ନବୀନଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

0 63

ଭୁବନେଶ୍ୱର : ନିଜ ଦୃଢ଼ ନେତୃତ୍ୱ ପାଇଁ ଶ୍ରେଷ୍ଠ ଶାସକ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ୍‌ ଫାଉଣ୍ଡସେନ୍‌ ସୋସାଇଟି ଦେବ ଜୀବନବ୍ୟାପୀ ସାଧନା ସମ୍ମାନ । ଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ସେଣ୍ଟର ଅଡିଟୋରିୟମ ଠାରେ ଆସନ୍ତାକାଲି ଠିକ୍‌ ୧୦ଟାରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବି·ରପତି ଏନ.ଭି ରମନ୍ନାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ । ଗର୍ବ ଓ ଗୌରବର ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ବିଜୁ ଜନତା ଦଳ କରିଛି ମେଗା ପ୍ଳାନ୍‌ । ଅଭିନନ୍ଦନର ବର୍ଷାରେ ଭିଜିବ ଓଡ଼ିଶା । ଦିଲ୍ଲୀକୁ ଦୁଲୁକାଇବେ ପ୍ରବାସୀ ଓଡ଼ିଆ ଓ ବିଜୁ ଜନତା ଦଳର ନେତା ଓ କର୍ମୀ । ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କାର ଗ୍ରହଣ କରିବା ପରେ ନବୀନ ଆସିବେ ଓଡ଼ିଶା ନିବାସ । ପ୍ରବାସୀ ଓଡ଼ିଆ ଓ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଭବ୍ୟ ସମ୍ବର୍ଦ୍ଧନା । ନୂଆ ଓଡ଼ିଶା ଗଠନର ଏହି ନିଃସ୍ୱାର୍ଥପର ବିନ୍ଧାଣୀଙ୍କୁ ସମ୍ବର୍ଦ୍ଧିତ କରିବାର ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବାକୁ ·ହୁଁନାହାଁନ୍ତି ପ୍ରବାସୀ । ତେଣୁ ମନେ ରଖିବା ଭଳି ଏକ କାର୍ଯ୍ୟକ୍ରମ ଆୟୋଜନରେ ମାତିଛନ୍ତି ଦିଲ୍ଲୀରେ ରହୁଥିବା ଓଡିଆ । ଏହାପରେ ଏପିଜେ ଅବଦୁଲ୍‌ କଲାମ ରୋଡ୍‌ସ୍ଥିତ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଗୋଟିଏ ଦିନର ରହଣୀ ପରେ ମଙ୍ଗଳବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ ନବୀନ । ସେପ୍ଟେମ୍ବର ୬ ତାରିଖକୁ ସ୍ମରଣୀୟ କରିବାକୁ ଖୁବ୍‌ ହୋଇଛି ପ୍ରସ୍ତୁତି । ଉଚ୍ଛ୍ୱସିତ ଅଭିନନ୍ଦନ ପାଇଁ ସାରା ଓଡ଼ିଶା ଏକାଠି ହୋଇଛି । ଭୋକର ଭୂଗୋଳରୁ ବଳକା ରାଜ୍ୟ । ଦୁଇ ଦଶନ୍ଧିର ଶାସନରେ ପରିବର୍ତ୍ତନର ସୁତ୍ରଧର ସାଜିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ଶ୍ରେଷ୍ଠ ପ୍ରଶାସକ ଓ ଦୁଇ ଦୁଇ ଥର ଦେଶର ନମ୍ବର ୱାନ୍‌
ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ନବୀନ । ଆଉ ଏଥର ଏହି ପୁରସ୍କାର କେବଳ ମୁଖ୍ୟମନ୍ତ୍ରୀ ବା ବିଜୁ ଜନତା ଦଳ ନୁହେଁ ସାରା ରାଜ୍ୟ ପାଇଁ ଆଣିବ ଗୌରବ । ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ଆଶା, ବିଶ୍ୱାସ ଓ ଭରସାର ପ୍ରତୀକ । ରାଜନୀତି ତାଙ୍କ ପାଇଁ କ୍ଷମତା ଆହରଣ ନୁହେଁ । ଲୋକଙ୍କ ସେବା ଓ ରାଜ୍ୟର ବିକାଶ ହିଁ ଏକମାତ୍ର ବ୍ରତ । ୧୯୯୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦାୟଦ ଭାବେ ଜନସେବାରୁ ଆରମ୍ଭ ହେଲା ନବୀନଙ୍କ ରାଜନୈତିକ ଯାତ୍ରା । ନବୀନ ଓଡିଶା ଗଠନ ପାଇଁ ୨୦୦୦ ମସିହାରେ ଧରିଲେ ଶାସନ ଡୋରୀ । ତିଆରି ହେଲା ଓଡିଶା ବିକାଶର ନୂଆ ଅଧ୍ୟାୟ । ସାଢେ ·ରି କୋଟି ଓଡିଶାବାସୀଙ୍କ ସେବାରେ ଗତ ୨୫ ବର୍ଷ ଧରି ନିରନ୍ତର ଭାବେ ନିଷ୍ଠା ଓ ଆନ୍ତରିକାତାର ସହ କାମ କରି·ଲିଛନ୍ତି ନବୀନ । ଏହି ବର୍ଷ ହେଉଛି ନବୀନଙ୍କ ଲୋକସେବାର ରଜତ ଜୟନ୍ତୀ ଉତ୍ସବ । ପ୍ରକୃତ ସରକାର ଓ ପ୍ରଶାସନର ସଂଜ୍ଞା ନିରୂପଣ କଲେ ନବୀନ । ଅଭାବ, ଅନାଟନ, ଦାରିଦ୍ର୍ୟ, ଅନାହାର, ଅନଗ୍ରସର ଭଳି ଶବ୍ଦ ଯାହା ଓଡିଶାକୁ ସବୁବେଳେ ବିଶ୍ୱ ଦରବାରରେ ନନ୍ଦିତ କରୁଥିଲା, ତାହା ଏବେ ଓଡ଼ିଶା ଶବ୍ଦକୋଷରୁ ବିଲୀନ ହୋଇଯାଇଛି । ବିଶ୍ୱ ଦରବାରରେ ଓଡିଶା ଅନେକ କ୍ଷେତ୍ରରେ ମଡେଲ ଷ୍ଟେଟର ମାନ୍ୟତା ପାଇଛି । ବିପର୍ଯ୍ୟୟ ମୁକାବିଲା ହେଉ କି ସାଢେ ·ରି କୋଟି ଓଡିଆଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ସାରା ବିଶ୍ୱ ଓଡିଶା ମଡେଲକୁ ପ୍ରଶଂସା କରୁଛି । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କ ସଶକ୍ତିକରଣ ଠାରୁ ଆରମ୍ଭ କରି ଅଭେଦ୍ୟ ମାଓଗଡକୁ ସ୍ୱାଭିମାନ ଅଞ୍ଚଳରେ ରୂପାନ୍ତରିତ କରିବା । ·ଷୀଙ୍କ ପାଇଁ କାଳିଆ, ୫-ଟି ଓ ମୋ
ସରକାର । ପୁଞ୍ଜିନିବେଶର ହବ୍‌ ଭାବେ ଗଢିତୋଳିବା, କ୍ରିଡା ରାଜଧାନୀ ଭାବେ ପ୍ରତିଷ୍ଠିତ କରିବା, ଦକ୍ଷତା ବିକାଶ ଜରିଆରେ ଲକ୍ଷ ଲକ୍ଷ ଓଡିଆ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା, ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ଭଳି ଲୋକାଭିମୁଖୀ ଯୋଜନା ରାଜ୍ୟ ସରକାରଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ଆନ୍ତରିକତାକୁ ପ୍ରମାଣିତ କରୁଛି । ଆଉ ସେଇଥିପାଇଁ ରାଜ୍ୟବାସୀ ନୂଆ ଓଡିଶାର ବିନ୍ଧାଣୀ ତଥା ବିକାଶପୁରୁଷ ନବୀନ ପଟ୍ଟନାୟକଙ୍କୁ ଗତ ୨୫ ବର୍ଷ ଧରି ନିଜର ଜନନେତା ଭାବେ ବାଛି ଆସୁଛନ୍ତି । ଜୀବନବ୍ୟାପୀ ସେବା ଓ ସଂଘର୍ଷ ପାଇଁ କ୍ୟାପିଟାଲ୍‌ ଫାଉଣ୍ଡସନ ପକ୍ଷରୁ ନବୀନଙ୍କୁ ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଉଛି । ଗତ ଦୁଇ ବର୍ଷ ଧରି କୋଭିଡ ମହାମାରୀ ଯୋଗୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଏସବୁ ସଫଳତାକୁ ନେଇ ସେଲିବ୍ରେସନ କରିପାରୁନଥିଲା । ଏଥର ଜୀବନବ୍ୟାପୀ ସଂଘର୍ଷ, ରାଜ୍ୟବାସୀଙ୍କ ପ୍ରତି ତାଙ୍କର ଭଲପାଇବା, ନିଷ୍ଠା ଓ ଆନ୍ତରିକତା ପାଇଁ ନବୀନଙ୍କୁ ଅଭିନନ୍ଦନ ଜଣାଇବାର ସୁଯୋଗ ଆସିଛି । ଓଡିଶାବାସୀଙ୍କ ସେବାର ରଜତ ଜୟନ୍ତୀ ଓ ପ୍ରତି କ୍ଷେତ୍ରରେ ପ୍ରତି ପରିବାରର ବିକାଶ ଓ ସାମଗ୍ରୀକ ଭାବେ ରାଜ୍ୟର ରୂପାନ୍ତରଣକୁ ସେଲିବ୍ରେଟ କରିବ ବିଜେଡି । ଓଡିଶା କିମ୍ବା ଦେଶ ଇତିହାସରେ ଏଭଳି ଜଣେ ଅଭୂତପୂର୍ବ ଜନନାୟକ କେବେ ସୃଷ୍ଟି ହୋଇନଥିଲେ । ସେ ଅତୁଳନୀୟ ଓ ଅନନ୍ୟ । ସେ ଜଣେ ରାଷ୍ଟ୍ରନାୟକ ଓ ନେତୃତ୍ୱ ନେବାର ଅସାଧାରଣ ଦକ୍ଷତା ରହିଛି ତାଙ୍କର । ନବୀନ ପଟ୍ଟନାୟକଙ୍କ ଏକମାତ୍ର ସ୍ୱାର୍ଥ – ଏକ ନୂଆ ଓ ସଶକ୍ତ ଓଡିଶା ଗଠନ । ତେଣୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପାଇଁ ଯଥାର୍ଥରେ ଯେ, ସେ ଯୋଗ୍ୟ ଜନସେବକ ଏହା କହିବା ବାହୁଲ୍ୟ ।

Leave A Reply

Your email address will not be published.