ନୂଆଦିଲ୍ଲୀ, ୨ା୯: ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ପାକିସ୍ତାନ । ବ୍ରିଟିଶ୍ ଏୟାକ୍ରାଫ୍ଟରେ ଗତମାସରେ ପ୍ରାୟ ୧୨ଦିନ ଅସ୍ତ୍ରଶସ୍ତ୍ର ପଠାଯାଇଛି । ରାୱଲପିଣ୍ଡିର ନୁରଖାନ୍ ଏୟାରବେସ୍ରୁ ଅସ୍ତ୍ରଶସ୍ତ୍ର ବୋହିଛି ବ୍ରିଟିଶ ବିମାନ । କିଛିଦିନ ତଳେ ପାକିସ୍ତାନ ଆର୍ମି ଚିଫ୍ ଜେନେରାଲ କୁମାର ଜାଭେଦ ବାଜୱା ସରକାରୀ ଗସ୍ତରେ ବ୍ରିଟେନ୍ ଯାଇଥିଲେ । ଏହାପରେ ପାକିସ୍ତାନରୁ ବ୍ରିଟିଶ ବିମାନରେ ଅସ୍ତ୍ରଶସ୍ତ୍ର ୟୁକ୍ରେନ୍କୁ ଚୋରାଚାଲାଣ କରାଯାଇଥିଲା । ବ୍ରିଟିଶ ବାୟୁସେନା ବିମାନ ସି-୧୭ ଏ ଗ୍ଲୋଭମାଷ୍ଟରରେ ପ୍ରତିଦିନ ପାକିସ୍ତାନରୁ ଏହି ଅସ୍ତ୍ରଶସ୍ତ୍ରକୁ ଚାଲାଣ କରାଯାଉଥିଲା । ଯାହାର ପୂରା ରେକର୍ଡ ରଖିଛି ଭାରତ । ପାକିସ୍ତାରୁ ବ୍ରିଟିଶ ବିମାନ ଅସ୍ତ୍ରଶସ୍ତ୍ର ନେବା ଉପରେ କଡ଼ା ଆପତ୍ତି ଉଠାଇଛି ଭାରତ । ଏହାର ପ୍ରଭାବ ମଧ୍ୟ ଭାରତ-ବ୍ରିଟେନ୍ ସାମରିକ ସହଯୋଗ ଉପରେ ପଡ଼ିପାରେ । ଭାରତ ସହ ସାମରିକ ସହଯୋଗ ଆଗକୁ ବଢ଼ନ୍ୱାକୁ ଯୋଜନା କରୁଥିବା ବ୍ରିଟେନ୍କୁ ଝଟ୍କା ଲାଗିପାରେ । ସୂଚନାଯୋଗ୍ୟ ଯେ, ପାକିସ୍ତାନ-ୟୁକ୍ରେନ୍ ସମ୍ପର୍କ ନୂଆ ନୁହେଁ । ପୂର୍ବରୁ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ବିକୁଥିଲା ୟୁକ୍ରେନ୍ । ଯୁଦ୍ଧ ବେଳେ ପାକିସ୍ତାନ ଅସ୍ତଶସ୍ତ୍ର ୟୁକ୍ରେନ୍ରେ ପହଞ୍ôଚବା ପରେ ଇସଲାମାବାଦ୍କୁ ପ୍ରଶଂସା କରିଥିଲେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ । ୟୁକ୍ରେନ୍-ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କକୁ ବଳିଷ୍ଠ ବୋଲି ସେ କହିଥିଲେ । ତେଣେ ଯୁଦ୍ଧ ଆରମ୍ଭ ସମୟରେ ତକ୍ରାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସିଧା ମସ୍କୋରେ ପହଞ୍ôଚ ଭିନ୍ନ ବାର୍ତ୍ତା ଦେବକୁ ଉଦ୍ୟମ କରିଥିଲେ । ଅନ୍ୟପକ୍ଷରେ ଭାରତ-ଚୀନ୍ ଓ ଋଷିଆ ସମେତ ୧୪ ଦେଶ ମିଶି ସମରାଭ୍ୟାସ୍ ଜାରି ରଖିଛନ୍ତି । ଏହି ସମରାଭ୍ୟାସ୍ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଚାଲିବ । ମସ୍କୋ ଓ ପାଶ୍ଚାତ୍ୟ ଦେଶ ମୁହାଁମୁହିଁ ଥିବାବେଳେ ଏହି ସମରାଭ୍ୟାସ୍ ବେଶ୍ ଗୁରୁତ୍ୱ ବହନ କରୁଛି । ଋଷର ଭିନ୍ନ ଭିନ୍ନ ଟ୍ରେନିଂ ଗ୍ରାଉଣ୍ଡରେ ସମରାଭ୍ୟାସ ଜାରି ରହିବ । ସାଇବେରିଆରୁ ଜାପାନ
ଉପକୂଳ ପର୍ଯ୍ୟନ୍ତ ଶକ୍ତି ପ୍ରଦର୍ଶନ କରିବେ ଜଳ, ସ୍ଥଳ ଓ ବାୟୁସେନା । ଏହି ବିଶାଲ ଡ୍ରିଲରେ ୫ହଜାର ୟୁନିଟ୍ ଯୁଦ୍ଧ ଉପକରଣ ସାମିଲ୍ ହୋଇଛି । ଏହା ଭିତରେ ରହିଛି ୧୪୦ ଏୟାରକ୍ରାଫ୍ଟ ଓ ୬୦ ଯୁଦ୍ଧପୋତ । ତେବେ ସମୁଦ୍ର ସମରାଭ୍ୟାସରେ ଭାରତ ଯୋଗଦେବନି ବୋଲି ସୂଚନା ମିଳିଛି ।
ଋଷିଆର ସମରାଭ୍ୟାସରେ ଭାରତ ଓ ଚୀନ୍, ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ପଠାଉଛି ପାକିସ୍ତାନ
Next Post