ଦିଲ୍ଲୀରୁ ଫେରିବା ପରେ ଭବ୍ୟ ସ୍ୱାଗତ ସାଢେ଼ ୪କୋଟି ଓଡ଼ିଶାବାସୀଙ୍କ ପୁରସ୍କାର: ନବୀନ

0 65

ଭୁବନେଶ୍ୱର, ୬ା୯(ଡିକେ ନ୍ୟୁଜ): ନୂଆଦିଲ୍ଲୀରୁ “ଜୀବନବ୍ୟାପୀ ସାଧନା ସମ୍ମାନ’ ନେଇ ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ପ୍ରିୟ ନେତାଙ୍କୁ ନିଜ ମାଟିରେ ସ୍ୱାଗତ କରିବା ପାଇଁ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଅସମ୍ଭବ ଉତ୍ସାହ ଦେଖିବାକୁ ମିଳିଥିଲା । ବିମାନବନ୍ଦରରୁ ପାଛୋଟି ଆଣିବା ପାଇଁ ସେଠାରେ ପ୍ରବଳ ଭିଡ଼ ହୋଇଥିଲା । ବିମାନବନ୍ଦରରୁ ନବୀନ ନିବାସ ଯାଏ ସମଗ୍ର ଅଞ୍ଚଳ ଜନସମୁଦ୍ର ପାଲଟିଥିଲା । ପାରମ୍ପରିକ ନାଚଗୀତ ବାଦ୍ୟଯନ୍ତ୍ରରେ କମ୍ପିଥିଲା ଅଞ୍ଚଳ । ମୁଖ୍ୟମନ୍ତ୍ରୀ ହାତ ହଲାଇ ଶୁଭେଚ୍ଛା ଗ୍ରହଣ କରୁଥିଲା ବେଳେ ସେଠାରେ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଝଲକ ପାଇବା ପାଇଁ ପାଗଳ ହୋଇଯାଇଥିଲେ ହଜାର ହଜାର କର୍ମୀ । ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଘଣ୍ଟାଏ ବିଳମ୍ବରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଥିଲେ । ଦିନ ୧୨.୧୫ରେ ପୁରୁଣା
ବିମାନବନ୍ଦର ଟର୍ମିନାଲ୍‌ରୁ ନବୀନ ବାହାରକୁ ଆସିବା ବେଳେ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ତାଙ୍କୁ ପାଛୋଟି ଆଣିଥିଲେ । ବାହାରେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲା ହାଇଟେକ୍‌ ବସ ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ର·ରରେ ବ୍ୟବହାର ହୋଇଥିଲା । ନବୀନ ସେହି ବସ୍‌ରେ ବସି ଆଗକୁ ବଢ଼ିଥିଲେ । ବିଜୁ ପଟ୍ଟନାୟକ ଛକରେ ବସ୍‌ ରହିଥିଲା ଏବଂ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବସ୍‌ ନବୀନ ନିବାସ ଅଭିମୁଖେ ଗଡ଼ିଥିଲା । ଜୟ ନବୀନ ଧ୍ୱନି ସହ ହଜାର ହଜାର କର୍ମୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ବସ୍‌ ଛାତ ଉପରୁ ହାତ ହଲାଇ ସମସ୍ତଙ୍କ ଶୁଭେଚ୍ଛା ଗ୍ରହଣ କରୁଥିଲେ । ମଝିରେ ମଝିରେ କର୍ମୀଙ୍କୁ ସମ୍ବୋଧିତ କରୁଥିଲେ ମୁଖ୍ୟମନ୍ତ୍ରୀ । ବର୍ଷା ସତ୍ତେ୍ୱ ଆପଣମାନେ ଏତେ ସଂଖ୍ୟାରେ ଏଠାକୁ ଆସିଥିବାରୁ ଧନ୍ୟବାଦ । ମୋର ଏହି ସମ୍ମାନ ପାଇବାରେ ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହି ପୁରସ୍କାର ସାଢେ଼ ଚାରିକୋଟି ଓଡ଼ିଶାବାସୀଙ୍କର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନବୀନ ନିବାସ ପାଖରେ ଏହି ବିଶାଳ ପଟୁଆର ପହଞ୍ଚିଥିଲା ଅପରାହ୍ନ ୧. ୧୫ ମିନିଟ୍‌ରେ । ବର୍ଷା ସତ୍ତେ୍ୱ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ପଟୁଆର ଯାତ୍ରାରେ ସାମିଲ ହେବା ପାଇଁ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଟିକେ ଦଖିବା ପାଇଁ କର୍ମୀମାନଙ୍କର ବ୍ୟାକୁଳତା ବାରି ହୋଇଯାଉଥିଲା । ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଜେଡି ପକ୍ଷରୁ ଆୟୋଜିତ ସ୍ୱାଗତ ପର୍ବରେ ସାମିଲ ହେବାକୁ ୩୦ଟି ଯାକ ଜିଲ୍ଲାରୁ ଲକ୍ଷାଧିକ କର୍ମୀ ଭୁବନେଶ୍ୱର ଆସିଥିଲେ । ସେମାନଙ୍କୁ ନେଇ ଆସିଥିବା ବସ୍‌ ଏବଂ ଅନ୍ୟାନ୍ୟ ଗାଡ଼ି ମଟରଗୁଡ଼ିକ ଆଜି ସକାଳ ୮ଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚି ଯାଇଥିଲା । ଭୁବନେଶ୍ୱର ସହରର ଚତୁଃପାଶ୍ୱର୍ରେ ଗାଡିଗୁଡ଼ିକର ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ଜାଗା ରଖାଯାଇଥିଲା । ସେଠାରୁ କର୍ମୀମାନେ ·ଲି ·ଲି ବିମାନବନ୍ଦର ଆସିଥିଲେ । ଅନ୍ୟପକ୍ଷରେ ସେପଟେ ଟ୍ରାଫିକ୍‌ ବ୍ୟବସ୍ଥା ସହ ନିରାପତ୍ତା ବ୍ୟବସ୍ଥାକୁ ପୂରା କଡ଼ାକଡ଼ି କରାଯାଇଥିଲା । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇଟି ରାସ୍ତାରୁ ଗୋଟେ ରାସ୍ତାରେ ଜନସାଧାରଣଙ୍କ ପାଇଁ ଖୋଲା ରଖାଯାଇଥିବା ବେଳେ ଆଉ ଗୋଟେ ରାସ୍ତା କର୍ମୀମାନଙ୍କ ଆତଯାତ ଲାଗି ରଖାଯାଥିଲା । ଏଥିଲାଗି ରାଜଧାନୀରେ ୪୦ପ୍ଲାଟୁନ ପୋିସ୍‌ ଫୋର୍ସ ମୁତୟନ କରାଯାଇଥିଲା । ସୁରକ୍ଷା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୫୦ ଜଣ ପୋଲିସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏଥିରେ ୮ ଅତିରିକ୍ତ ଡିସିପି, ୧୬ ଏସିପି, ୨୫ ଆଇଆଇସି, ୯୦ ଏସ୍‌ଆଇଙ୍କ ସମେତ ୪୦ପ୍ଲାଟୁନ୍‌ ପୋଲିସ ଫୋର୍ସ ପୂରା ସହର ଉପରେ ନଜର ରଖିଥିଲେ ।

Leave A Reply

Your email address will not be published.