କାଳିଜାଈରେ ଡଙ୍ଗା ବୁଡ଼ି ଦୁଇ ନିଖୋଜ

0 71

ବ୍ରହ୍ମଗିରି, ୪ା୯(ଡିକେ ନ୍ୟୁଜ): ଚିଲିକାରେ ଡଙ୍ଗା ବୁଡ଼ି ଅଘଟଣ । ଗମ୍ଭାରୀଠାରୁ ତିନି କିଲୋମିଟର ଦୂରରେ ଥିବା କାଳୀଜାଇ କୁଦା ନିକଟରେ ବୁଡ଼ିଲା ଡଙ୍ଗା । କାଳିଜାଈକୁ ଭୋଜି କରିବାକୁ ଯାଇଥିଲେ ପୁରୀ କୃଷ୍ଣପ୍ରସାଦ ଅଞ୍ଚଳରୁ ଭୋଜି କରିବାକୁ ଯାଇଥିଲେ । ଡଙ୍ଗାରେ ୧୩ ଜଣ ଥିଲେ । ଭୋଜି ସାରି ଫେରୁଥିବା ବେଳେ ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇଥିଲା । ଘଟଣାସ୍ଥଳରୁ ୧୦ ଜଣ ଉଦ୍ଧାର ହୋଇଥିଲେ । ରାତିରେ ଆଉ ଜଣେ ପହଁରି ପହଁରି କୁଦାରେ ପହଞ୍ôଚଥିଲେ । ଅନ୍ୟ ଦୁଇଜଣ ଏବେ ବି ନିଖୋଜ ଅଛନ୍ତି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଦ୍ୱାରା ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.