ଡିଜିଟାଲ ଟ୍ରାଞ୍ଜାକ୍ସନରେ ଭାରତଠୁ ପଛରେ ଜର୍ମାନ

0 86

ନୂଆଦିଲ୍ଲୀ ୦୧ ।୦୯: ଇୟୁରୋପକୁ ବିକଶିତ କୁହାଯାଏ ଓ ଭାରତ ବିକାଶଶୀଳ, ତେବେ ଏପରି ଅନେକ କ୍ଷେତ୍ର ଅଛି ଭାରତଠୁ ବିକଶିତ ଦେଶମାନେ ବି ପଛୁଆ । ଏଥିରେ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ଉଦାହରଣ ରୂପେ ନିଆଯାଇପାରେ । ଭାରତରେ ଡିଜିଟାଲ ଟ୍ରାଞ୍ଜାକ୍ସନ ଯେତିକି ଦ୍ରୁତ ବେଗରେ ହେଉଛି ଜର୍ମାନ ଭଳି ଦେଶ ମଧ୍ୟ ଏ କ୍ଷେତ୍ରରେ ଏବେବି ପଛୁଆ ରହିଛି । ଜନୈକ ସାମ୍ବାଦିକଙ୍କ ଦ୍ୱାରା ଦିଆଯାଇଥିବା ସୂଚନାକୁ ବିଶ୍ୱାସ କଲେ ଜର୍ମାନ ଭଳି ଏକ ବଡ଼ ଅର୍ଥ ବ୍ୟବସ୍ଥାରେ ଲୋକଙ୍କ ପର୍ଯ୍ୟନ୍ତ ଟଙ୍କା ପହଞ୍ଚାଇବା ଏବେବି ଏତେ ସହଜ ନୁହେଁ ଯେପରି ଭାରତରେ ହୋଇ ପାରୁଛି । କିସାନ ସମ୍ମାନ ନିଧି ହେଉ କି ସରକାରୀ ଯୋଜନାରେ କୋଟି କୋଟି ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କାପହଞ୍ଚାଇବାରେ ଭାରତ ବିନା କୌଣସି ତ୍ରୁଟିରେ ଲଗାତାର କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ କରିଚାଲିଛି । “ଦି ଇକୋନମିଷ୍ଟ’ର ଏଡିଟର କ୍ରିଷ୍ଟିଆନ ଓଡେନହଲ୍‌ ସୋସିଆଲ ମିଡିଆରେ ଏହି ତଥ୍ୟ ଦେଇଛନ୍ତି । ଭାରତ ସରକାର ଯେପରି ତାଙ୍କ ନାଗରିକଙ୍କ ପର୍ଯ୍ୟନ୍ତ ଟଙ୍କା ପହାଞ୍ଚାଇ ପାରୁଛନ୍ତି ଏଥିରେ ଜର୍ମାନ ସରକାର ଢେର ପଛରେ ବୋଲି ସେ ଉଲ୍ଲେଖ କରିଛନ୍ତି । ଏପରି କରିବା ପାଇଁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଟ୍ୟାକ୍ସ ଆଇଡିକୁ ମିଶାଇବାକୁ ଜର୍ମାନ ସରକାରଙ୍କ ବ୍ୟବସ୍ଥାକୁ ୧୮ ମାସ ସମୟ ଲାଗିଯାଇ ପାରେ ବୋଲି ସେ ଉଲ୍ଲେଖ କରିଛନ୍ତି । ଜର୍ମାନରେ ଆଡମିନ ଦିନକରେ କେବଳ ଲକ୍ଷେ ଲୋକଙ୍କ ଟ୍ରାଞ୍ଜାକ୍ସନ ସମ୍ଭାଳିପାରିବେ । ଏଥିରେ ଜର୍ମାନ ସରକାର ଓ ସବୁ ନାଗରିକଙ୍କ ମଧ୍ୟରେ ନଗଦ ହସ୍ତାନ୍ତରଣ ପ୍ରକ୍ରିୟା ପ୍ରାୟ ଅସମ୍ଭବ ବୋଲି ସାମ୍ବାଦିକ କହିଛନ୍ତି । କାରଣ ପ୍ରଥମତଃ କାଗଜ କାମରେ ଅନେକ ସମୟ ଚାଲିଯିବ ଏହା ପଛକୁ ସେମାନଙ୍କ ସିଷ୍ଟମ ଦ୍ରୁତ ଟ୍ରାଞ୍ଜାକ୍ସନ ଲାଗି ପ୍ରସ୍ତୁତ ବି ନାହିଁ । ଏଥିରେ ଯଦି ଭାରତର କଥା ଦେଖା ଯାଏ ଏଠାରେ ପୁରା ୟୁରୋପରେ ଯେତିକି ଲୋକେ ଅଛନ୍ତି ସେତିକି ୟୁପିଆଇ ଟ୍ରାଞ୍ଜାକ୍ସନ ଦୈନିକ ହେଉଛି । ଏଥିରେ ବ୍ୟାଙ୍କିଙ୍ଗ ଟ୍ରାଞ୍ଜାକ୍ସନ ଉପରେ ନଜର ପକାଇଲେ କେବଳ ଜୁଲାଇ ଗୋଚିଏ ମାସରେ ୮୦ କୋଟି ଏନଇଏଫଟି ଓ ୩.୮ କୋଟି ଆରଟିଜିଏସ୍ ଟ୍ରାଞ୍ଜାକ୍ସନ କରାଯାଇଛି । ଯାହା ପୁରା ଇୟୁରୋପର ଲୋକଙ୍କୁ କେତେ ଥର ଟଙ୍କା ପଠାଇବା ସହ ସମାନ ବୋଲି ସାମ୍ବାଦିକ କହିଛନ୍ତି । ଜର୍ମାନର ମୋଟ ଜନସଂଖ୍ୟା ଏବେ ୯ କୋଟି । ଭାରତରେ କିସାନ ସମ୍ମାନ ନିଧି ଯୋଜନାର ଲାଭ ପାଉଥିବା ଚାଷୀଙ୍କ ସଂଖ୍ୟା ୧୪ କୋଟି । ଅର୍ଥାତ ଭାରତରେ ଗୋଟିଏ ସରକାରୀ ଯୋଜନାର ମୋଟ ହିତାଧିକାରୀଙ୍କ ସଂଖ୍ୟା ଯେତିକି ଜର୍ମାନ ମୋଟ ଜନସଂଖ୍ୟାରୁ ବି ଅଧିକ । ସରକାର ପ୍ରତି ୪ ମାସରେ ଚାଷୀଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରୁଛନ୍ତି ଓ ତାହାବି ବିନା କୌଣସି ତ୍ରୁଟିରେ । ଏତିକି କାମ ଜର୍ମାନ ସରକାରଙ୍କୁ କରିବା ଲାଗି ଦେଢ ବର୍ଷ ଲାଗି ପାରେ । ଭାରତ ସରକାର ବର୍ଷରେ ଏହି ପରି ୩ ଥର ବଡ଼ ଧରଣର ଟଙ୍କା ଟ୍ରାନ୍ସଫର କରିଥାନ୍ତି । ଡିଜିଟାଲ ଟ୍ରାଞ୍ଜାକ୍ସନ ମାମଲାରେ ଭାରତ ଏବେ ବିଶ୍ୱର ସବୁଠୁ ଅଗ୍ରଣୀ ଦେଶ ।

Leave A Reply

Your email address will not be published.