ବଢୁଛି ଭାରତର ବିଦେଶୀ ଋଣ

0 60

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷରେ ଭାରତର ବିଦେଶୀ ଋଣ ବଢିଛି । ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁସାରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ବିଦେଶୀ ଋଣ ୬୨୦.୭ ବିଲିୟନ ଡଲାର ରହିଛି, ଯାହା ୨୦୨୧ ମାର୍ଚ୍ଚ ଶେଷରେ ଥିବା ଋଣଠାରୁ ୮.୨ ପ୍ରତିଶତ ଅଧିକ । ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ବିଦେଶୀ ଋଣ ୫୭୩.୭ ବିଲିୟନ ଡଲାର ଥିଲା । ୨୦୨୨ ମାର୍ଚ୍ଚ ଶେଷରେ ଦେଶର ଋଣ ଜିଡିପି ଅନୁପାତରେ ୧୯.୯ ପ୍ରତିଶତ ହୋଇଛି । ଗୋଟିଏ ବର୍ଷ ପୂର୍ବେ ଏହା ୨୧.୨ ପ୍ରତିଶତ ଥିଲା । ବିଦେଶୀ ଋଣର ଅନୁପାତରେ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ହୋଇ ୨୦୨୨ ମାର୍ଚ୍ଚ ଶେଷରେ ୯୭.୮ ପ୍ରତିଶତ ହୋଇଥିଲା । ଗୋଟିଏ ବର୍ଷ ପୂର୍ବେ ଏହା ୧୦୦.୬ ପ୍ରତିଶତ ଥିଲା । ବାଣିଜ୍ୟିକ ଉଧାର, ଏନଆରଆଇ ଜମା ରାଶି, ସ୍‌ୱଳ୍ପ ମିଆଦୀ ଋଣ, ବହୁପାକ୍ଷୀୟ ଋଣ ମିଶି ମୋଟ ବିଦେଶୀ ଋଣର ୯୦ ପ୍ରତିଶତ । ୨୦୨୧ ମାର୍ଚ୍ଚରେ ଏନଆରଆଇରେ ମାମୁଲି ହ୍ରାସ ଘଟିଛି । ଅନ୍ୟପଟେ ଅନ୍ୟ ସମସ୍ତ ଋଣରେ ବୃଦ୍ଧି ଘଟିଛି ।

Leave A Reply

Your email address will not be published.