ଗୁରୁଦିବସରେ ୪୬ ଶିକ୍ଷକ ପୁରସ୍କୃତ ଓଡ଼ିଶାର ଇଶ୍ୱର ନାୟକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ

0 66

ଭୁବନେଶ୍ୱର, ୫ା୯(ଡିକେ ନ୍ୟୁଜ): ଗୁରୁଦିବସରେ ଶିକ୍ଷକଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ମନୋନୀତ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ । ଦେଶର ୪୬ ଜଣ ଶିକ୍ଷକ ପୁରସ୍କାର ପାଇଥିବା ବେଳେ ଏମାନଙ୍କ ମଧ୍ୟରେ ଓଡିଶାର ପୁରୀ ଜିଲ୍ଲାର ଇଶ୍ୱର ଚନ୍ଦ୍ର ନାୟକ ସମ୍ମାନିତ ହୋଇଛନ୍ତି । ଏହି ଅବସରରେ ନିଜ ପାଠପଢା ସମୟର ଅନୁଭୂତି ବଖାଣିଛନ୍ତି ରାଷ୍ଟ୍ରପତି । ଦିଲ୍ଲୀ ବିଜ୍ଞାନ ଭବନରେ ଯେତେବେଳେ ଜାତୀୟ ଶିକ୍ଷକତା ପୁରସ୍କାର ପାଇଁ ଓଡିଶାର ଶିକ୍ଷକ ଇଶ୍ୱର ଚନ୍ଦ୍ର ନାୟକଙ୍କ ନାଁ ଡକାଯାଉଥିଲା, ସେହି ମୁହୂର୍ତ୍ତ ସାରା ରାଜ୍ୟ ପାଇଁ ଗର୍ବର ମୁହୁର୍ତ୍ତ ଥିଲା । ଆଉ ଗୁରୁଦିବସ ଅବସରରେ ମଞ୍ଚ ଉପରେ ଓଡିଶାର ଏହି ଶିକ୍ଷକଙ୍କୁ ଜାତୀୟ ଶିକ୍ଷକତା ପୁରୁସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟେକ୍ସଟାଇଲ ଇଞ୍ଜିନିୟରିଂ କରିଥିବା ଇଶ୍ୱର କର୍ପୋରେଟ ·କିରି ଛାଡି ଗାଁକୁ ଆସି ପ୍ରାଥମିକ ସ୍କୁଲରେ ଶିକ୍ଷକ ଭାବେ ଯୋଗଦେବା ଓ ଦୈନଦିନ ଜୀବନ ସହ ଯୋଡି ପିଲାମାନଙ୍କୁ ଶିକ୍ଷାଦାନ କରିବା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ଇଶ୍ୱର ଚନ୍ଦ୍ର ନାୟକ । ବୟସ ୫୦ ବର୍ଷ । ସେ ପୁରୀ ଜିଲ୍ଲା କାନପୁର ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ସ୍କୁଲରେ ଶିକ୍ଷକତା କରିବା ସହ ନିଜ ଗାଁର ପିଲାମାନଙ୍କୁ ମାଗଣା କମ୍ପ୍ୟୁଟର ଶିକ୍ଷା ଦେବା ପାଇଁ ଏକ କେନ୍ଦ୍ର ଖୋଲିଛନ୍ତି । ଅନେକ ବହି ରଖିଛନ୍ତି । ଯାହା ତାଙ୍କୁ ଆଜି ସାରା ଦେଶରେ ନୂଆ ପରିଚୟ ଆଣି ଦେଇଛି । ସମ୍ମାନ ଆଣି ଦେଇଛି । ପୁରସ୍କାର ବିତରଣ ପରେ ଗୁରୁଦିବସ ଅବସରରେ ନିଜର ପିଲାଦିନ କଥା, ନିଜ ଜନ୍ମମାଟିର କଥା, ଛାତ୍ର ଜୀବନ କଥା ମନେ ପକାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତା’ପରେ ଶିକ୍ଷକତା କରିବା ଲାଗି କିଛିଦିନ ପାଇଁ ସୁଯୋଗ ମିଳିଥିବାରୁ ନିଜକୁ ଗର୍ବିତ ବୋଲି କହିଥିଲେ । ସେହିପରି ପୁରସ୍କାର ବିତରଣ ଉତ୍ସବ ବେଳେ ଯେତେବେଳେ ଉତ୍ତରାଖଣ୍ଡର ଶିକ୍ଷକ ପ୍ରଦୀପ ନେଗୀଙ୍କ ନାଁ ଡକାଯାଇଥିଲା ସେତେବେଳେ ଦେଖିବାକୁ ମିଳିଥିଲା ିରଳ ଦୃଶ୍ୟ । ପ୍ରଦୀପ ନେଗୀ ଆସନରୁ ଉଠି ଆଶାବାଡି ଧରି ମଞ୍ଚକୁ ଆସୁଥିବା ବେଳେ ପୁରସ୍କୃତ କରିବା ପାଇଁ ମଞ୍ଚରୁ ତଳକୁ ଓହ୍ଲାଇ ଆସିଥିଲେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ । ଆଉ ସେହିଠାରେ ତାଙ୍କୁ ସମ୍ମାନିତ କରିଥିଲେ । ତେବେ ଗୁରୁଦିବସ ଅବସରେ ମନୋନିତ ହୋଇଥିବା ଦେଶର ୪୬ ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.