ଓଡ଼ିଶା ରାସ୍ତାରେ କେନ୍ଦ୍ର ବଦଳିବ ଦେଶର ୧୪ହଜାର ଶିକ୍ଷାନୁଷ୍ଠାନର ରୂପ

0 64

ଭୁବନେଶ୍ୱର, ୬ା୯(ଡିକେ ନ୍ୟୁଜ): ଓଡ଼ିଶା ଢାଞ୍ଚାରେ ବଦଳିବ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ରୂପରେଖ । ପୁରୁଣା ସରକାରୀ ସ୍କୁଲଗୁଡ଼ିକ ମଧ୍ୟ ନୂଆ ରୂପ ପାଇବ । ଓଡ଼ିଶା ସରକାରଙ୍କ “୫-ଟି’ ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ ଢାଞ୍ଚାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରି·ଳିତ ବିଦ୍ୟାଳୟର ନବ କଳେବର ଯୋଜନା କରାଯାଇଛି । ଓଡ଼ିଶା ମଡେଲର ଅନୁକରଣରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ “ପିଏମ୍‌ ଶ୍ରୀ ସ୍କୁଲ’ ନାମରେ ଏହି ନୂଆ ଯୋଜନା ଆରମ୍ଭ କରିଛି । ଗୁରୁ ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଏହି ପିଏମ୍‌ ଶ୍ରୀ ସ୍କୁଲକୁ ଉଦ୍‌ଘାଟନ କରିଛନ୍ତି । ଦେଶର ୧୪ ହଜାର ୫ଶହ ସ୍କୁଲ ରୂପାନ୍ତରଣ ପାଇଁ ଯୋଜନା ରଖାଯାଇଥିବା ବେଳେ ପ୍ରତ୍ୟେକ ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ପ୍ରତି ବ୍ଲକରୁ ପ୍ରାୟ ୨ଟି ଲେଖାଏଁ ସ୍କୁଲକୁ ଏଥିଲାଗି ଚୟନ କରାଯିବ । ଓଡ଼ିଶାର ପ୍ରାୟ ୫ଶହ ସ୍କୁଲ୍‌ ଏହି ଯୋଜନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାରଙ୍କ “କାଳିଆ’, “ମମତା’, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦି ଢାଞ୍ଚାରେ ବିଭିନ୍ନ ରାଜ୍ୟ ଓ
କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏହିକ୍ରମରେ ରାଜ୍ୟର ଆଉ ଏକ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ଆପଣାଇବାକୁ ଯାଉଛନ୍ତି । ପିଏମ ଶ୍ରୀ ସ୍କୁଲ ଯୋଜନାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅତ୍ୟାଧୁନିକ ଢାଞ୍ଚାରେ ରୂପାନ୍ତରଣ କରାଯିବ । ଏହା ଶୈକ୍ଷିକ ପଦ୍ଧତିକୁ ବିକଶିତ କରି ପିଲାଙ୍କୁ ଯୁଗ ଉପଯୋଗୀ ଶିକ୍ଷା ପ୍ରଦାନ କରିବ । ଉଦ୍ଭାବନ ଆଧାରିତ, ଶିକ୍ଷଣ କୈନ୍ଦ୍ରୀୟ ପଦ୍ଧତିରେ ଶିକ୍ଷାଦାନ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ୍‌ ପ୍ରସ୍ତୁତ ସହ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହେବ । ଏହି ନୂଆ ଯୋଜନାରେ
କେଭି, ଜେଏନଭି ଓ ଏକଲବ୍ୟ ବିଦ୍ୟାଳୟ ଆଦି ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ପରି·ଳିତ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଏଥିରେ ସାମିଲ୍‌ କରାଯିବ । ଅପରପକ୍ଷେ ରାଜ୍ୟ ସରକାରଙ୍କ “ମୋ ସ୍କୁଲ’ ଓ “୫-ଟି’ ସ୍କୁଲ ରୂପାନ୍ତରଣ ଯୋଜନାକୁ ·ରିଆଡେ଼ ଉଚ୍ଚପ୍ରଶଂସା ମିଳିବାରେ ଲାଗିଛି । ଖୋଦ୍‌ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଶିକ୍ଷା ଓ ସାକ୍ଷରତା ବିଭାଗ ନିର୍ଦ୍ଦେଶିକା ଋତୁ ସେନ୍‌ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏହି ଯୋଜନାର ଉଚ୍ଚ ପ୍ରଶଂସା କରିବା ସହିତ ଏହି ରୂପାନ୍ତରଣ କାର୍ଯ୍ୟକ୍ରମକୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଥିଲେ । ସେହିପରି ମଧ୍ୟପ୍ରଦେଶ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ହାଇସ୍କୁଲ ରୂପାନ୍ତରଣ ଯୋଜନା ଦେଖି ଅବିଭୂତ ହେବା ସହ ଏହାକୁ ମଧ୍ୟପ୍ରଦେଶରେ ଲାଗୁ କରିବେ ବୋଲି ମଧ୍ୟ କହିଥିଲେ । ଓଡ଼ିଶା ସରକାର ଇତିମଧ୍ୟରେ ପାଖାପାଖି ୪ ହଜାର ହାଇ ସ୍କୁଲ ରୂପାନ୍ତରଣ ସାରିଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା ୮ ହଜାର ସ୍କୁଲର ରୂପାନ୍ତରଣ ସାରିବାକୁ ଲକ୍ଷ୍ୟ
ରଖିଛନ୍ତି ।

Leave A Reply

Your email address will not be published.