ପିଲାଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା ୩ବର୍ଷରେ ୨୬୮୨ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

0 62

ଭୁବନେଶ୍ୱର, ୬ା୯(ଡିକେ ନ୍ୟୁଜ): ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ଗତ କିଛି ବର୍ଷ ହେବ କ୍ରମଶଃ ବଢିବାରେ ଲାଗିଛି । ଛାତ୍ରୀଙ୍କ ଅପେକ୍ଷା ଛାତ୍ରମାନେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି । ଏନ୍‌ସିଆରବି ରିପୋର୍ଟ ଅନୁସାରେ ରାଜ୍ୟରେ ଗତ ୩ବର୍ଷରେ ୨୬୮୨ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । ୨୦୧୯ରେ ୩୭୯ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ୧୪୬୯ ଜଣ ୨୦୨୧ରେ ୮୩୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏପରିକି ୨୦୨୦ରେ ଛାତ୍ର ଆତ୍ମହତ୍ୟା ମାମଲାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ୨୦୨୦ରେ ସାରା ରାଜ୍ୟରେ ୧୦୪୨ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ୬୯୭ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । ରାଜ୍ୟରେ ଛାତ୍ରୀଙ୍କ ଅପେକ୍ଷା ଛାତ୍ର ଆତ୍ମହତ୍ୟା ବଢ଼ିବାର ଅନେକ କାରଣ ରହିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଶିକ୍ଷାବିତ୍‌ ରାଜୀବ ବେହେରା କହିଛନ୍ତି ଯେ, ଛାତ୍ର ଆତ୍ମହତ୍ୟା ମାମଲାରେ ଓଡ଼ିଶା ଦ୍ୱିତୀୟରେ ରହିବାର ମୁଖ୍ୟ କାରଣ ହେଲା ପରୀକ୍ଷା ·ପ । ଅନେକ ଛାତ୍ର ମଧ୍ୟବିତ୍ତ ଶ୍ରେଣୀର ହୋଇଥିବାରୁ ସେମାନେ ପାଠ ପଢ଼ିବା ପାଇଁ ଗାଁରୁ ଆସି ସହରରେ ପାଠ ପଢ଼ୁଛନ୍ତି । ତେଣୁ ପରୀକ୍ଷାରେ ଫେଲ ହେବାକୁ ନେଇ ଅନେକ ଛାତ୍ର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି । ଅନେକ ଛାତ୍ର ମଧ୍ୟ କୁସଙ୍ଗରେ ପଡ଼ି ନିଶା ଏବଂ ଡ୍ରଗ୍ସସେବନ କରୁଛନ୍ତି । ପରବର୍ତ୍ତୀ ସମୟରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଅନୁରୂପ ଭାବରେ ପ୍ରେମରେ ବିଫଳ ହେବା ପରେ ଅନେକ ଛାତ୍ର ଆତ୍ମହତ୍ୟା କରୁଛନ୍ତି । ରାଜ୍ୟ ପରି ରାଜଧାନୀରେ ମଧ୍ୟ ବଢ଼ୁଛି ଆତ୍ମହତ୍ୟା । ୨୦୨୦ରେ କେବଳ ରାଜଧାନୀରେ ୩୧୦ ଜଣ ଆତ୍ମହତ୍ୟା କରିଛନ୍ତି । ୨୦୨୧ରେ ୨୮୨ଟି ଘଟଣା ସାମ୍ନାକୁ ଆସିଛି । ସେହିପରି ଚଳିତ ବର୍ଷ ଏଯାବତ୍‌ ୨୨୬ଟି ଘଟଣା ଘଟିଛି । ଆତ୍ମହତ୍ୟା କରୁଥିବା ବ୍ୟକ୍ତି ମଧ୍ୟରେ ଅଧିକାଂଶ ୧୮ରୁ ୩୦ ବର୍ଷର ବୋଲି ଜଣାପଡ଼ିଛି । ଏନ୍‌ସିଆରବି ରିପୋର୍ଟ ଏବେ ଚିନ୍ତାଜନକ ହୋଇଛି । ରାଜ୍ୟରେ ପ୍ରତିଦିନ ହାରାହାରି ୧୫ରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି । ୨୦୨୦ରେ ରାଜ୍ୟରେ ୫୫୪୬ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୫୬୫୧ରେ ପହଞ୍ଚିଛି ।

Leave A Reply

Your email address will not be published.