ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ୟୁନିଫର୍ମ ଥିବା ସ୍କୁଲରେ ହିଜାବ ପିନ୍ଧି ପାରିବେ କି ଛାତ୍ରୀ?

0 65

ନୂଆଦିଲ୍ଲୀ: କର୍ଣ୍ଣାଟକର ସ୍କୁଲରେ ୟୁନିଫର୍ମ ବଦଳରେ ହିଜାବ । ଏହାକୁ ନେଇ ଜୋର ଧରିଥିଲା ବିବାଦ । ଏପରିକି କଥା ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଯାଏଁ ଯାଇଛି । ସ୍କୁଲରେ ହିଜାବ ବ୍ୟାନ୍‌କୁ ନେଇ କୋର୍ଟରେ ଅନେକ ଆବେଦନ ହୋଇଛି । ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ହିଜାବ ଉପରେ ପ୍ରତିବନ୍ଧକ ହଟାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ମନା କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେେ ଅନକ ଆବେଦନ ହୋଇଥିଲା । ଏହି ଆବେଦନଗୁଡିକର ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି, ଯେଉଁ ସ୍କୁଲରେ ନିର୍ଦ୍ଧାରିତ ୟୁନିଫର୍ମ ରହିଛି ସେଠାରେ ଛାତ୍ରୀ ହିଜାବ ପିନ୍ଧି ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି । ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଏକ ବେଞ୍ଚ କହିଛନ୍ତି, “ଯେ କୌଣସି ବ୍ୟକ୍ତିଙ୍କୁ ଧର୍ମ ପାଳନ କରିବା ଅଧିକାର ରହିଛି । କିନ୍ତୁ ଯେଉଁ ବିଦ୍ୟାଳୟରେ ନିର୍ଦ୍ଧିଷ୍ଟ ୟୁନିଫର୍ମ ଅଛି ସେଠାରେ ଆପଣ ନିଜ ଧର୍ମକୁ ପାଳନ କରିପାରିବେ କି? ଆବେଦନକାରୀଙ୍କ ତରଫରୁ ଯୁକ୍ତିତର୍କ କରୁଥିବା ସଞ୍ଜୟ ହେଗଡେଙ୍କୁ ଅଦାଲତ ଏହି ପ୍ରଶ୍ନ ପଚାରିଥିଲେ । ହିଜାବ ଉପରେ ଲାଗିଥିବା ପ୍ରତିବନ୍ଧକ ମହିଳାମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିପାରେ ବୋଲି ବିବାଦ ଲାଗି ରହିଛି । ରାଜ୍ୟ କୌଣସି ଅଧିକାରକୁ ଅସ୍ୱୀକାର କରୁନାହିଁ । ସେହି ଡ୍ରେସ୍‌ ପିନ୍ଧି ସ୍କୁଲ ଆସିବା ଉଚିତ, ଯାହା ବିଦ୍ୟାର୍ଥୀଙ୍କ ପାଇଁ ସ୍କୁଲ ନିର୍ଦ୍ଧାରିତ କରିଛି ବୋଲି ରାଜ୍ୟ ଚାହୁଁଥିବା ସୁପ୍ରିମକୋର୍ଟ କହିଛନ୍ତି । କର୍ଣ୍ଣାଟକ ସ୍କୁଲରେ ହିଜାବ ଉପରେ ରୋକ ଲଗାଇବା ମାମଲାକୁ ନେଇ ଆସନ୍ତା ୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

Leave A Reply

Your email address will not be published.