ପଛକୁ ପଛ ଲଘୁଚାପ: ୭ରେ ପୁଣି ଘୂର୍ଣ୍ଣିବଳୟ

0 69

ନୂଆଦିଲ୍ଲୀ/ଭୁବନେଶ୍ୱର, ୧ା୯(ଡିକେ ନ୍ୟୁଜ): ଚଳିତ ବର୍ଷ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହେବ । ଫଳରେ ଉତ୍ତରପ୍ରଦେଶ ଏବଂ ବିହାରର ଶୁଖିଲା ସ୍ଥାନକୁ ବର୍ଷା ଆଣିବ ମୌସୁମୀ । ପାଣିପାଗ ପୂର୍ବାନୁମାନକାରୀମାନେ ଆକଳନ କରି କହିଛନ୍ତି ଯେ, ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଲକ୍ଷଣ ପରିଲକ୍ଷିତ ହୋଇଥିବାରୁ ଏପରି ଘଟିବ । ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ଶୀଘ୍ର ପ୍ରତ୍ୟାହାର ହେବାର ଗତ ସପ୍ତାହର ପୂର୍ବାନୁମାନକୁ ଏବେ ଭୁଲ ସାବ୍ୟସ୍ତ କରିବାକୁ ଯାଉଛି ଏବଂ ଏଥିସହ ଦେଶରେ ମୌସୁମୀ ଋତୁକାଳୀନ ବର୍ଷାର ପରିମାଣ ବିବାକୁ ଯାଉଛି ବୋଲି ଘୋଷଣା କରିଛନ୍ତି । ଯଦିଓ ଆମେ ଦକ୍ଷିଣ-ପଶ୍ଚିମ ମୌସୁମୀ ଶୀଘ୍ର ପ୍ରତ୍ୟାହାର ହୋଇଯିବ ବୋଲି ଆଶା କରିଥିଲୁ, ତଥାପି ପଶ୍ଚିମକେନ୍ଦ୍ରୀୟ ଏବଂ ଏହାର ଆଖପାଖ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସେପ୍ଟେଟର ୭ରେ ସୃଷ୍ଟି ହେବାକୁ ଥିବା ଏକ ଘୂର୍ଣ୍ଣିବଳୟ ମୌସୁମୀ ଟ୍ରଫ୍ ଲାଇନକୁ ଦକ୍ଷିଣ ଆଡକୁ ସ୍ଥାନାନ୍ତର କରିବ । ଏହା ଫଳରେ କେନ୍ଦ୍ରୀୟ ଏବଂ ଉତ୍ତର ଭାରତରେ ବର୍ଷାର ମାତ୍ରା ବୃଦ୍ଧି ପାଇବ ବୋଲି ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି । ତେଣୁ ମୌସୁମୀର ଶୀଘ୍ର ପ୍ରତ୍ୟାହାର ପାଇଁ ପରିସ୍ଥିତି ଅନୁକୂଳ ନୁହେଁ ବୋଲି ସେ କହିବା ସହ ପାଣିପାଗ କାର୍ଯ୍ୟାଳୟ ପରିସ୍ଥିତି ଉପରେ ନଜର ରଖିବ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୫ରେ ପାଣିପାଗ କାର୍ଯ୍ୟାଳୟ ସେପ୍ଟେଟର ୧୭ର ସାଧାରଣ ତାରିଖ ତୁଳନାରେ ଦକ୍ଷିଣ- ପଶ୍ଚିମ ମୌସୁମୀ ଶୀଘ୍ର ପ୍ରତ୍ୟାହାର ହୋଇଯିବ ବୋଲି ପୂର୍ବାନୁମାନ କରିଥିଲା ।

Leave A Reply

Your email address will not be published.