ଆତଙ୍କବାଦୀ ଲିଙ୍କ୍‌, ଭଙ୍ଗାଗଲା ମଦ୍ରାସା

0 71

ଗୌହାଟି, ୩୧ ।୮: ମହଙ୍ଗା ପଡ଼ିଲା ଆତଙ୍କବାଦୀ ଲିଙ୍କ । ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଆସାମର ବୋଙ୍ଗାଇ ଗାଁରେ ଥିବା ଏକ ମଦ୍ରାସାକୁ ଭଙ୍ଗାଯାଇଛି । ଆତଙ୍କବାଦୀ ସଙ୍ଗଠନ ଅଲକାଇଦା ସହ ସମ୍ପର୍କ ଥିବା ଅଭିଯୋଗରେ ପୂର୍ବରୁ ୫ ଜଣଙ୍କୁ ପୁଲିସ ଗିରଫ କରିଛି । ଏହି ଅଭିଯୁକ୍ତମାନେ ବାଂଲାଦେଶ ବିଚ୍ଛିନ୍ନତାବାଦୀ ସଙ୍ଗଠନ ଅଲକାଇଦା ସହ ସମ୍ପର୍କ ରହିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆସିବା ପରେ ମଦ୍ରାସା କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଉକ୍ତ ମାଦ୍ରାସାକୁ ଗତକକାଲି ରାତିରେ ଭଙ୍ଗା ଆରମ୍ଭ ହୋଇଛି । ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ସହଯୋଗ କରିଛନ୍ତି । ଏସପି ସ୍ୱପ୍ନାନିଲ ଡେକା କହିଛନ୍ତି ଯେ, ଉକ୍ତ ମାଦ୍ରାସାର ନିର୍ମାଣ ଶୈଳୀରେ ତ୍ରୁଟି ଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଥିଲା । ଏହି ମାଦ୍ରାସାଟି ଏପିଡବ୍ଲ୍ୟୁ ନିୟମ ଅନୁଯାୟୀ ତିଆରି ହୋଇ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିପଦ ସାଜି ଥିଲା । ଗତକାଲି ଗୋଲପାରା ଜିଲ୍ଲା ପୁଲିସ ପ୍ରଶାସନ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଏହି ମାଦ୍ରାସାରା ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ଉକ୍ତ ମାଦ୍ରାସାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲା ।

Leave A Reply

Your email address will not be published.