ପ୍ରତିଦିନ ୯୦ ନାବାଳିକା ଦୁଷ୍କର୍ମର ଶିକାର

0 63

ନୂଆଦିଲ୍ଲୀ, ୩୧ ।୮: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟରୁ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦେଶରେ ନାବାଳିକାମାନେ କେତେ ସୁରକ୍ଷିତ ତା\’ର ଗୁମର ଏନସିଆର୍‌ବି ରିପୋର୍ଟରୁ ଖୋଲାସା ହୋଇଛି । ଗତବର୍ଷ ଅର୍ଥାତ ୨୦୨୧ରେ ଦେଶରେ ଦୈନିକ ୯୦ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ମାମଲା ଗୁଡ଼ିକ ଆଇପିସିର ଧାରା ୩୭୬ ଓ ପୋକସୋ ଆକ୍ଟର ଧାରା ୪ ଓ ୬ ଅନୁଯାୟୀ ରୁଜୁ କରାଯାଇଛି । ଏନସିଆରବି ରିପୋର୍ଟରେ କୁହାଯାଇଛି ଯେ ବର୍ଷ ୨୦୨୧ରେ ୩୩,୧୮୬ ଜଣ ନାବାଳିକା ସମଗ୍ର ଦେଶରେ ଦୁଷ୍କର୍ମର ଶିକାର ହୋଇଛନ୍ତି । ତାଲିକାରେ ମଧ୍ୟପ୍ରଦେଶ ୧ନଂ ସ୍ଥାନରେ ରହିଛି । ଏଠାରେ ଗତବର୍ଷ ମୋଟ ୩,୫୨୨ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ମଧ୍ୟପ୍ରଦେଶ ପଛକୁ ମହାରାଷ୍ଟ୍ର (୩,୪୮୦), ତାମିଲନାଡୁ (୩,୪୩୫), ଉତ୍ତର ପ୍ରଦେଶ (୨,୭୪୯) ଓ କର୍ଣ୍ଣାଟକ (୨୦୯୩) ରହିଛି । ବର୍ଷ ୨୦୨୧ରେ କର୍ଣ୍ଣାଟକରେ ଦୈନିକ ଅତିକମରେ ୫ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ରିପୋର୍ଟରେ କୁହାଯାଇଛି । କେବଳ ନାବାଳିକା ନୁହନ୍ତି, ବର୍ଷ ୨୦୨୧ରେ ଦେଶରେ ୩୧୨ ଜଣ ନାବାଳକ ମଧ୍ୟ ଦୁଷ୍କର୍ମ ଶିକାର ହୋଇଛନ୍ତି । ନାବାଳକ ଦୁଷ୍କର୍ମ ମାମଲା ତାଲିକାରେ ଉତ୍ତର ପ୍ରଦେଶ ୧ନଂ ସ୍ଥାନରେ ରହିଛି । ଏଠାରେ ଗତବର୍ଷ ୯୬ ଜଣ ନାବାଳକ ଦୁଷ୍କର୍ମର ଶିକାର ହୋଇଥିଲେ । ଏହା ପଛକୁ କେରଳ (୭୪), ତାମିଲନାଡୁ (୩୪), ପଶ୍ଚିମବଙ୍ଗ(୨୨) ଓ ଉତ୍ତରାଖଣ୍ଡ (୮) ରହିଛି । ସେହିପରି ବର୍ଷକ ମଧ୍ୟରେ କର୍ଣ୍ଣାଟକରେ ୪ ଜଣ ନାବାଳକ ଦୁଷ୍କର୍ମର ଶିକାର ହୋଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୯୯% ପୋକସୋ ଆକ୍ଟର ଅଭିଯୁକ୍ତ ପୀଡ଼ିତ/ପୀଡ଼ିତାଙ୍କ ସମ୍ପର୍କୀୟ ।

Leave A Reply

Your email address will not be published.