ଗଜପତି ଜିଲ୍ଲାରେ ସାରର କଳାବଜାରି ସାର ନ ପାଇ ଚାଷୀ ହନ୍ତସନ୍ତ

0 61

ପାରଳାଖେମୁଣ୍ଡି,୧ା୯(ଡିକେ ନ୍ୟୁଜ): ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏଠାର ମୁଖ୍ୟ ଜୀବନ ଜୀବିକା କୃଷି ଉପରେ ନିର୍ଭରଶୀଳ । ଜିଲ୍ଲାର ସାତୋଟି ବ୍ଳକ ମଧ୍ୟରୁ ୫ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ୍ ହୋଇ ଥିବା ବେଳେ ୨ ଟି ସାଧାରଣ ବ୍ଲକ୍ ଅଟେ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୃଷିର ଉନ୍ନତି ସକାଶେ ବିଭନ୍ନ ଯୋଜନା କରିଛନ୍ତି । ଚାଷୀ କିପରି ସ୍ୱାବଲମ୍ବୀ ହୋଇ ପାରିବ ତାର ସାମାଜିକ ଅଭିବୃଦ୍ଧି ହୋଇ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବ ପ୍ରଚେଷ୍ଟା ଜାରି ରହିଛି । କିନ୍ତୁ ଗଜପତି ଜିଲ୍ଲାରେ ମୁଖ୍ୟତଃ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ଜିଲ୍ଲାରେ ମୁଖ୍ୟତଃ ତିନୋଟି ବ୍ଲକ୍‌ରେ ଅଧିକ ଧାନ ଚାଷ ହୋଇ ଥାଏ । ଗୋଶାଣି ବ୍ଲକ୍‌, କାଶୀ ନଗର ବ୍ଲକ୍‌, ଗୁମ୍ମା ବ୍ଲକ୍‌ରେ ଧାନ ଚାଷ ଅଧିକ ହୋଇ ଥାଏ । ବର୍ତ୍ତମାନ ଖରିଫ ତୁରେ ଧାନ ଚାଷ ଚାଲି ଥିବା ବେଳେ ଚାଷି ସାର, ବିହନ, କୀଟ ନାଶକ ଔଷଧର ଆବଶ୍ୟକତା ରହିଛି । ଚାଷୀଙ୍କୁ ସାର ଚଢା ଦରରେ ବିଭିନ୍ନ ଦୋକାନ ଓ ସମବାୟ ସମିତି ଫଟିଲାଇଜରରୁ ଚଢା ଦରରେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି । ସେହିପରି ସମବାୟ ସମିତିରେ ଚାଷୀ ଧାନ ମଣ୍ଡି ସକାଶେ ପଞ୍ଜିକୃତ କରିବାକୁ ଗଲେ ଚାଷୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଲେ ଚାଷୀକୂଳ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି । ଚାଷୀ ଧାନ ଉତ୍ପାଦନ କରିବା ପାଇଁ ନାନା ସମସ୍ୟା ଦେଇ ଗତି କରୁଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ବା ବିଭାଗୀୟ କର୍ତ୍ତୃପକ୍ଷ ନଜର ଦେଲେ ଚାଷୀ କୂଳ ଉପକୃତ ହୋଇପାରିବେ ବୋଲି ଗଜପତି ଜିଲ୍ଲାର ଚାଷୀ କୁଳ ଆଶା କରିଛନ୍ତି ।

Leave A Reply

Your email address will not be published.