ହ୍ରାସ ହେଲା ସୋରିଷ ତେଲ ଦର

0 65

ନୂଆଦିଲ୍ଲୀ ୦୧ ।୦୯: ବଜାରରେ ସୋରିଷ ତେଲର ମୂଲ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ବଢ଼ି ରହିଥିଲା । ତେବେ ଗତ କିଛି ଦିନ ହେଲା ଲଗାତାର ମୂଲ୍ୟ ହ୍ରାସ ଏବେ ଗ୍ରାହକଙ୍କୁ ଆଶ୍ୱସ୍ଥ କରିଛି । ଉତ୍ତରପ୍ରଦେଶରେ ସୋରିଷ ତେଲର ପାଇକାରୀ ଦର ପ୍ରତି ଲିଟର ଏବେ ୧୫୪ ଟଙ୍କାରେ ବିକ୍ରି ହେଉଛି । ତେବେ ଏକ ସମୟ ଥିଲା ଯେତେବେଳେ ଲିଟର ପିଛା ଦର ୨୦୦ ଟଙ୍କା ପାର କରିଯାଇଥିଲା । ଏବେ ବିହାରରେ ସୋରିଷ ତେଲ ଲିଟର ପିଛା ୧୭୫ ଟଙ୍କା ଦରରେ ମିଳୁଥିବା ଜଣାପଡିଛି । ତେବେ ବଜାରରେ ସୋରିଷ ତେଲର ଏପରି ମୂଲ୍ୟ ହ୍ରାସର କାରଣ ହେଲା ସୋରିଷର ମୂଲ୍ୟ ହ୍ରାସ ଓ ତେଲର ବଜାର ଚାହିଦା କମିବା । ଉତ୍ତର ଭାରତରେ ସୋରିଷ ତେଲର ଚାହିଦା ଥାଏ । ତେବେ ଦକ୍ଷିଣ ଭାରତର ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କେରଳ, ମହାରାଷ୍ଟ୍ର ଓ ଗୁଜରାଟରେ ସୂର୍ଯ୍ୟମୁଖୀ, ସୋୟାବିନ ଓ ବାଦାମ ତେଲ ସମେତ ଅନ୍ୟ ତେଲ ଲୋକେ ଅଧିକ ବ୍ୟବହାର କରିଥାନ୍ତି । ତେବେ ଅତ୍ୟାଧିକ ଦର ବୃଦ୍ଧି ଯୋଗୁ ସୋରିଷ ତେଲର ଚାହିଦା ହ୍ରାସ ହୋଇଛି । କମଡିଟି ଅନଲାଇନ ଡଟକମ ଅନୁସାରେ ୧ ସେପ୍ଟେମ୍ବର ଗୁରୁବାର ଉତ୍ତର ପ୍ରଦେଶରେ ସୋରିଷ ତେଲର ମୂଲ୍ୟ ପ୍ରତି ଲିଟର ୧୫୪ ଟଙ୍କା ଥିବା ଜଣାପଡିଛି । ତେବେ ରାଜ୍ୟରେ ଅଗଷ୍ଟ ୩୧ ତାରିଖ ଦିନ ପ୍ରତି ଲିଟର ସୋରିଷ ତେଲ ୧୭୧ ଟଙ୍କା ଦରରେ ବିକ୍ରି ହୋଇଥିଲା । କିଛି ମାସ ଆଗରୁ ଦେଶରେ ସୋରିଷ ତେଲ ଲିଟର ପିଛା ଦର ୨୧୦ ଟଙ୍କାକୁ ପହଞ୍ଚିଥିଲା । ଗତ କିଛି ସମୟ ହେଲା ଦେଶରେ ସୋରିଷର ଦର ମଧ୍ୟ ହ୍ରାସ ହୋଇଛି । ପ୍ରତି କ୍ୱିଣ୍ଟଲ ୮ ହଜାର ଟଙ୍କା ପାର କରିଯାଇଥିବା ସୋରିଷ
ଏବେ ୬ହଜାରରୁ ୬୫୦୦ ଟଙ୍କା ଦରରେ କାରବାର ହେଉଛି ।

Leave A Reply

Your email address will not be published.