କାଶୀପୁର ତହସିଲ କାର୍ଯ୍ୟାଳୟରେ ଅବ୍ୟବସ୍ଥା ତହସିଲଦାରଙ୍କ ସମେତ ୩୦ ଜଣଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ

0 67

କାଶୀପୁର,୨ା୯(ଡିକେ ନ୍ୟୁଜ): କାଶୀପୁର ତହସିଲ କାର୍ଯ୍ୟାଳୟରେ କର୍ମ·ରୀମାନଙ୍କ ଅଭାବ ମରୁଡି ଥିବା ଅଭିଯୋଗ ହେଉଛି । ବିଭିନ୍ନ ପ୍ରାନ୍ତରୁ ନିଜ ନିଜର କାମ ନେଇ ତହସିଲଦାର କାର୍ଯ୍ୟଳୟ ପହଞ୍ଚି ଅଧିକାରୀଙ୍କୁ ନ ପାଇ ଲୋକେ ହତାଶ ହେବାକୁ ପଡୁଥିଲା । ଏଭଳି ଏକାଧିକ ଅଭିଯୋଗକୁ ନେଇ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଅଗଷ୍ଟ ୨୨ ତାରିଖ ଦିନ କାଶୀପୁର ତହସିଲଦାର କାର୍ଯ୍ୟାଳୟରେ ତଦନ୍ତ ପାଇଁ ପହଞ୍ଚିଥିଲେ । ହେଲେ ଅବ୍ୟବସ୍ଥା ମଧ୍ୟରେ କାର୍ଯ୍ୟାଳୟ ଗତି କରୁଥିବା ଦେଖି କାର୍ଯ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ତହସିଲଦାର ସମେତ ଅନ୍ୟ ୩୦ ଜଣ କର୍ମ·ରୀଙ୍କର ଅନିର୍ଦ୍ଦିଷ୍ଟ କାଳ ପାଇଁ ଦରମା ବନ୍ଦ କରିବାକୁ ଟ୍ରେଜେରୀକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ପୂର୍ବରୁ ଏଭଳି ସମସ୍ୟାର ସମାଧାନ ଦିଗରେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହେବା ସହ ତହସିଲଦାର ଓ ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ବୁଦ୍ଧିଜୀବୀ ମହଲରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ସେ ସମୟରେ କୌଣସି ସୁଫଳ ମିଳିପାରି ନ ଥିଲା । ପ୍ରଶାସନ ଏକ ପ୍ରକାର ନିଷ୍କ୍ରିୟତା ଦେଖି ଜନସାଧାରଣ ମଧ୍ୟରେ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ଜିଲ୍ଲାପାଳଙ୍କ ଦରମା ବନ୍ଦ ନିଷ୍ପତ୍ତି ସମ୍ପର୍କରେ ତହସିଲଦାର ଶରତ ଶବରଙ୍କୁ ପ୍ରତିକ୍ରିୟା ନେବାରୁ କୌଣସି ସ୍ପଷ୍ଟ ଉତ୍ତର ଦେଇପାରି ନ ଥିଲେ । ପ୍ରକାଶ ଥାଉକି ଏହିକି କାର୍ଯ୍ୟାଳୟରେ ଜମି ବିକ୍ରିବଟା ଓ ଖଣିଜ ପଦାର୍ଥ ସମ୍ପର୍କିତ କାର୍ଯ୍ୟରେ ତତ୍ପରତା ଦେଖାଯାଉଥିବାବେଳେ ଜାତିଗତ ପ୍ରମାଣ ପତ୍ର, ଲିଗାଲ ହେଇର, ଡିମାର୍କସେନ, ମ୍ୟୁଟେସନ ପାଇଁ ଲୋକଙ୍କୁ ୮/୯ ମାସ ଦୌଡ଼ି ନିଅନ୍ତା ହେବାକୁ ପଡୁଛି । ଏଭଳି ଶତାଧିକ ଅଭିଯୋଗ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । କାଶୀପୁରର ସଦର ମହକୁମା ବିଭିନ୍ନ କାର୍ଯ୍ୟାଳୟରେ ଏଭଳି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଲୋକେ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଅନୁରୋଧ ହେଉଛି ।

Leave A Reply

Your email address will not be published.