ମହଙ୍ଗା ପଡ଼ିଲା ବ୍ୟାଙ୍କର ବେଆଇନ କାର୍ଯ୍ୟକଳାପ ଲକ୍ଷେ ଟଙ୍କା ଜୋରିମାନା କଲେ ରିଜର୍ଭ ବ୍ୟାଙ୍କ

0 53

କେନ୍ଦ୍ରାପଡ଼ା ,୧ା୯(ଡିକେ ନ୍ୟୁଜ): କେନ୍ଦ୍ରାପଡ଼ା ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ ଲିଃ.ରେ ଦୀର୍ଘ ଦିନ ଧରି ଚାଲିଥିବା ମନମାନୀ ତଥା ବେଆଇନ କାର୍ଯ୍ୟକଳାପ ମହଙ୍ଗା ପଡ଼ିଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ବ୍ୟାଙ୍କ ଉପରେ ୧ଲକ୍ଷ ଟଙ୍କା (ଅର୍ଥ ଦଣ୍ଡ)ଜୋରିମାନା କରାଯାଇଥିବାବେଳେ ରାଜ୍ୟ ସମବାୟ ନିବନ୍ଧକ ଡ଼ିଏ ବୃଦ୍ଧି ନେଇ ହୋଇଥିବା ଆବେଦନ ଉପରେ ଆପତ୍ତି ଉଠାଇବା ସହ କାରଣ କୈଫତ୍ ମାଗିଛନ୍ତି । ସଂଯୋଗ ବସତଃ ଗତ ଅଗଷ୍ଟ ୨୯ତାରିଖ ଗୋଟିଏ ଦିନରେ ଏହି ଦୁଇଟି ଝଟକା ଲାଗିଛି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ । ଯାହା ବ୍ୟାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବା ସହ ବହୁ ସଚେତନ ଅଂଶୀଦାର ଓ ଜମାକାରୀଙ୍କ ଚିନ୍ତାକୁ ବଢାଇ ଦେଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଗତ ୨୯ତାରିଖରେ ମୁମ୍ବାଇ ଠାରେ ଜାରି ପ୍ରେସ ରିଲିଜ୍‌ରେ କୁହାଯାଇଛି ଯେ, କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ନିୟାମକ ଆଦେଶ ପାଳନ କରୁନାହିଁ । ଗତ ୨୦୨୦ମାର୍ଚ୍ଚ ମାସ ଶେଷ ସୁଦ୍ଧା ବ୍ୟାଙ୍କର ଆର୍ଥୀକ ସ୍ଥିତି ସଂପର୍କିତ ରିପୋର୍ଟ ରେ ବିଭିନ୍ନ ଶ୍ରେଣୀର ଗ୍ରାହକଙ୍କ ସଂପର୍କୀତ ତଥ୍ୟ ପ୍ରଦାନ କରାଯାଇ ନାହିଁ । ଫଳରେ ଏହି ବ୍ୟାଙ୍କରେ ନିୟମିତ ରିସ୍କ ଶ୍ରେଣୀଭୁକ୍ତ ଗ୍ରାହକଙ୍କ ଆକାଉଣ୍ଟ ର ସମୀକ୍ଷା ହେଉନଥିବା ଜଣାପଡ଼ିଛି । ଏଥିନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଉତ୍ତର ସନ୍ତୋଷଜନକ ନଥିବାରୁ ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ୧୯୪୯ ଧାରା ୪୭କ(୧)(ଘ), ଧାରା୪୬(୪)(ଆଇ) ଏବଂ ଧାରା ୫୬ ଅନୁଯାୟୀ ଗତ ଅଗଷ୍ଟ ୨୩ତାରିଖ ରେ ଏହି ୧ଲକ୍ଷ ଟଙ୍କା ଜୋରମାନା କରାଯାଇଛି । ଅନ୍ୟ ପକ୍ଷରେ ଏହି ବ୍ୟାଙ୍କର କର୍ମଚାରୀମାନଙ୍କୁ ୮୦% ଡ଼ିଏ ଦେବା ପାଇଁ ରାଜ୍ୟ ସମବାୟ ନିବନ୍ଧକ ମଞ୍ଜୁରୀ ପ୍ରଦାନ କରିଥିଲେ । କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ୧୩୨% ଡ଼ିଏ ପ୍ରଦାନ କରିବା ସହ ଏହାକୁ ଅନୁମୋଦନ ପାଇଁ ନିବନ୍ଧକଙ୍କ ନିକଟକୁ ପଠାଇଥିବାବେଳେ ଏହା ଉପରେ ନିବନ୍ଧକ ଆପତ୍ତି ଉଠାଇଛନ୍ତି । ଗତ ୨୯ତାରିଖରେ ରାଜ୍ୟ ସମବାୟ ନିବନ୍ଧକ ବ୍ୟାଙ୍କର ସିଇଓଙ୍କୁ ଚିଠି ଲେଖି ୮୦% ପରିବର୍ତ୍ତେ ୧୩୨% ଡ଼ିଏ କୁ ଅନୁମୋଦନ କରାଯିବାର କ\’ଣ ଆବଶ୍ୟକତା ରହିଛି ଦର୍ଶାଇବାକୁ କହିଛନ୍ତି । ଏଥିସହିତ ଏହି ଡ଼ିଏ ବୃଦ୍ଧି କରାଗଲେ ଅତିରିକ୍ତ ବ୍ୟୟ କେତେ ହେବ, ପରିଚାଳନା ଖର୍ଚ୍ଚ ଉପରେ କେତେ ପ୍ରଭାବ ପକାଇବ ଓ ଏହି ଡ଼ିଏ ବୃଦ୍ଧି ବ୍ୟାଙ୍କର ଲାଭାଂଶକୁ କିଭଳି ପ୍ରଭାବିତ କରିବ ତା\’ର ବିସ୍ତୃତ ରିପୋର୍ଟ ସହିତ ବ୍ୟାଙ୍କର ବିଗତ ୩ବର୍ଷର ଆର୍ଥିକ ବିବରଣୀ ତଲବ କରିଛନ୍ତି । ବ୍ୟାଙ୍କର ନିର୍ବାଚିତ ପରିଚାଳନା ପରିଷଦର କାର୍ଯ୍ୟକାଳ ଭିତରେ ରାଜ୍ୟ ସରକାରଙ୍କ ସ୍ପେଶାଲ ଅଡ଼ିଟ୍‌ ରିପୋର୍ଟରେ ବେଆଇନ ନିଯୁକ୍ତି ଓ ବେପରୁଆ ଋଣ ପ୍ରଦାନ ଏବଂ ଏବେ ମନୋମୁଖୀ ଡ଼ିଏ ପ୍ରଦାନ ଓ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ନମାନିବା ଘଟଣା ପଦାକୁ ଆସବା ପରେ ଅଂଶୀଦାର ଜମାକାରୀଙ୍କ ଭିତରେ ଆଲୋଡ଼ନ ସୃଷ୍ଟି ହୋଇଛି । ଅବଶ୍ୟ ମଝିରେ ଯଦି ଦୁଇ ବର୍ଷ ଏହିବ୍ୟାଙ୍କର ପରିଚାଳନା ଭାର କ୍ରମେ ଜିଲ୍ଲାର ଦୁଇ ଜଣ ପ୍ରଶାସନିକ ଅଧିକାରୀଙ୍କ ହାତକୁ ଯିବା ଫଳରେ ଋଣ ଆଦାୟ ତ୍ୱରାନ୍ୱିତ ହେବା ସହିତ
ପରିଚାଳନାଗତ ଖର୍ଚ୍ଚ ହ୍ରାସ ପାଇଥିଲା । ଯଦି ତା\’ ନହୋଇ ଉକ୍ତ ପରିଚାଳନା ପରିଷଦ କାର୍ଯ୍ୟ କରୁଥାନ୍ତା ତେବେ ଏହି ବ୍ୟାଙ୍କର ସ୍ଥିତି କ\’ଣ ହୋଇଥାନ୍ତା ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.