ପ୍ରବାସୀଙ୍କ ମୁହଁରେ ନବୀନ…ନବୀନ

0 62

ଭୁବନେଶ୍ୱର, ୪ା୯ (ଡିକେ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସେବା ପାଇଁ ସମ୍ମାନ ମିଳିବା ପରେ ଉଲ୍ଲସିତ ହୋଇଛନ୍ତି ଓଡ଼ିଶାବାସୀଙ୍କ ସମେତ ପ୍ରବାସୀ ଓଡ଼ିଆ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବାସୀ ଓଡ଼ିଆ ଦେଇଛନ୍ତି ବିପୁଳ ସମ୍ବର୍ଦ୍ଧନା । ଏଥିପାଇଁ ଦିଲ୍ଲୀ ସମେତ ମହାରାଷ୍ଟ୍ର, ଗୁଜରାଟ ଓ ଅନ୍ୟ ରାଜ୍ୟରୁ ଓଡ଼ିଆମାନେ ଛୁଟି ଆସିଥିଲେ । ତାଙ୍କୁ ମିଳିଥିବା ସମ୍ମାନ ଓଡ଼ିଶାବାସୀଙ୍କର ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କର ଏପରି ମହନୀୟତା ପାଇଁ ସବୁ ଓଡ଼ିଆ ଗର୍ବିତ ବୋଲି ଓଡ଼ିଶା ଭବନରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ସେଠାରେ ନବୀନଙ୍କ ସମ୍ବୋଧନ ‘ମୋର ପ୍ରିୟ ଭାଇ ଓ ଭଉଣୀମାନେ । ମୁଁ ଟିକେ ଡେରିରେ ଆସିଲି, ଆପଣମାନେ ମୋତେ କ୍ଷମା କରିଦିଅନ୍ତୁ । ଏ ଆୱାର୍ଡ ଆମେ ପାଇଛୁ । ଆପଣମାନେ ଖୁସି ତ । ଏ ପୁରସ୍କାର ମୋର ନୁହେଁ, ସାଢେ଼ ଚାରିକୋଟି ଓଡ଼ିଆଙ୍କର’ । ବାସ୍‌, ମୁଖ୍ୟମନ୍ତ୍ରୀଙ୍କ ଏହିତକ କଥା, ତାଙ୍କୁ ସମ୍ବୋଧିତ କରିବାକୁ ଓଡ଼ିଶା ଭବନରେ ଏକାଠି ହୋଇଥିବା ଶତାଧିକ ପ୍ରବାସୀ ଓଡ଼ିଆଙ୍କୁ ଭାବବିହ୍ୱଳ କରିଥିଲା । ‘ନବୀନ ପଟ୍ଟନାୟକ ଜିନ୍ଦାବାଦ୍‌’ ଧ୍ୱନୀରେ କମ୍ପିଥିଲା ଓଡ଼ିଶା ଭବନ । ରାଜ୍ୟବାସୀଙ୍କ ବିକାଶ ପାଇଁ ନବୀନ ଯେପରି ୨୪ ଘଣ୍ଟା ଉତ୍ସର୍ଗ କରିଆସୁଛନ୍ତି ସେଥିପାଇଁ ୧୭ଲକ୍ଷ ପ୍ରବାସୀ ଓଡ଼ିଆ ଗର୍ବିତ । ଦୀର୍ଘ ୨୫ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ କରିଆସୁଛନ୍ତି । ଯେଉଁଥିପାଇଁ ତାଙ୍କୁ ଆଜି ପ୍ରତିଷ୍ଠିତ ଅନୁଷ୍ଠାନ ଜୀବନବ୍ୟାପୀ ସେବା ସମ୍ମାନରେ ସମ୍ମାନିତ କରିଛି । ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟକ୍ଷେତ୍ରରେ ଅଗ୍ରଣୀ କରିବାରେ ଦେଶର ନୂଆ ମଡେଲ ହୋଇଛି ଓଡ଼ିଶା । ଏଥିପାଇଁ ପ୍ରତ୍ୟେକ ଓଡ଼ିଆ ଗର୍ବିତ । ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଲା ସତ, ହେଲେ ସେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି । ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଶତପ୍ରତିଶତ ପାଳନ କଲେ ହିଁ ସେ ଖୁସି ହେବେ ।

Leave A Reply

Your email address will not be published.