୩ଟି ଲଘୁଚାପ: ସକ୍ରିୟ ହେବ ମୌସୁମୀ

0 68

ଭୁବନେଶ୍ୱର, ୪ା୯(ଡିକେ ନ୍ୟୁଜ): ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଆସୁଛି ପଛକୁ ପଛ ଲଘୁ·ପ । ସେପ୍ଟେମ୍ବର ମାସରେ ବଙ୍ଗୋପସାଗରରେ ୩ଟି ଲଘୁ·ପ ସହ ସକ୍ରିୟ ହେବ ମୌସୁମୀ ବର୍ଷା । କାଲିଠୁ ରାଜ୍ୟରେ ବର୍ଷାର ବିସ୍ତୃତ ବଢ଼ିବ । ୬ ତାରିଖରେ ବଢ଼ିବ ବର୍ଷା ପରିମାଣ । କାଲି ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୬ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ଥିବା ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୭ ତାରିଖ ଆଡ଼କୁ ଦକ୍ଷିଣ- ପଶ୍ଚିମ ଓ ସଲଗ୍ନ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଲଘୁ·ପ କ୍ଷେତ୍ର ସୃଷ୍ଟି ହୋଇପାରେ । ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୯ ତାରିଖ ବେଳକୁ ଆଉ ଏକ ଲଘୁ·ପ ସୃଷ୍ଟି ହେବ । ସେହିପରି ୧୩ରୁ ୧୬ ଭିତରେ ତୃତୀୟ ଲଘୁ·ପ ସୃଷ୍ଟି ହୋଇପାରେ । ରାଜ୍ୟରେ ଆହୁରି ୨୪ ଘଣ୍ଟା ଗୁଳୁଗୁଳି ଜାରି ରହିବ । ୨୪ ଘଣ୍ଟାରେ ୯ଟି ସହରରେ ଦିନର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ରେକର୍ଡ ହୋଇଛି । ସୋନପୁର ଓ ·ନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଭୁବନେଶ୍ୱର ଓ କଟକରେ ଦିନର ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରିଥିଲା ପାଣିପାଗ ବିଭାଗ ।

Leave A Reply

Your email address will not be published.