ଚୀନ ଓ ଜାପାନ ଉପରେ ଘନେଇଲା ବିପଦ ମାଡ଼ିଆସୁଛି ମହାବାତ୍ୟା ହିନାମନୁର

0 58

ନୂଆଦିଲ୍ଲୀ, ୨ା୯: ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଭୟଙ୍କର ରୂପ ଧାରଣ କରିଛି । ସମୁଦ୍ର ଭିତରେ ବଳ ଗୋଟାଇ ପୂର୍ବ ଚୀନ ସାଗର ଛୁଇଁସାରିଥିବା ଏହି ସାମୁଦ୍ରିକ ଝଡର ନାଁ ରଖାଯାଇଛି ହିନାମନୁର । ଏହା ଏବେ ଚୀନର ପୂବ ଉପକୂଳ ଓ ଜାପାନର ଦକ୍ଷିଣରେ ଥିବା ଓକିନାୱା ଦ୍ୱିପ ଆଡକୁ ମୁହାଁଇଛି । ଏହାର ପ୍ରଭାବରେ ଚୀନର ପୂର୍ବ ଉପକୂଳ, ଜାପାନ ଓ ଫିଲିପାଇନ୍ସରେ ବ୍ୟାପକ ଧନଜୀବନ ହାନିର ଆଶଙ୍କା କରାଯାଉଛି । ଏବେ ଚୀନର ପୂର୍ବ ଉପକୂଳ ଓ ଜାପାନର ଦକ୍ଷିଣ
ଉପକୂଳରେ ବର୍ଷା ଆରମ୍ଭ ହୋଇଯାଇଛି । ସାମୁଦ୍ରିକ ଝଡ ହିନାମନୁର ଗତିବିଧି ଉପରେ ଚୀନ, ଆମେରିକା ଓ ଜାପାନର ପାଣିପାଗ ସଂସ୍ଥା ନଜର ରଖିଛନ୍ତି । ପାଣିପାଗ ବିଶେଷଜ୍ଞ କହୁଛନ୍ତି ହିନାମନୁର ଚଳିତ ବର୍ଷର ସବୁଠାରୁ ବଡ ସାମୁଦ୍ରିକ ଝଡ । ଏହା ଚୀନର ପୂର୍ବ ଉପକୂଳ ଓ ଜାପାନର ଦକ୍ଷିଣ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିବ ବୋଲି ପୂର୍ବାନୁମାନ କରାଯାଉଛି । ଜାପାନର ଓକିନାୱା ଦୀପଠାରୁ ୨୩୦ କିଲୋମିଟର ଦୂରରେ ରହିଛି । ଆମେରିକାର ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ବା ଜେଟିଡବ୍ଲୁସି ଆକଳନ କରିଛି ହିନାମନୁର ଏବେ ଟାଇଫୁନ-୪ କାଟାଗୋରୀରେ ଅଛି । ଆଗକୁ ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହି ସାମୁଦ୍ରିକ ଝଡ ବଳ ହରାଇବା ସମ୍ଭାବନା ମଧ୍ୟ ରହିଛି । ଟାଇଫୁନ ହିନାମନୁର ଜାପାନର ଓକିନାୱା ଓ ରୟୁକୁ ଦ୍ୱୀପ ଆଡକୁ ମୁହାଁଉଛି । ଏହାର ପ୍ରଭାବରେ ଭୀଷଣ ବର୍ଷା, ପବନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଆଉ ବ୍ୟାପକ ଧନଜୀବନ ନଷ୍ଟ କରିବା ସମ୍ଭାବନା ରହିଛି ।

Leave A Reply

Your email address will not be published.