ଯୋଗୀଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ଦେଇପାରନ୍ତି ୫ ମନ୍ତ୍ରୀ

0 72

ଉତ୍ତର ପ୍ରଦେଶ ୦୧ ।୦୯: ଉତ୍ତର ପ୍ରଦେଶରେ ନିବ ନିଯୁକ୍ତ ବିଜେପି ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀଙ୍କ ପରେ ଆହୁରି ୫ ଜଣ ମନ୍ତ୍ରୀ ଇସ୍ତଫା ୫ ମନ୍ତ୍ରୀ, ଯିଏକି ସଂଗଠନ ଓ ସରକାର ଦୁଇଟିରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି । ଏହି ସବୁ ମନ୍ତ୍ରୀ “ଏକ ବ୍ୟକ୍ତି- ଏକ ପଦ’ ସିଦ୍ଧାନ୍ତ ଅନୁସାରେ, ସରକାର କିମ୍ବା ସଂଗଠନରେ କୌଣସି ଏକ ପଦରୁ ଇସ୍ତଫା ଦେଇପାରନ୍ତି । ଭୂପେନ୍ଦ୍ର ଚୌଧୁରୀ ମଧ୍ୟ ଏହି ସିଦ୍ଧାନ୍ତ କାରଣରୁ ଇସ୍ତଫା ଦେଇ ସାରିଛନ୍ତି । ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ପ୍ରଥମ ନାଁ ଅରବିନ୍ଦ କୁମାର ଶର୍ମା, ଯିଏକି କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି । ସେ ବିଜେପି ସଂଗଠନର ଉପାଧ୍ୟକ୍ଷ ଅଛନ୍ତି ଓ ଯୋଗୀଙ୍କ ସରକାରରେ ସହର ବିକାଶ ଏବଂ ଶକ୍ତି ମନ୍ତ୍ରୀ ଅଛନ୍ତି । ଦ୍ୱିତୀୟ ନାମ ହେଲା ଜେପିଏସ୍ ରାଠୋର, ସେ ଯୋଗୀ ସରକାରରେ ସହକାରିତା ରାଷ୍ଟ୍ରମନ୍ତ୍ରୀ(ସ୍ୱତନ୍ତ୍ର ପ୍ରଭାର) ଅଛନ୍ତି । ବିଜେପି ସଂଗଠନରେ ସେ ମହାସଚିବ ମଧ୍ୟ ଅଛନ୍ତି । ତୃତୀୟରେ ୟୁପିର ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହ ଅଛନ୍ତି, ଯିଏକି ୟୁପି ବିଜେପିର ଓବିସି ସେଲ୍‌ର ଉପାଧ୍ୟକ୍ଷ ଏବଂ ପ୍ରଭାରୀ ଅଛନ୍ତି । ତାଙ୍କ ପରେ ରହିଛନ୍ତି ପଛୁଆ ବର୍ଗ କଲ୍ୟାଣ ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ(ସ୍ୱତନ୍ତ୍ର ପ୍ରଭାର) ନରେନ୍ଦ୍ର କଶ୍ୟପ, ଯିଏକି ୟୁପି ବିଜେପିରେ ଓବିସି ମୋର୍ଚ୍ଚାର ଅଧ୍ୟକ୍ଷ ଅଛନ୍ତି । ପଞ୍ଚମ ନାଁ ବେବି ରାନି ମୋର୍ଯ୍ୟାଙ୍କର ରହିଛି, ଯିଏକି ଯୋଗୀ ସରକାରରେ ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ଓ ୟୁପି ବିଜେପି ସଂଗଠନରେ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ ରହିଛନ୍ତି । ଉଲ୍ଲେଖନୀୟ ଯେ, ୩୦ ଅଗଷ୍ଟରେ କ୍ୟାବିନେଟ୍ ବୈଠକ ଡକାଯାଇଥିଲା । ଏହି ବୈଠକ ପୂର୍ବରୁ ଭୂପେନ୍ଦ୍ର ସିଂହ ଚୌଧୁରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବିଜେପି ରାଜ୍ୟ ମୁଖ୍ୟାଳୟରେ ସଂଗଠନର ସବୁ ପଦାଧିକାରୀଙ୍କ ସହିତ ବୈଠକ କରିଥିଲେ । ତାଙ୍କୁ ଭେଟିବାକୁ ବହୁ ମନ୍ତ୍ରୀ ଓ ବିଧାୟକ ମଧ୍ୟ ପହଁଞ୍ଚିଥିଲେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨୫ ଅଗଷ୍ଟରେ ଚୌଧୁରୀଙ୍କୁ ପାର୍ଟିର ଉତ୍ତର ପ୍ରଦେଶର ୟୁନିଟ୍‌ର ଅଧ୍ୟକ୍ଷ ନିଯୁକ୍ତ ଭାବରେ ନିଯୁକ୍ତ କରିଥିଲେ । ଉତ୍ତର ପ୍ରଦେଶ ବିଜେପିର ଅଧ୍ୟକ୍ଷ ନିଯୁକ୍ତ ହେବାପରେ ଚୌଧୁରୀଙ୍କୁ ଦିଲ୍ଲୀରୁ ଲକ୍ଷ୍ନୌ ପହଁଞ୍ଚିବା ବେଳେ ସେଠାରେ ଚାରବାଗ ରେଲୱେ ଷ୍ଟେସନ୍‌ରେ ପାର୍ଟିର ନେତା ଓ କର୍ମୀ ତାଙ୍କର ଜୋରଦାର ସ୍ୱାଗତ କରିଥିଲେ । ୫୪ ବର୍ଷୀୟ ଚୌଧୁରୀ ମୁରାଦାବାଦର ମହେନ୍ଦ୍ର ସିକନ୍ଦରପୁରରେ ଏକ କୃଷକ ପରିବାରରୁ ଆସିଛନ୍ତି । ସେ ତାଙ୍କର ରାଜନୈତିକ ଜୀନବର ଯାତ୍ରା ବିଶ୍ୱ ହିନ୍ଦୁ ପରିଷଦରୁ ଆରମ୍ଭ କରିଥିଲେ ।

Leave A Reply

Your email address will not be published.