ଦିଶାଙ୍କ ସହ ବ୍ରେକ୍ଅପ୍ ପରେ ଡେଟ୍ ପାଇଁ ନୂଆ ସାଥି ଖୋଜୁଛନ୍ତି ଟାଇଗର

0 80

ମୁମ୍ବାଇ, ୧ା୯: ଟାଇଗର ଏବଂ ଦିଶାଙ୍କ ବ୍ରେକଅପ୍ ନେଇ ଇଣ୍ଡଷ୍ଟ୍ରୀରେ ଏବେ ବେଶ୍ ଚର୍ଚ୍ଚା ଲାଗି ରହିଛି । ୬ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ବ୍ରେକ ଅପ୍ନେ ଇ ଚର୍ଚ୍ଚା ·ଲିଥିବା ବେଳେ ଏବେ ଟାଇଗର ଏମିତି କିଛି କହିଛନ୍ତି, ଯାହା ଦିଶାଙ୍କୁ ଦୁଃଖିତ କରିପାରେ ବୋଲି ଫ୍ୟାନ୍ସ କହିଛନ୍ତି । ପ୍ରଥମରୁ କଫି ୱିଥ୍ କରନର ସମସ୍ତ ଏପିସୋଡ୍ ଏପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଆସିଛି । ଅନେକ ପପୁଲାର ଷ୍ଟାର ଏହି ଏପିସୋଡରେ ଆସି ନିଜର ପର୍ସନାଲ ପ୍ରୋଫେସନାଲ ଜୀବନ ବିଷୟରେ ଅନେକ କଛି ସେୟାର କରିଛନ୍ତି । ନିକଟରେ କ୍ରିତି ସାନନ୍ ଏବଂ ଟାଇଗର ଶ୍ରଫ୍ କରନଙ୍କ ଶୋକୁ ଯାଇଥିଲେ । ଏହି ଶୋରେ ଟାଇଗର ଶ୍ରଫ୍ ଏବଂ ଦିଶା ପାଟାନୀଙ୍କ ବ୍ରେକଅପ୍ ନେଇ ଅନେକ ଆଲୋଚନା କରାଯାଇଥିଲା । ଏଭଳି ପରିସ୍ଥିତିରେ ଅଭିନେତା ଅଭିନେତ୍ରୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ । କରନ ଜୋହର ଟାଇଗର ଶ୍ରଫଙ୍କୁ ପ·ରିଛନ୍ତି ତାଙ୍କର ରିଲେସନ୍ସିପ୍ ଷ୍ଟାଷ୍ଟସ କ’ଣ ଏବଂ ସେ ଦିଶା ପାଟାନୀଙ୍କୁ ଡେଟ କରୁଛନ୍ତି କି? ଏହାର ଉତ୍ତରରେ ଟାଇଗର କହିଛନ୍ତି, ମୁଁ ସିଙ୍ଗଲ ଅଛି ଆଉ ଏବେ କାହାକୁ ଡେଟ୍ କରିବା ପାଇଁ ଖୋଜୁଛି । ଏହି ସମୟରେ ଶ୍ରଦ୍ଧା କପୁରଙ୍କ ପାଇଁ ନିଜର ଅନୁଭବ ମଧ୍ୟ କହିଛନ୍ତି । ଦିଶା ଆଉ ମୁଁ କେବଳ ଭଲ ବନ୍ଧୁ । ଜଣେ ଭଲ ବନ୍ଧୁ ହିସାବରେ ଆଗରୁ ଯେପରି ଥିଲି ଏବେ ବି ରହିଛି । କରନ ଏହା ମଧ୍ୟ କହିଥିଲେ କି ଉଭୟଙ୍କ ବ୍ରେକଅପ୍ ବିଷୟରେ ଅନେକ ଗୁଜବ ·ଲିଛି । ଏହା ଶୁଣିବା ପରେ ଟାଇଗର ହସି କହିଥିଲେ,ଏହା ପ୍ରକୃତରେ ଠିକ୍, ଦୀର୍ଘ ଦିନ ଧରି ଆମକୁ ନେଇ ଅନେକ କଳ୍ପନାଜଳ୍ପନା ·ଲିଛି । ହେଲେ ଆମେ ସବୁବେଳେ ଆମର ବନ୍ଧୁତା ବଜାୟ ରଖିଛୁ ଆଗକୁ ବି ରଖିବୁ ।

Leave A Reply

Your email address will not be published.