ଡିଜାଇନର ଶାଢୀରେ ଶେହନାଜଙ୍କ କିଲର ଲୁକ୍

0 72

ମୁମ୍ବାଇ, ୧ା୯: ପଞ୍ଜାବର କ୍ୟାଟ୍ରିନା ଶେହନାଜ ଗିଲ୍ । ନିଜ ସରଳତା ଆଉ ସୁନ୍ଦରତାରେ ହଜାର ହଜାର ଲୋକଙ୍କ ହୃଦୟ ଜିତନ୍ତି । ଜୀବନରେ ଝଡ ଆସିବା ପରେ ଏବେ ନୁଆ ସାହସ ଓ ନୁଆ ରୂପରେ ଦେଖିବାକୁ ମିଳିଛି । କିନ୍ତୁ ତାଙ୍କ ସରଳତା ଏବେ ବି ଦର୍ଶକଙ୍କ ହୃଦୟରେ ବାନ୍ଧି ରଖିଛି । ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ଚଢି ଚାଲିଛନ୍ତି । ଶେହନାଜ ଖୁବ୍ ଶୀଘ୍ର ସଲମାନଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲୀରେ ଆସିବେ । ନିକଟରେ ଫିଲ୍ମଫେୟାର୍ ଆୱାର୍ଡ ପାଇଁ ଶେହନାଜ୍ ମନୀଷ୍ ମଲହୋତ୍ରାଙ୍କ ଡିଜାଇନର୍ ଶାଢୀ ପିନ୍ଧିଥିଲେ । ଯେଉଁଥିରେ ଶେହନାଜଙ୍କ କିଲର୍ ସ୍ୱାଗ୍ ଫ୍ୟାନ୍ସଙ୍କ ହୋସ୍ ଉଡାଉଛି । ତାଙ୍କର ହଟ୍ ଲୁକ୍ ସମସ୍ତଙ୍କୁ ମତୁଆଲା କରିଛି । ସମସ୍ତଙ୍କ ନଜର ତାଙ୍କ ଆଡକୁ ଯାଇଥିଲା । ଶେହନାଜଙ୍କ ଏହି ଶାଢୀରେ ଫଟୋସୁଟ୍ ଦେଖି କିଛି ଫ୍ୟାନ୍ସ ଭାବୁକ ହୋଇଯାଇଛନ୍ତି । ସବୁଠାରୁ ବଡ କଥା ଦିନେ ଶେହନାଜ୍ ଏକ ଭିଡିଓ ସେୟାର୍ କରିଥିଲେ । ଯେଉଁଥିରେ ସେ କହିଥିଲେ ଦିନେ ପିନ୍ଧିବା ପାଇଁ ଭଲ ପୋଷାକ ନଥିଲା । କିନ୍ତୁ ଏବେ ଏତେ ସୁନ୍ଦର ସୁନ୍ଦର ପୋଷାକ ଗଦା ହୋଇଯାଇଛି । ଏଭଳି କହି ବେଶ୍ ମନ ଖୁସିରେ ଫ୍ୟାନ୍ସଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଶେହନାଜ୍ । ଖାଲି ସେତିକି ନୁହେଁ, ବିଗ୍ ବସ୍ ଶୋରେ ଥିବାବେଳେ ଶେହନାଜ୍ ସିଦ୍ଧାର୍ଥଙ୍କୁ ଡ୍ରେସ୍ ନଥିବା କଥା କହିଥିଲେ । ସେହି ସମୟରେ ମାହି ବିଜ୍ତା ଙ୍କ ପାଇଁ ଡିଜାଇନର୍ ଡ୍ରେସ୍ ଭଡାରେ ଆଣିଥିଲେ । ବର୍ତ୍ତମାନ ଶେହନାଜ୍ ମନୀଷ ମଲହୋତ୍ରାଙ୍କ ଭଳି ଜଣେ ଏତେ ବଡ ଡିଜାଇନଙ୍କ ଶାଢୀ ପିନ୍ଧି ଯେଉଁ ଫଟୋ ସେୟାର କରିଛନ୍ତି, ତାକୁ ଦେଖି ଫ୍ୟାନ୍ସ ବହୁତ ଖୁସି ଅଛନ୍ତି ।ଚାରିଆଡୁ ଖୁବ୍ ପ୍ରଶଂସା କରାଯାଉଛି । ଖୁବଶୀଘ୍ର ବଡ ପରଦାରେ ସଲମାନଙ୍କ ସହ ଶେହନାଜଙ୍କ ଯାଦୁ ଦେଖିବାକୁ ସମସ୍ତେ ଚାହିଁବସିଛନ୍ତି ।

Leave A Reply

Your email address will not be published.