ଦିଲ୍ଲୀ ଇନ୍‌ଭେଷ୍ଟର୍ସ ମିଟ୍‌ରେ ନବୀନ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଦେଲେ ଆହ୍ୱାନ

0 43

ଭୁବନେଶ୍ୱର, ୩୧ା୮(ଡିକେ ନ୍ୟୁଜ): ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୂର ହୋଇ ରହିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସିଙ୍ଗଲ ୱିଣ୍ଡୋ ଜରିଆରେ ଶିଳ୍ପ ସ୍ଥାପନ ପାଇଁ ସମସ୍ତ ସହାୟତା କରାଯିବ ବୋଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଇନ୍‌ଭେଷ୍ଟର୍ସ ମିଟ୍‌’ରେ ଯୋଗ ଦେଇଥିବା ଅବସରରେ ପ୍ରକାଶ କରିଛନ୍ତି । ବୈଠକରେ “ମେକ୍ ଇନ୍‌ ଓଡ଼ିଶା’ ତୃତୀୟ ସଂସ୍କରଣରେ ନିବେଶ ପାଇଁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି । ପ୍ରଥମେ ୧୬ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଏହି ଅବସରରେ ନିବେଶ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ୧୬ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଥିଲେ । କାହିଁକି ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଶ୍ରେଷ୍ଠ ଏ ସମ୍ପର୍କରେ ୧୬ଟି ଦେଶର ରାଷ୍ଟ୍ରଦୂତଙ୍କୁ ସେ ଅବଗତ କରାଇଥିଲେ । ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ପର୍ଯ୍ୟନ୍ତ “ମେକ ଇନ ଓଡ଼ିଶା କନକ୍ଲେଭ୍‌’ର ତୃତୀୟ ସଂସ୍କରଣ ଆୟୋଜିତ ହେଉଛି । ଏହି କନ୍‌କ୍ଲେଭ୍‌ରେ ବିଭିନ୍ନ ଦେଶରୁ ଅଧିକ ପୁଞ୍ଜି କିପରି ଓଡ଼ିଶାକୁ କିପରି ଆସିବ ସେନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଦେଶରେ ପୁଞ୍ଜିନିବେଶ କରିବା ପାଇଁ ଓଡ଼ିଶା ଉକୃଷ୍ଟ ସ୍ଥାନ ବୋଲି ଶିଳ୍ପପତିଙ୍କୁ ବୁଝାଇଥିଲେ । ଦିଲ୍ଲୀ ପରେ ମୁମ୍ବାଇରେ ସେପ୍ଟେମ୍ବର ୧୪ରେ ଇନ୍‌ଭେଷ୍ଟର୍ସ ମିଟ୍ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେବା ସହ ଶିଳ୍ପପତିଙ୍କୁ ନିବେଶ ପାଇଁ ନିମନ୍ତ୍ରଣ କରିବେ । ୨୦୧୮ରେ ମଧ୍ୟ ଏହିଭଳି ଭାବେ ଏକ ବୈଠକ ହୋଇଥିଲା । ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ରାଜ୍ୟକୁ ଅଧିକ ସଂଖ୍ୟାରେ ପୁଞ୍ଜି ନିବେଶ ହେବାର ସମ୍ଭାବନା ଦେଖାଦେଇଛି । ଆଗମୀ ଦିନରେ ହେବାକୁ ଥିବା “ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌’ରେ ୧୬ ଦେଶର ଜାତୀୟ କ୍ରୀଡା ଦିବସ ପାଳିତ ପ୍ରତିନିଧିମାନେ ନିଶ୍ଚିତମାନେ ଯୋଗଦେବେ ବୋଲି ସେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.