଥିଲେ । ଫଳରେ ତାଙ୍କର ସମ୍ପତ୍ତି ଅହେତୁକ ହ୍ରାସ ପାଇଥିଲା । ଅନ୍ୟ ଦିଗରେ ଆଦାନୀଙ୍କ ସମ୍ପତ୍ତି ସେୟାର ବଜାରକୁ ମାତ୍ ଦେଇ ଲଗାତର ଭଲ କାରବାର କରୁଛି । ଏବେ ଗେଟ୍ସଙ୍କ ମୂଲ୍ୟ ସମ୍ପତ୍ତି ୧୧୭ ବିଲିୟନ ଡାଲର ହୋଇଯାଇଛି ।

Leave A Reply

Your email address will not be published.